ଅନ୍ଧ କରିଦେଉଛି ଡାଇବେଟିସ୍‌, ତୁରନ୍ତ ଛାଡନ୍ତୁ ଏହି ୯ ଖାଦ୍ୟ, ଦୃଷ୍ଟିଶକ୍ତି ହ୍ରାସରୁ ବଞ୍ଚିଯିବେ!
 

Diabetes may cause blindness avoid leave these 9 foods as soon as possible
 
ଅନ୍ଧ କରିଦେଉଛି ଡାଇବେଟିସ୍‌, ତୁରନ୍ତ ଛାଡନ୍ତୁ ଏହି ୯ ଖାଦ୍ୟ

ଓଡ଼ିଆ ଗସିପ୍ ବ୍ୟୁରୋ: ସ୍ବାସ୍ଥ୍ୟ ବିଭାଗର ଚିନ୍ତା ବଢାଇ ଦେଇଛି ଡାଇବେଟିସ୍ । ଏହି ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧିପାଇବାରେ ଲାଗିଛି । ବୟସ୍କ ତ ବୟସ୍କ ଯୁବ ବର୍ଗ ବି ଡାଇବେଟିସ୍‌ରେ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳୁଛି । ଏପରିକି ୧୦/୧୨ ବର୍ଷର ଶିଶୁ ବି ମଧୁମେହରେ ଆକ୍ରାନ୍ତ ହେଉଥିବା ନଜିର ରହିଛି । ରିପୋର୍ଟ ଅନୁଯାୟୀ ଭାରତରେ ଏବେ ଡାଇବେଟିସ୍ ରୋଗୀଙ୍‌କ ସଂଖ୍ୟା ପାଖାପାଖି ୧୧ କୋଟିରେ ପହଞ୍ଚିଲାଣି । ସେମାନଙ୍କ ମଧ୍ୟରୁ ୧୮ ବର୍ଷରୁ ଉର୍ଦ୍ଧ୍ବଙ୍କ ସଂଖ୍ୟା ୭.୭ କୋଟିରେ ପହଞ୍ଚିଲାଣି । ଗତ ୪ ବର୍ଷରେ ପ୍ରାୟ ୪୪ ପ୍ରତିଶତ ବୃଦ୍ଧି ପାଇଛି ଡାଇବେଟିସ୍ ରୋଗୀଙ୍କ ସଂଖ୍ୟା । କେବଳ ଭାରତ ନୁହେଁ ବିଶ୍ବର ଅନେକ ବିକଶିତ ଦେଶ ଗୁଡିକରେ ଡାଇବେଟିସର ସଂଖ୍ୟା ବୃଦ୍ଧି ଏକ ଚେତାବନୀ ହେଲାଣି।

ଡାଇବେଟିସ୍‌ର ସାଂଘାତିକ ପାର୍ଶ୍ବପ୍ରତିକ୍ରିୟା ଚିନ୍ତାର ବିଷୟ ପାଲଟିଛି । ଅନେକ ଅଧ୍ୟୟନରେ ଏହା ନିଶ୍ଚିତ ହୋଇଛି ଯେ ମଧୁମେହ ଏବଂ DES ମଧ୍ୟରେ ସମ୍ପର୍କ ଅଛି । ଯେଉଁମାନେ ମଧୁମେହରେ ପୀଡିତ, ସେମାନେ ଅନ୍ୟମାନଙ୍କ ତୁଳନାରେ DES ପ୍ରବୃତ୍ତି କରନ୍ତି। Dry Eye Syndrome (DES) ହେଉଛି ଏକ ଆଖି ସମସ୍ୟା । ଯାହାକି ମଧୁମେହ ରୋଗୀଙ୍କ କ୍ଷେତ୍ରରେ ଦେଖାଯାଏ । ମଧୁମେହ ରୋଗୀଙ୍କ ଆଖିରେ ଲୁହ କମ୍ ଉତ୍ପନ୍ନ ହୁଏ କିମ୍ବା ସେମାନଙ୍କ ଲୁହର ବହୁତ ହ୍ରାସ ଘଟିଥାଏ । ଯେତେବେଳେ ରକ୍ତରେ ଶର୍କରା ସ୍ତର ଅଧିକ ଥାଏ, ଲୁହ ସୃଷ୍ଟି କରୁଥିବା ଗ୍ରନ୍ଥିଗୁଡିକ ନଷ୍ଟ ହୋଇଯାଏ । ଯେଉଁଥି ପାଇଁ ଆଖି ସୁଖିଯାଏ । ଧିରେ ଧିରେ ଏହା ଦୃଷ୍ଟିଶକ୍ତିକୁ ବାଧିତ କରେ ଏବଂ ଆଖିକୁ କମ୍‌ ଦେଖାଯିବା ଆରମ୍ଭ କରେ ।

ଅଧିକ ପଢନ୍ତୁ :ହସ୍ତମୈଥୁନ କରିବାରେ ଲାଭ କ’ଣ?: ରିସର୍ଚ୍ଚରୁ ହେଲା ଏହି ବଡ ଖୁଲାସା,ଜାଣନ୍ତୁ ସେହି ଉପକାରିତା ବିଷୟରେ

ଅନିୟମିତ ଜୀବନଶୈଳୀ, ମେଦ ବହୁଳତା, ଖାଦ୍ୟ ପେୟରେ ଅସମଞ୍ଜତା ମଧୁମେହର ପ୍ରମୁଖ କାରଣ । ମଧୁମେହ ହେଉଛି ଏକ ଦୀର୍ଘସ୍ଥାୟୀ ସ୍ବାସ୍ଥ୍ୟ ଅବସ୍ଥା ଯାହା ଆପଣଙ୍କ ଶରୀରକୁ ଖାଦ୍ୟକୁ କିପରି ଶକ୍ତିରେ ପରିଣତ କରେ ତାହା ଉପରେ ପ୍ରଭାବ ପକାଇଥାଏ। ମଧୁମେହର ଲକ୍ଷଣ ଆପଣଙ୍କ ରକ୍ତରେ ଶର୍କରା କେତେ ଅଧିକ ତାହା ଉପରେ ନିର୍ଭର କରେ। କିଛି ଲୋକ, ବିଶେଷତଃ ଯଦି ସେମାନଙ୍କର ଡାଇବେଟିସ୍ କିମ୍ବା ଟାଇପ୍-୨ ଡାଇବେଟିସ୍ ଥାଏ, ତେବେ ଏହାର ଲକ୍ଷଣ ନ ଥାଇପାରେ। ଟାଇପ୍-୧ ମଧୁମେହରେ, ଲକ୍ଷଣ ଶୀଘ୍ର ଆସେ ଏବଂ ଅଧିକ ଭୟଙ୍କର ହୁଏ।

ଟାଇପ୍-୧ ଡାଇବେଟିସ୍ ଯେକୌଣସି ବୟସରେ ଆରମ୍ଭ ହୋଇପାରେ। କିନ୍ତୁ ଏହା ପ୍ରାୟତ ପିଲାଦିନ କିମ୍ବା କିଶୋର ଅବସ୍ଥାରେ ଆରମ୍ଭ ହୋଇଥାଏ। ଟାଇପ୍-୨ ଡାଇବେଟିସ୍, ଅଧିକ ସାଧାରଣ ପ୍ରକାର, ଯେକୌଣସି ବୟସରେ ହୋଇପାରେ। ୪୦ ବର୍ଷରୁ ଅଧିକ ବୟସ୍କଙ୍କଠାରେ ଟାଇପ୍ ୨ ଡାଇବେଟିସ୍ ଅଧିକ ଦେଖାଯାଏ କିନ୍ତୁ ବର୍ତ୍ତମାନ ପିଲାମାନଙ୍କଠାରେ ଟାଇପ୍ ୨ ଡାଇବେଟିସ୍ ବୃଦ୍ଧି ପାଉଛି।

୧. ଅତ୍ୟଧିକ ତୃଷା ଲାଗିବା।
୨. ଅତ୍ୟଧିକ ପରିସ୍ରା ଲାଗିବା।
୩. ହଠାତ୍ ଓଜନ ହ୍ରାସ ହେବା।
୪. ଦୃଷ୍ଟିଶକ୍ତିରେ ପରିବର୍ତ୍ତନ ହେବା।
୫. କ୍ଳାନ୍ତ ଏବଂ ଦୁର୍ବଳ ଅନୁଭବ କରିବା।
୬. ବିରକ୍ତ ଅନୁଭବ କରିବା କିମ୍ବା ଅନ୍ୟାନ୍ୟ ମନୋବଳ ପରିବର୍ତ୍ତନ ହେବା।
୭. ଚର୍ମ ଏବଂ ଯୋନୀ ସଂକ୍ରମଣ ପରି ଅନେକ ସଂକ୍ରମଣ ହେବା।

ଅଧିକ ପଢନ୍ତୁ : ସକାଳ ବା ପାହାନ୍ତିଆ ସେକ୍ସ ଶରୀରକୁ ଦେଇଥାଏ ଏହି ସବୁ ଫାଇଦା, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ 

ମଧୁମେହର ଆକ୍ରାନ୍ତ ଲୋକ ଏହି ସବୁ ଖାଦ୍ୟରୁ ଦୂରେଇ ରହିବା ଉଚିତ୍

୧. ଚକୋଲେଟ୍ ଏବଂ ମିଠା।
୨. କଦଳୀ, ଅଙ୍ଗୁର, ସପୋଟା, ଏବଂ ସେଓ ପରି ଫଳ।
୩. ଧଳା ରୁଟି, ପାସ୍ତା, ମଇଦା ଉତ୍ପାଦ ଜିନିଷ।
୪. ଚାଉଳ ଏବଂ ଜଙ୍କ୍ ଫୁଡ୍ସ।
୫. ଚିପ୍ସ, କୁକିଜ୍ ଏବଂ ଅନ୍ୟାନ୍ୟ ପ୍ୟାକେଜ୍ ଖାଦ୍ୟ।
୬. ସିଙ୍ଗଡ଼ା, ପକୋଡା ପରି ଫ୍ରାଏଡ ଫୁଡ୍ସ।
୭. ଆଳୁ, ସାରୁ ଏବଂ କଦଳୀ।
୮. ପ୍ୟାକେଜ୍ ଏବଂ ଚିନିଯୁକ୍ତ ପାନୀୟ।

୯. କିଛି ଦୁଗ୍ଧ ପଦାର୍ଥ ଯେପରି କ୍ରିମି କ୍ଷୀର, ପନିର।

ଅଧିକ ପଢନ୍ତୁ : ବ୍ରେନକୁ ଭିତରୁ ଦୁର୍ବଳ କରୁଛି ଏହି ୫ଟି ଖରାପ ଅଭ୍ୟାସ, ଆଜି ହି ଛାଡ଼ନ୍ତୁ, ନଚେତ୍ ହେବ ଏହି ଗମ୍ଭୀର ରୋଗ

ମଧୁମେହର ଆକ୍ରାନ୍ତ ଲୋକ ଏହି ସବୁ ଖାଦ୍ୟ ଖାଇବା ଉଚିତ୍

୧. ମିଶ୍ରିତ ପନିପରିବା ଏବଂ ପନିପରିବା ତରକାରୀ।
୨. ସାଲାଡ।
୩. ବଟରମିଲ୍କ।
୪. ମଲ୍ଟିଗ୍ରୀନ୍ ରୁଟି।
୫. ବ୍ରୋକୋଲି।
୬. ବ୍ରାଉନ ରାଉସ୍।
୭. ମଲ୍ଟିଗ୍ରୀନ ରୁଟି।

୮. ମିଲେଟ ବା ଦଲିଆ।

ଅଧିକ ପଢନ୍ତୁ : ଦିନକୁ ଦିନ କାହିଁକି ବଢୁଛି ଷ୍ଚ୍ରୋକ୍ ? କ’ଣ କଲେ କମ ରହିବ ଷ୍ଟ୍ରୋକ୍ ରିସ୍କ, ଜାଣନ୍ତୁ ସଂକ୍ଷେପରେ...

( Disclaimer: ଏଠାରେ ଦିଆଯାଇଥିବା ସୂଚନା ଘରୋଇ ଉପଚାର ଓ ସାଧାରଣ ସୂଚନା ଉପରେ ଆଧାରିତ । ଏହାକୁ ଗ୍ରହଣ କରିବା ପୂର୍ବରୁ ଦୟାକରି ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ । ଓଡ଼ିଆ ଗସିପ୍ ଏହାକୁ ନିଶ୍ଚତ କରେ ନାହିଁ।)