୩ ହଜାର କାର୍ ନେଇ ଯାଉଥିବା ମାଲବାହୀ ଜାହାଜରେ ଲାଗିଲା ନିଆଁ, ଜଣେ ଭାରତୀୟ ମୃତ
ଅଧିକ ପଢ଼ନ୍ତୁ : ଦେଖନ୍ତୁ ଭିଡ଼ିଓ : ସ୍ୱାମୀଙ୍କୁ ଛାଡି ଆସିଥିଲି, କେବଳ ମୋ ଦେହ ପାଇଁ ମତେ ଡାକିଥିଲେ ପ୍ରେମିକ ବିଶ୍ୱଜିତ
ସୂଚନାଯୋଗ୍ୟ, ୧୯୯ ମିଟର ଲମ୍ବ ପାନାମାର କାର୍ଗୋ ଜାହାଜ ଫ୍ରେମାଣ୍ଟଲ ହାଇୱେ ଜର୍ମାନୀରୁ ଇଜିପ୍ଟକୁ ଯାଉଥିଲା କିନ୍ତୁ ମଙ୍ଗଳବାର ରାତିରେ ନେଦରଲ୍ୟାଣ୍ଡସ୍ ଉପକୂଳରେ ଜାହାଜରେ ନିଆଁ ଲାଗିଯାଇଥିଲା। ନେଦରଲ୍ୟାଣ୍ଡସରେ ଥିବା ଭାରତୀୟ ଦୂତାବାସ ଏକ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ କହିଛନ୍ତି ଯେ ଏହି ଦୁର୍ଘଟଣାରେ ଜଣେ ଭାରତୀୟ ନାଗରିକଙ୍କର ମୃତ୍ୟୁ ହୋଇଛି। ଦୂତାବାସ କହିଛି ଯେ ମୃତକଙ୍କ ସମ୍ପର୍କୀୟଙ୍କ ସହ ଯୋଗାଯୋଗ କରାଯାଇଛି ଏବଂ ଶୀଘ୍ର ମୃତଦେହ ଭାରତକୁ ପଠାଯିବ।
ଅଧିକ ପଢ଼ନ୍ତୁ : କିଏ ଦେଲା ପ୍ରଶାନ୍ତ ଜଗଦ୍ଦେବଙ୍କୁ ପେଟ୍ରୋଲ ପମ୍ପ, ଦେଖନ୍ତୁ ବିଜେପି ସହ ଡିଲ ବେଳର ସାଙ୍ଘାତିକ ଭିଡିଓ...
ଦୂତାବାସ କହିଛି ଯେ ଏହି ଦୁର୍ଘଟଣାରେ ଆହତ ହୋଇଥିବା ୨୦ଜଣଙ୍କ ସହ ଯୋଗାଯୋଗରେ ଅଛି ଏବଂ କାର୍ଗୋ ଜାହାଜ ଚଳାଉଥିବା କମ୍ପାନୀ ସହ ସମନ୍ବୟ ରକ୍ଷା କରି ସେମାନଙ୍କୁ ସମସ୍ତ ଆବଶ୍ୟକୀୟ ସହାୟତା ଯୋଗାଇ ଦିଆଯାଉଛି।
ଅଧିକ ପଢ଼ନ୍ତୁ : ରାଶିଚକ୍ର: ମିଥୁନ ସମେତ ଏହି ରାଶିର ବ୍ୟକ୍ତିଙ୍କ ପାଇଁ ରହିଛି ଘାତ ବାର: ହାତରୁ ଖସିଯିବ ଧନ
ଅନୁମାନ କରାଯାଉଛି କି ଜାହାଜରେ ୨୫ଟି ଇଲେକ୍ଟ୍ରିକ କାର ଥିବା ବେଳେ ଗୋଟିଏରେ ନିଆଁ ଲାଗିବାରୁ ଏହା ସବୁ ଆଡକୁ ବ୍ୟାପିଯାଇଥାଇପାରେ। ଅଗ୍ନୀଶମ ବିଭାଗର କର୍ମୀ ଦୀର୍ଘ ପ୍ରାୟ ୧୬ ଘଣ୍ଟା ହେବ କଠିନ ପରିଶ୍ରମ କରିଥିଲେ ବି ଏବେ ପର୍ଯ୍ୟନ୍ତ ନିଆଁ ଲିଭି ନାହିଁ।
ଏବେ ଆଶଙ୍କା କରାଯାଉଛି କି ନିଆଁ ଲିଭାଇବାକୁ ବହୁପରିମାଣରେ ପାଣି ବ୍ୟବହାର ଦ୍ୱାରା ଜାହାଜଟି ବୁଡି ଯିବାର ସମ୍ଭାବନା ରହିଛି।