କାରଣ ନିରାକରଣ ସହ ଡାଏବେଟିସ୍ ନିୟନ୍ତ୍ରଣ କରିବାର 4ଟି ଫର୍ମୁଲା ଜାଣନ୍ତୁ, ନଚେତ୍ ସବୁ ଅଙ୍ଗକୁ କରିଦେବ ନଷ୍ଟ
ଓଡ଼ିଆ ଗସିପ୍ ବ୍ୟୁରୋ: ‘ଡାଇବେଟିସ’ ଯାହାକୁ ସାଧାରଣ ଭାବେ ମଧୁମେହ ରୋଗ ବି କୁହାଯାଇଥାଏ । ଡାଇବେଟିସ ବହୁତ ଘାତକ ହୋଇଥାଏ। ଡାଇବେଟିସ ମଣିଷ ଶରୀରର ସବୁ ଅଙ୍ଗକୁ ଧୀରେ ଧୀରେ ନଷ୍ଟ କରିବାର କ୍ଷମତା ଥାଏ । ଏହି ରୋଗରେ ରକ୍ତରେ ସୁଗାରର ମାତ୍ର ବଢିବାକୁ ଲାଗେ। ଫଳରେ ଶରୀରର ଅଙ୍ଗକୁ କାମ କରିବାରେ ଅସୁବିଧା ହୋଇଥାଏ ।
ଭାରତରେ ଅଧିକାଂଶ ଲୋକ ଏହି ରୋଗରେ ପୀଡିତ। ତେବେ ଏହି ରୋଗର କାରଣ କ’ଣ ଏବଂ ପ୍ରତିକାର କ’ଣ ରହିଛି ଓ ନିୟନ୍ତ୍ରଣ କରିବାର ୪ଟି ଫର୍ମୁଲା ବିଷୟରେ ଆସନ୍ତୁ ଜାଣିବା ।
ସାଧାରଣ ଲୋକଙ୍କ ମନରେ ଭ୍ରମ ଥାଏ ଯେ ଚିନି ବା ମିଠା ଖାଇଲେ ଡାଏବେଟିସ୍ ହୋଇଥାଏ। କିନ୍ତୁ, ଏହା ସମ୍ପୂର୍ଣ୍ଣ ଭୁଲ ଯଦି ବେଶୀ କ୍ୟାଲୋରିଯୁକ୍ତ ଖାଦ୍ୟ ଖାଉଛନ୍ତି, ତେବେ ଏହା ଶରୀରରେ ସ୍ନେହସାର ରୂପେ ଜମା ହୋଇଯାଏ | ଫଳରେ ଏହା ଇନ୍ସୁଲିନ୍ ରେଜିଷ୍ଟାନ୍ନ କରିଥାଏ। ଯଦି ଏହିଭଳି ଭାବେ ଶରୀରରେ ସ୍ନେହସାର ବଢ଼ିଚାଲିବ ଓ ମେଦବହୁଳତା ହେବ, ତେବେ ଆପଣଙ୍କୁ ଡାଏବେଟିସ୍ ହେବାର ଆଶଙ୍କା ଥାଏ।
ଅଧିକ ପଢ଼ନ୍ତୁ: ଡାଇବେଟିସ ହେବା ପୂର୍ବରୁ ଶରୀରରେ ଦେଖା ଦିଏ ଏସବୁ ଲକ୍ଷଣ, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ
ଡାଇବେଟିସର କାରଣ- ଶରୀରରେ ଅତ୍ୟଧିକ ସର୍କରା ମାତ୍ରା ବଢ଼ିଗଲେ ଆମେ ତାକୁ ଡାଇବେଟିସ ବୋଲି କହିଥାଉ। ବହୁ ପ୍ରକାରର ଡାଇବେଟିସ ରହିଛି, ଯେପରିକି ଟାଇପ-୧, ଟାଇପ-୨ ଓ ଜେଷ୍ଟେସନାଲ । ମୁଖ୍ୟତଃ ଡାଇବେଟିସର ହେବାର କାରଣ ହେଉଛି ଆମ ଖାଦ୍ୟ ପଦାର୍ଥ ଏବଂ ଲାଇଫଷ୍ଟାଇଲ ଚେଞ୍ଜ। କିମ୍ବା ଆମେ ଦୈନନ୍ଦିନ ବ୍ୟାୟମ ନ କରିପାରିବା ଏବଂ ମେଦବହୁଳତା ଓ ବଂଶାନୁଗତ।
ଡାଇବେଟିସର ଲକ୍ଷଣ- ଡାଇବେଟିସ ହେଲେ ବ୍ୟକ୍ତିଙ୍କୁ ଅଧିକ ପରିଶ୍ରା ଲାଗିଥାଏ। ଏଥିସହ ଅଧିକ ଭକୋ ଲାଗିବା, ଦୁର୍ବଳ ଲାଗିବା ଏବଂ ଦେହହାତ କୁଣ୍ଡେଇ ହେବା ଆଦି ଡାଇବେଟିସର ଲକ୍ଷଣ। ଯଦି ଏମିତି ଲକ୍ଷଣ ଆପଣଙ୍କର ଦେଖାଦିଏ ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ ନେଇ ଡାଇବେଟିସ ଚେକ୍ କରିବା ଉଚିତ।
ଡାଏବେଟିସ୍ ନିୟନ୍ତ୍ରଣ କରିବା ପାଇଁ ୪ଟି ସୂତ୍ର। ଯଥା-ଡାଏଟ୍, ବ୍ୟାୟାମ, ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ଓ ଇନ୍ସୁଲିନ୍
ଅଧିକ ପଢ଼ନ୍ତୁ: କାହିଁକି ହୁଏ ବ୍ଳଡ୍ କ୍ୟାନସର, ଏହା କେତେ ପ୍ରକାର ? ଜାଣନ୍ତୁ ଏହି ରୋଗର ଲକ୍ଷଣ କଣ...
ଡାଏବେଟିସ୍ ରୋଗୀଙ୍କ ଡାଏଟ୍?
ଡାଏବେଟିସ୍ ରୋଗୀ ସବୁବେଳେ ସନ୍ତୁଳିତ ଖାଦ୍ୟ ଖାଇବା ଦରକାର ସଠିକ୍ ସମୟରେ ସଠିକ୍ ପରିମାଣରେ ଖାଇବା ଦ୍ବାରା ରକ୍ତ ଶର୍କରା ନିୟନ୍ତ୍ରଣରେ ରହିଥାଏ।
ଡାଏବେଟିସ୍ ରୋଗୀଙ୍କ ପ୍ଲେଟ୍ରେ ୫୦ରୁ ୬୦ ପ୍ରତିଶତ ଶ୍ଵେତସାର (କାର୍ବୋହାଇଡ୍ରେଟ୍), ୨୦-୩୦ ପ୍ରତିଶତ ସ୍ନେହସାର ଏବଂ ୨୦ ପ୍ରତିଶତ ପ୍ରୋଟିନ୍ ରହିବା ଦରକାର।
ଡାଏବେଟିସ୍ ରୋଗୀ ସିମ୍ପୁଲ କାର୍ବୋହାଇଡ୍ରେଟ୍ ଯେପରିକି ମିଠା, ଚିନି ଏବଂ ଗ୍ଲୁକୋଜ ଖାଇବେ ନାହିଁ।
ଅଧିକ ପଢ଼ନ୍ତୁ: ଲିଭର ସୁସ୍ଥ ରହିଲେ ମିଳିବ ଅନେକ ରୋଗରୁ ରକ୍ଷା, ଜାଣନ୍ତୁ ଲିଭରକୁ ସଫା କରିବାର ୭ଟି ଉପାୟ
ଖାଦ୍ୟରେ କେଉଁ ତେଲ ଖାଇବେ?
ସାଚୁରେଟେଡ୍ ଫ୍ୟାଟ୍ ଖାଇବା ଅନୁଚିତ। ଯେଉଁ ତେଲ ଘର ତାପମାତ୍ରାରେ ବସିଯାଏ, ତାକୁ ସାବୁରେଟେଡ୍ ଫ୍ୟାଟ୍ କୁହାଯାଏ। ଯେପରିକି ଘିଅ, ବନସୃତି, ନଡ଼ିଆ ତେଲ। ଏହାକୁ ଖାଇବା ଅନୁଚିତ | ଟ୍ରାନ୍ସ ଫ୍ୟାଟ୍ ନ ଖାଇଲେ ଭଲ | ଗୋଟିଏ ତେଲକୁ ବାରମ୍ବାର ରାନ୍ଧିବାକୁ ଟ୍ରାନ୍ସଫ୍ୟାଟ୍ କୁହାଯାଏ । ଟ୍ରାନ୍ସ ଫ୍ୟାଟ୍ ହୃତ୍ପିଣ୍ଡର ଧମନୀକୁ ବ୍ଲକ୍ କରେ, ତେଣୁ ଏହାକୁ ଖାଇବା ଅନୁଚିତ।
ପ୍ରତ୍ୟେକ ବ୍ୟକ୍ତି ମାସକୁ ୫୦୦ ଏମ୍ଏଲ୍ ଭିତରେ ତେଲ ବ୍ୟବହାର କରିବା କଥା। ସୋରିଷ ତେଲ, ସୂର୍ଯ୍ୟମୂଖୀ ତେଲ, ରାଇସ୍କ୍ରାନ୍ ତେଲ ଏବଂ ଅଲିଭ୍ ତେଲକୁ ଖାଦ୍ୟରେ ସାମିଲ କରିପାରିବେ।
ଡାଏବେଟିସ୍ ପାଇଁ ବ୍ୟାୟାମ ଓ ଯୋଗ
ଡାଏବେଟିସ୍ ନିୟନ୍ତ୍ରଣ କରିବାରେ ବ୍ୟାୟାମ ନିହାତି ଆବଶ୍ୟକ। ନିୟମିତ ୩୦ ମିନିଟ୍ ପାଇଁ କିମ୍ବା ସପ୍ତାହକୁ ୫ ଦିନ ଚାଲିବା ହେଉଛି ଏକ ଭଲ ବ୍ୟାୟାମ । ଯୋଗ କରିବା ଦ୍ବାରା ଶାରୀରିକ ବ୍ୟାୟାମ ସହ ମାନସିକ ଚାପ ଦୂର ହୁଏ।
ଅଧିକ ପଢ଼ନ୍ତୁ: ସେକ୍ସ ଟାଇମିଂକୁ ନେଇ କନଫ୍ୟୁଜ୍ କି? ପାର୍ଟନରଙ୍କ ଶୀଘ୍ର ପତନ ପାଇଁ ଚିନ୍ତିତ ? ଜାଣନ୍ତୁ କଣ କରିବେ