ମଦ ପିଇଲେ ହେବନି ହାର୍ଟ ଆଟାକ୍‌! ଚାପମୁକ୍ତ ରହିବାରେ ସାହାଯ୍ୟ କରେ ଆଲକହଲ୍‌; ପଢନ୍ତୁ କଣ କହୁଛି ରିପୋର୍ଟ 

Alcohol Drinking Reduced Risk of Heart attack says survey report
 
Alcohol Drinking Reduced Risk of Heart attack says survey report
ମଦ ପିଇଲେ ହେବନି ହାର୍ଟ ଆଟାକ୍‌!

ଓଡ଼ିଆ ଗସିପ୍ ବ୍ୟୁରୋ: ସମସ୍ତେ ଜାଣନ୍ତି ମଦ ସ୍ବାସ୍ଥ୍ୟ ପାଇଁ ହାନିକାରକ । କିନ୍ତୁ ଏହାର କିଛି ଉପକାରୀ ଗୁଣ ରହିଛି । ଏକ ଅଧ୍ୟୟନରୁ ଜଣାପଡିଛି, ବେଳେ ବେଳେ ମଦ୍ୟପାନ କରିବା ବି ସ୍ବାସ୍ଥ୍ୟ ପାଇଁ ଭଲ । ସ୍ବଳ୍ପ ପରିମାଣରେ ମଦ୍ୟପାନ କରୁଥିବା ବ୍ୟକ୍ତିଙ୍କ କ୍ଷେତ୍ରେ ହାର୍ଟଆଟାକ୍‌ ବା ହୃଦ୍‌ଘାତ ହେବାର ଆଶଙ୍କା କମ୍ । 

ଅଧ୍ୟୟନରୁ ଏହା ମଧ୍ୟ ଜଣାପଡ଼ିଛି କି ଯେଉଁ ମହିଳାମାନେ ଦିନକୁ ଗୋଟିଏ ପେଗ୍ ଓ ଯେଉଁ ପୁରୁଷମାନେ ଦିନକୁ ମାତ୍ର ୨ ପେଗ୍‌ ମଦ ପିଅନ୍ତି, ସେମାନଙ୍କୁ ଅତ୍ୟଧିକ ମଦ୍ୟପାନ କରୁଥିବା ଲୋକଙ୍କ ତୁଳନାରେ ହୃଦ୍‌ଘାତ ହେବାର ଆଶଙ୍କା କମ୍ ଥାଏ । ବିଶେଷଜ୍ଞମାନେ ଜାଣିବାକୁ ପାଇଛନ୍ତି ଯେ, ନିୟମିତ କମ୍ ମାତ୍ରାରେ ମଦ୍ୟପାନ କରିବା ଦ୍ବାର ମସ୍ତିଷ୍କର ଚାପ ବା ଷ୍ଟ୍ରେସକୁ ହ୍ରାସ କରିଥାଏ, ଯାହା ହୃଦ୍‌ଘାତ ଏବଂ ଷ୍ଟ୍ରୋକ୍‌ ଆଶଙ୍କାକୁ କମ୍ କରିଥାଏ ।

ଅଧିକ ପଢ଼ନ୍ତୁ: ଏହି ୩ଟି ରାଶି ଉପରେ ସୂର୍ଯ୍ୟ-ଶନି-ରାହୁଙ୍କ ରହିବ ଘାତକ ଦୃଷ୍ଟି; ଖରାପ ହେବ ସ୍ବାସ୍ଥ୍ୟ, ଜାଣନ୍ତୁ ଏବଂ ସତର୍କ ରୁହନ୍ତୁ 

ବ୍ରେନ୍‌ ଉପରେ ପ୍ରଭାବ:

ଏହି ଅଧ୍ୟୟନ ପରେ ବୈଜ୍ଞାନିକମାନେ ଆଶା କରିଛନ୍ତି ସେମାନେ ମଦ୍ୟପାନ ଦ୍ବାରା ହେଉଥିବା କର୍କଟ, ମଧୁମେହ ଓ ମେଦବହୁଳତା ଭଳି ରୋଗର ପ୍ରତିକୂଳ ପ୍ରଭାବ ବିନା ହୃଦ୍‌ରୋଗ ପାଇଁ ଏକ ପ୍ରତିରକ୍ଷାତ୍ମକ ଚିକିତ୍ସା ପ୍ରାଣାଳୀ ବିକାଶ କରିବାରେ ସକ୍ଷମ ହେବେ । ଏନେଇ ଡେଲି ମେଲ୍‌ରେ ଏକ ରିପୋର୍ଟ ପ୍ରକାଶ ପାଇଛି । ଅନୁସନ୍ଧାନକାରୀମାନେ ୭୫୪ ଜଣଙ୍କ ମସ୍ତିଷ୍କ ସ୍କାନିଂ କରିବା ପୂର୍ବରୁ ୫୦ ହଜାରରୁ ଅଧିକ ଆମେରିକୀୟଙ୍କ ତଥ୍ୟ ସଂଗ୍ରହ କରିଥିଲେ । ଯାହା କି କର୍କଟ ରୋଗର ସର୍ଭେ ପାଇଁ ନିଆଯାଇଥିଲା । ବ୍ରେନ୍ ଇମେଜିଂରୁ ଜଣାପଡ଼ିଥିଲା କି ଯେଉଁମାନେ ସ୍ବଳ୍ପ ପରିମାଣରେ ମଦ ପିଉଥିଲେ, ସେମାନେ ଚାପମୁକ୍ତ ରହିଥିଲେ । ସେମାନେ କମ୍ ହୃଦ୍‌ରୋଗ ବା ହାର୍ଟଆଟାକ୍‌ର ଶିକାର ହୋଇଥିଲେ ।

ଅଧିକ ପଢ଼ନ୍ତୁ: ବିଶ୍ୱରେ ପ୍ରଥମ ଥର ପାଇଁ ଆବିଷ୍କାର ହେଲା ଚମତ୍କାରୀ ଇଞ୍ଜେକ୍ସନ, ମାତ୍ର ୭ ମିନିଟରେ ହେବ କ୍ୟାନ୍ସର ଚିକିତ୍ସା

ଅତ୍ୟଧିକ ମଦ୍ୟପାନ, ଅଧିକ ହୃଦ୍‌ଘାତ ଆଶଙ୍କା ଥାଏ:

ସବୁ ଜିନିଷର ମାତ୍ରାଧିକ ସେବନ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ । ହୃଦ୍‌ରୋଗର ଶିକାର ହୋଇଥିବା ଲୋକଙ୍କ ତଥ୍ୟ ଦେଖିଲେ, ସ୍ବଳ୍ପ ମଦ୍ୟପାନକାରୀଙ୍କ ତୁଳନାରେ ଅତ୍ୟଧିକ ମଦ୍ୟପାନ କରୁଥିବା ଲୋକଙ୍କ କ୍ଷେତ୍ରରେ ହୃଦ୍‌ଘାତ ବା ଷ୍ଟ୍ରୋକ୍‌ ଆଶଙ୍କା ଅଧିକ । ଆମେରିକାର ମାସାଚୁସେଟ୍ସ ଜେନେରାଲ୍ ହସ୍ପିଟାଲର ହୃଦ୍‌ରୋଗ ବିଶେଷଜ୍ଞ ତଥା ବରିଷ୍ଠ ଲେଖକ ଡକ୍ଟର ଅହମ୍ମଦ ତାୱାକୋଲ କହିଛନ୍ତି, ଯେଉଁମାନେ ସ୍ବଳ୍ପ ମାତ୍ରାରେ ମଦ୍ୟପାନ କରନ୍ତି, ସେମାନଙ୍କ ମସ୍ତିସ୍କରେ ଏକ ସ୍ବତନ୍ତ୍ର ଧରଣର ପ୍ରୋଟିନ୍ କ୍ଷରଣ ହୋଇଥାଏ । 

ଯାହା ହୃଦ୍‌ରୋଗ ଆଶଙ୍କାକୁ କମ୍ କରିଥାଏ । ଯେତେବେଳେ ଆମିଗଡାଲ ସକ୍ରିୟ ଥାଏ, ସେତେବେଳେ ଆମର ସ୍ନାୟୁ ପ୍ରଣାଳୀ ଠିକ୍‌ରେ କାମ କରିଥାଏ । ଫଳରେ ରକ୍ତଚାପ ନିୟନ୍ତ୍ରଣରେ ରୁହେ ଏବଂ ହୃଦ୍‌ସ୍ପନ୍ଦନ ବୃଦ୍ଧିପାଏ । ରକ୍ତ ପ୍ରଦାହକାରୀ କୋଷ ଗୁଡ଼ିକ ମଧ୍ୟ ସକ୍ରିୟ ରହିଥାନ୍ତି । ଆମର ସ୍ବାସ୍ଥ୍ୟାବସ୍ଥା ଭଲ ରୁହେ । ଦୀର୍ଘଦିନ ଧରି ଆପଣ ଷ୍ଟ୍ରେସ୍‌ ବା ଚାପରେ ରହିଲେ, ଏହାର ପରିଣାମ ଉଚ୍ଚ ରକ୍ତଚାପ, ପ୍ରଦାହ ବୃଦ୍ଧି, ମୋଟାପଣ ଓ ମଧୁମେହର କାରଣ ହୋଇଯାଏ । ଯାହାକି ହୃଦ୍‌ରୋଗର ଆଶଙ୍କାକୁ ବଢ଼ାଇ ଦେଇଥାଏ । 

ଅଧିକ ପଢ଼ନ୍ତୁ: ଆଜିଠୁ ଦେଶରେ ପରିବର୍ତ୍ତନ ହେବ ଏହି ୫ଟି ନିୟମ, ସିଧା ଆପଣଙ୍କ ପକେଟ୍‌ ଉପରେ ପଡିବ ପ୍ରଭାବ 

ଅତ୍ୟଧିକ ଚାପଗ୍ରସ୍ତ ରହୁଥିବା ଲୋକଙ୍କଠାରେ ହୃଦ୍‌ଘାତର ଆଶଙ୍କା ଅଧିକ ବୋଲି ବିଶେଷଜ୍ଞମାନେ କହିଛନ୍ତି । ସେହିଭଳି ଯେଉଁମାନେ ନିର୍ଦ୍ଧାରିତ ପରିମାଣଠାରୁ ଅଧିକ (ସପ୍ତାହକୁ ୧୪ ପେଗ୍‌)‌ରୁ ଅଧିକ ମଦ୍ୟପାନ କରନ୍ତି ସେମାନେ ମଧ୍ୟ ହୃଦଘାତର ଶିକାର ହୋଇଥାନ୍ତି । ତାସହ କର୍କଟ ଭଳି ଅନ୍ୟ ଗୁରୁତର ରୋଗରେ ପଡ଼ନ୍ତି । ସେମାନଙ୍କ ମସ୍ତିସ୍କର କାର୍ଯ୍ୟକଳାପ ହ୍ରାସ ପାଇଥାଏ ।