ଯୌନ କ୍ଷମତା ବଢ଼ାଇବା ଏହି ଖାଦ୍ୟ, ଦରକାର ପଡିବନି କୌଣସି କ୍ୟାପସୁଲ୍‌ କି ଟାବଲେଟ୍‌ 
 

Foods That Are Boost Your Intimate Life
 
 
ଯୌନଶକ୍ତି ବଢାଇବ ଏହି ଖାଦ୍ୟ

ଓଡ଼ିଆ ଗସିପ୍ ବ୍ୟୁରୋ: ଆଜିକାଲି କମ୍‌ ବୟସର ହୁଅନ୍ତୁ କିମ୍ବା ମଧ୍ୟ ବୟସ୍କ ପୁରୁଷ ସମସ୍ତେ ଯୌନ ଶକ୍ତି ବଢାଇବାକୁ ଚାହାନ୍ତି। ଏଥିପାଇଁ ଅନେକ ଟାବଲେଟ୍‌ ବ୍ୟବହାର କରିବାକୁ ପସନ୍ଦ କରନ୍ତି ।

ଅନେକ ଭଲ ଡାଏଟ୍‌ ନେଉଥିବା ବେଳେ ଯୌନ ଶକ୍ତି ବଢାଇବାକୁ କିଛି ଲୋକ ଟାବଲେଟ୍‌ ଖାଇଥାନ୍ତି। ଶାରୀରିକ ଶକ୍ତି ବଢାଇବାକୁ ଅନେକ ଗୁଡିଏ ଟାବଲେଟ୍‌ ଓ କ୍ୟାପସୁଲ୍‌ ମିଳୁଛି। ଯାହାକି ଯୌନ ଶକ୍ତି ତ ବଢାଇଥାଏ କିନ୍ତୁ ଶରୀର ଉପରେ ସାଂଘାତି ପାର୍ଶ୍ବ ପ୍ରତିକ୍ରିୟା ଦେଖାଇଥାଏ ।

ଯୌନ କ୍ଷମତା ସମସ୍ୟାକୁ ନେଇ ନିଜ ପାର୍ଟନରଙ୍କୁ ଖୁସି କରାଇପାରନ୍ତି ନାହିଁ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଅସନ୍ତୋଷ ମଧ୍ୟ ପ୍ରକାଶ ପାଏ। ଏଭଳି ପରିସ୍ଥିତିରେ ସାଧାରଣ ଖାଦ୍ୟ ମାଧ୍ୟମରେ ଜଣେ ଚାହିଁଲେ ନିଜର ଯୌନ କ୍ଷମତାକୁ ବଢ଼ାଇ ପାରିବେ। 

ଆଧିକ ପଢନ୍ତୁ : କିଡନୀ ଖରାପ ବୋଲି ଜାଣିବେ କେମିତି ? ଏସବୁ ଲକ୍ଷଣ ଦେଖାଦେଲେ ହୋଇଯାଆନ୍ତୁ ସାବଧାନ! 

ତେବେ ଆଜିକାଲି ଭିନ୍ନ ଭିନ୍ନ ଅଧ୍ୟୟନରୁ ଭିନ୍ନ ଭିନ୍ନ ସାରା ତଥ୍ୟ ସବୁ ସାମ୍ନାକୁ ଆସୁଛି। ନିକଟରେ ଯୌନ କ୍ଷମତାକୁ ନେଇ ଏକ ଅଧ୍ୟୟନ କରାଯାଇଥିଲା। ଭେଜ ଖାଦ୍ୟ ନା ନନଭେଜ ଖାଦ୍ୟ, ଏହା ମଧ୍ୟରୁ କେଉଁଟାକୁ ଖାଇବା ଫଳରେ ଯୌନ କ୍ଷମତା ବୃଦ୍ଧି ପାଇଥାଏ। ଏହି ଅଧ୍ୟୟନରୁ ଏକ ଆଶ୍ଚର୍ୟ୍ୟଜନକ ରିପୋର୍ଟ ପ୍ରକାଶ ପାଇଛି।

ବିଶେଷକରି ରିପୋର୍ଟ ଅନୁଯାୟୀ, ସବୁଜ ପନିପରିବା, ନାଲି ଲଙ୍କା, ଡାର୍କ ଚକୋଲେଟ ଓ ବାଦାମରେ ଭରପୁର ମାତ୍ରାରେ ଭିଟାମିନ ବି, ଜିଙ୍କ ରହିଥାଏ। ଏହା ଟେଷ୍ଟୋଷ୍ଟେରୋନ (ସେକ୍ସ ହରମୋନ) ସ୍ତର ବଢ଼ାଇବା ସହ ଯୌନ ଇଚ୍ଛାକୁ ବଢ଼ାଇଥାଏ। ମାଂସ, ଅଣ୍ଡା ଓ କ୍ଷୀର ଜାତୀୟ ପଦାର୍ଥରେ କୋଲେଷ୍ଟରାଲ ଓ ସେଚୁରେଟେଡ ଏନିମଲ ଫ୍ୟାଟ ରହିଥାଏ। ଯାହାକି ଧମନୀକୁ ବନ୍ଦ କରିଦେଇଥାଏ।ଫଳରେ ଯୌନ ଆଗ୍ରହତା କମିଯାଇଥାଏ।

ଆଧିକ ପଢନ୍ତୁ :ଏଭଳି ନୀଳ ଶିରା ଗୋଡରେ କାହିଁକି ଦେଖାଯାଏ ? ହୋଇପାରେ ଏହି ଗମ୍ଭୀର ରୋଗର ଲକ୍ଷଣ

ତେବେ ଆମେରିକା ଜର୍ଣ୍ଣାଲ ଅଫ୍‌ କ୍ଲିନିକାଲ ନ୍ୟୁଟ୍ରେସନରେ ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ ଫ୍ଲୋବେନାଇଡସରେ ଭରପୁର ଖାଦ୍ୟ ପୁରୁଷଙ୍କ ମଧ୍ୟରେ ଇରେକ୍ଟାଇଲ ଡିସଫଙ୍କସନକୁ ଭଲ କରିଥାଏ। ଏହାସହ ମାଂସ ଓ ଡାଏରୀ ପ୍ରଡକ୍ଟ ନଖାଇବା ଦ୍ୱାରା ଆମ ଶରୀରରେ ସେରୋଟିନନ ନାମକ ହରମୋନ ବଢ଼ିଥାଏ। ଫଳରେ ଏହି ହର୍ମୋନ ଆମକୁ ଖୁସୀ ରଖିବା ସହ ଆମ ମନରେ ପ୍ରେମ କରାଇବାର ଇଚ୍ଛା ଜାଗ୍ରତ କରିଥାଏ। ଫଳରେ ଯୌନ କ୍ଷମତା ବଢ଼ିଥାଏ। 

ଆଧିକ ପଢନ୍ତୁ : ଜଣେ ବୟସ୍କ ବ୍ୟକ୍ତି କମ୍ ବୟସର ଝିଅକୁ ବାହା ହେଲେ କଣ ହେବ ? ଜାଣନ୍ତୁ ଚାଣକ୍ୟ ନୀତି କଣ କହୁଛି...