ରକ୍ଷାବନ୍ଧନ ପରେ ରାକ୍ଷୀ ହାତରୁ କେବେ ଖୋଲି ଦେବା ଉଚିତ, ଜ୍ୟୋତିଷାଚାର୍ଯ୍ୟ ଅନୁସାରେ ଜାଣନ୍ତୁ ସମୟ ଓ ବିଦ୍ଧି 

When to untie rakhi after festival know time and vidhi
 
ରକ୍ଷାବନ୍ଧନ ପରେ ରାକ୍ଷୀ ହାତରୁ କେବେ ଖୋଲି ଦେବା ଉଚିତ ?
 

ଓଡ଼ିଆ ଗସିପ୍ ବ୍ୟୁରୋ: ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା, ଶ୍ରାବଣ ପୂର୍ଣ୍ଣିମାର ଶୁଭ ଅବସରରେ ପାଳିତ ହେଉଥିବା ଏହି ଉତ୍ସବଟି କେବଳ ଭାଇ-ଭଉଣୀର ପବିତ୍ର ସ୍ନେହର ବନ୍ଧନ ନୁହେଁ ବରଂ ଦୁଇଟି ଆତ୍ମା, ଦୁଇଟି ହୃଦୟ ଏବଂ ଦୁଇଟି ପ୍ରାଣ ମଧ୍ୟରେ ପରସ୍ପର ପ୍ରତି ଘନିଷ୍ଠତା ଆବେଗ ଓ ସମ୍ମାନର ପ୍ରତୀକ। ଏହି ଦିନ ନିଜ ସୁରକ୍ଷା ପାଇଁ ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ।

ଅଧିକ ପଢ଼ନ୍ତୁ: ଗର୍ଭାବସ୍ଥାରେ ଖାଆନ୍ତୁ ଏହିସବୁ ମହତ୍ଵପୂର୍ଣ୍ଣ ଖାଦ୍ୟ; ପିଲା ହେବ ବୁଦ୍ଧିମାନ ଏବଂ ସୁସ୍ଥସବଳ...

କିଛି ଲୋକ ରକ୍ଷାବନ୍ଧନର ରାକ୍ଷୀକୁ ପୁରା ବର୍ଷସାରା ହାତରେ ପିନ୍ଧି ରଖିଥାନ୍ତି ତ ଆଉ କିଛି ଲୋକ ରାକ୍ଷୀର ପରବର୍ତ୍ତୀ ଦିନ ହିଁ ଏହାକୁ ଖୋଲି ଦେଇଥାନ୍ତି । ତେବେ ଆପଣଙ୍କ ମନ ମଧ୍ୟରେ ନିଶ୍ଚୟ ପ୍ରଶ୍ନ ଉଠିଥିବ ଯେ, ରାକ୍ଷୀକୁ ପ୍ରକୃତରେ କେତେ ସମୟ ପର୍ଯ୍ୟନ୍ତ ପିନ୍ଧାଯାଇପାରିବ ।

ଅର୍ଥାତ ରାକ୍ଷୀକୁ କେବେ ହାତରୁ ଖୋଲି ଦେବା ଉଚିତ ଓ ରାକ୍ଷୀ ଖୋଲିବାର ଉପଯୁକ୍ତ ସମୟ କ’ଣ ? ଆଜି ଆମେ ଆସନ୍ତୁ ଜାଣିବା ରାକ୍ଷୀ କେବେ ଖୋଲିବା ଓ ଏହାକୁ କେଉଁଠାରେ ବିସର୍ଜନ କରିବା ।

ଅଧିକ ପଢ଼ନ୍ତୁ: ଯୌନ ସ୍ବାସ୍ଥ୍ୟ ପାଇଁ ବରଦାନ ଅଟେ ଖଜୁରି! ପ୍ରତିଦିନ ସେବନ କଲେ ମିଳିଥାଏ ଏହି ସବୁ ଜବରଦସ୍ତ ଫାଇଦା

ଜଣେ ଜ୍ୟୋତିଷାଚାର୍ଯ୍ୟ ଅନୁସାରେ ରାକ୍ଷୀ ଖୋଲିବାର କୌଣସି ନିର୍ଦ୍ଧାରିତ ଦିନ କିମ୍ବା ସମୟ ଧାର୍ଯ୍ୟ କରାଯାଇନାହିଁ । ରକ୍ଷାବନ୍ଧନ ପରେ ରାକ୍ଷୀକୁ ୨୪ ଘଣ୍ଟା ପରେ ଖୋଲିଦେବା ଉଚିତ । ରାକ୍ଷୀକୁ ପୁରା ବର୍ଷ ବାନ୍ଧି ରଖିବା ଅନୁଚିତ । ଯଦି ଆପଣ ପୁରା ବର୍ଷ ରାକ୍ଷୀକୁ ହାତରେ ବାନ୍ଧି ରଖିବେ ତେବେ ବହୁ ଦୋଷ ଲାଗିବ । ଏହା ଅଶୁଦ୍ଧ ହୋଇଯାଏ । 

ରାକ୍ଷୀର କିଛିଦିନ ପରେ ପିତୃପକ୍ଷ ଆରମ୍ଭ ହୋଇଯାଏ । ଏହି ସମୟରେ ରାକ୍ଷୀ ପିନ୍ଧି ରଖିବା ଦ୍ୱାରା ଏହା ଅଶୁଦ୍ଧ ହୋଇଯାଏ । ଅଶୁଦ୍ଧ ବସ୍ତୁକୁ ଧାରଣ କରାଯାଏ ନାହିଁ । ଏହାକୁ ତ୍ୟାଗ କରିଦେବା ଉଚିତ । ଏହାକୁ ଧାରଣ କରିବା ଦ୍ୱାରା ନକରାତ୍ମକ ଶକ୍ତି ସୃଷ୍ଟି ହୋଇଥାଏ ।

ଅଧିକ ପଢ଼ନ୍ତୁ: ରାକ୍ଷୀ ପୂର୍ଣ୍ଣିମାରେ ଭଦ୍ରାକାଳ ଯୋଗ, ଜାଣନ୍ତୁ ରାକ୍ଷୀ ବାନ୍ଧିବାର ଠିକ୍ ସମୟ ଓ କ’ଣ କହୁଛନ୍ତି ବୈଦିକ ଜ୍ୟୋତିଷ ଶାସ୍ତ୍ର 

ଅର୍ଥାତ ୨୪ ଘଣ୍ଟା ପରେ ରାକ୍ଷୀକୁ ଆପଣ ଖୋଲିଦେଇ ବିସର୍ଜନ କରି ଦିଅନ୍ତୁ । ବିସର୍ଜନ କରିଦେବା ଅର୍ଥ ତାହାକୁ କୌଣସି ଗଛରେ ବାନ୍ଧି ଦିଅନ୍ତୁ କିମ୍ବା ସାଇତି କରି ରଖିପାରନ୍ତି । କୁହାଯାଏ ରକ୍ଷାବନ୍ଧନର ସମ୍ବନ୍ଧ ରକ୍ଷାସୂତ୍ର ସହ ରହିଛି । ରକ୍ଷାସୂତ୍ର ସୂତା କିମ୍ବା କପଡାରେ ତିଆରି ହୋଇଥାଏ । କିନ୍ତୁ ଯେଉଁମାନେ ସୁନା କିମ୍ବା ରୂପାର ରାକ୍ଷୀ ପିନ୍ଧୁଛନ୍ତି ସେମାନେ ଏହାକୁ ବର୍ଷସାରା ଧାରଣ କରିପାରିବେ । କାରଣ ଏହା ଫ୍ୟାଶନ ଓ ସଂପନ୍ନତାକୁ ଦର୍ଶାଇଥାଏ ।