ଓଡିଶାରୁ ୩୫୦ କୋଟି ଜବତ ଘଟଣା: ନିର୍ବାଚନରେ ବିଜେପି ପାଇଁ ଖର୍ଚ୍ଚ ହୋଇଥାନ୍ତା ୧୦୦ କୋଟି, ଆୟକର ବିଭାଗ ହାତରେ ଲାଗିଲା ସାଙ୍ଘାତିକ ତଥ୍ୟ!, ଦେଖନ୍ତୁ ଭିଡ଼ିଓ...

 

ଓଡ଼ିଆ ଗସିପ ବ୍ୟୁରୋ: ମଦ ବ୍ୟବସାୟୀଙ୍କ ଘରୁ ଟଙ୍କାର ପାହାଡ ଜବତ ହୋଇଛି । ମଦ ବ୍ୟବସାୟୀ ରାଜକିଶୋର ସାହୁ ଓ ଦେବରାଜ ସାହୁଙ୍କ ଘରୁ ଏତେ ଟଙ୍କା ଜବତ ହୋଇଛି ଯେ ଜବତ ଟଙ୍କାକୁ ଟ୍ରକରେ ଆଣିବାକୁ ପଡିଛି ।

ସୁନ୍ଦରଗଡ ଓ ସମ୍ବଲପୁରରେ ରେଡ୍ ବେଳେ ପୁଳା ପୁଳା ନୋଟ ବିଡା ଜବତ ହୋଇଛି ମଦ ବ୍ୟବସାୟୀଙ୍କ ଘରୁ । ବିଡା ବିଡା ଟଙ୍କାରେ ଆଲମିରା ଭର୍ତି ହୋଇଛି । ୧୦୦ ଟଙ୍କିଆରୁ ୫୦୦ ଟଙ୍କିଆ ନୋଟ ବିଡା ଦେଖି ତାଜୁବ ହୋଇଯାଇଛନ୍ତିି ଆୟକର ଅଧିକାରୀ । ଘରର ଯୋଉଠି ହାତ ମାରିଲେ ସେଠାରୁ ବାହାରୁଛି ପୁଳା ପୁଳା ଟଙ୍କା ।

ଭୁବନେଶ୍ୱର, ସୁନ୍ଦରଗଡ, ରାୟଗଡା, ବୌଦ୍ଧ ଏବଂ ଟିଟଲାଗଡରେ ଏକା ସଙ୍ଗରେ ଆୟକର ବିଭାଗର ରେଡ୍ ଚାଲିଛି । ଟଙ୍କା ଗଣି ଗଣି ମେସିନ୍ ବି ହାଲିଆ ହୋଇଗଲାଣି । ଟଙ୍କା ଗଣା ପାଇଁ ୧୨ଟି ମେସିନ୍ ଲାଗିଛି । ବହୁ ଦିନ ଧରି ବିଡା ବନ୍ଧା ହୋଇ ରହିଥିବାରୁ ଟଙ୍କା ଗଣିବାରେ ସମସ୍ୟା ଉପୁଜୁଥିବା ଜଣାପଡିଛି ।

ଅଧିକ ପଢନ୍ତୁ: ଦେଖନ୍ତୁ EXCLUSIVE ଭିଡ଼ିଓ: ୩୫୦ କୋଟି ଜବତ ଘଟଣାରେ ଆସିଲା ସାଙ୍ଘାତିକ ତଥ୍ୟ, ଧୀରଜଙ୍କୁ ସୁରକ୍ଷା ଦେବା ପାଇଁ ଓଡ଼ିଆ କେନ୍ଦ୍ର ମନ୍ତ୍ରୀ ନେଇଥିଲେ ୭୫ କୋଟି !

ଝାଡ଼ଖଣ୍ଡ କଂଗ୍ରେସ ରାଜ୍ୟସଭା ସାଂସଦ ଧିରଜ ସାହୁ ଙ୍କ ଟଙ୍କା ଗଛିତ ହୋଇ ରହିଥିବା ଆଇଟି ସୂତ୍ରରୁ ଜଣାପଡ଼ିଛି । ଗତ ଛତିଶଗଡ଼ ନିର୍ବାଚନରେ କଂଗ୍ରେସ ପାଇଁ ଏତେ ଟଙ୍କା ଖର୍ଚ୍ଚ ହେବା ପାଇଁ ଥିବା ବେଳେ ଚଢ଼ାଉ କରିଛି ଆୟକର ବିଭାଗ । 

କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି ଝାଡଖଣ୍ଡ ଓ ଛତିଶଗଡ଼ ରୁ ଆୟ ହୋଇଥିବା ଟ୍ରକ ଟ୍ରକ ଟଙ୍କା ଓଡ଼ିଶାରେ କାହିଁକି ଗଛିତ ହୋଇଥିଲା ? ସରକାରଙ୍କୁ ଠକୁଥିବା ଏହି ଠକଙ୍କୁ କିଏ ଦେଉଥିଲା ସୁରକ୍ଷା ? ଆଇଟି ର ତନାଘନା ଭିତରେ କିଛି ରୋଚକ ତଥ୍ୟ ସାମ୍ନାକୁ ଆସିଛି ।

ବଲାଙ୍ଗୀର ରାଜବଂଶ ସହ ଜଡିତ ଜଣେ ବିଜେପି ତୁଙ୍ଗ ନେତା ଓ କଳାହାଣ୍ଡିର ଆଉ ଜଣେ ବିଜେପି ରାଜ୍ୟ ନେତୃତ୍ୱ କୁଆଡେ ଏହି ଧିରଜଙ୍କୁ ଦେଉଥିଲେ ସିକ୍ୟୁରିଟି । ଏ ନେଇ ଗତ କିଛି ବର୍ଷ ପୂର୍ବରୁ ଡିଲ ସରିଥିଲା ।

ଦେଖନ୍ତୁ ଭିଡ଼ିଓ:

<a href=https://youtube.com/embed/68kirCl62GA?autoplay=1&mute=1><img src=https://img.youtube.com/vi/68kirCl62GA/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="640">

ଗତ ପଂଚାୟତ ନିର୍ବାଚନ, ଉପନିର୍ବାଚନ ରେ ଧିରଜଙ୍କ ଟଙ୍କା ବିନିଯୋଗ ହୋଇଥିଲା । ଏପରିକି ଓଡ଼ିଶାର ଆଗାମୀ ସାଧାରଣ ନିର୍ବାଚନରେ ବିଜେପି ପାଇଁ ପଶ୍ଚିମ ଓଡ଼ିଶାରେ ଏହି ଟଙ୍କା ଖର୍ଚ୍ଚ ହେବାକୁ ଥିବା ଭଳି ସଙ୍ଗୀନ ସୁରାକ ଲାଗିଛି ଆଇଟି ଅଧିକାରୀଙ୍କ ପାଖରେ ।

ଅଧିକ ପଢନ୍ତୁ: ଦେଖନ୍ତୁ Exclusive ଛାତିଥରା ଭିଡ଼ିଓ: ଭାରତର ସିପାହୀ ନିରା ଆର୍ଯ୍ୟା - ଏମିତି ଜଣେ ନାରୀ ଯାହାଙ୍କ ସ୍ତନ କାଟି ଦିଆଯାଇଥିଲା, ତାଙ୍କ ଛାତିରୁ ଲୁଗା ଖୋଲି ଦିଆଯାଇଥିଲା...

କିନ୍ତୁ କଂଗ୍ରେସ ନେତାଙ୍କ ସହ ବିଜେପି ଶୀର୍ଷ ନେତୃତ୍ୱଙ୍କର ଏଭଳି ଭିତିରି ବୁଝାମଣା ସଭିଙ୍କୁ ତାଯୁବ କରିଛି । ଠାକୁର ଘରେ କିଏ ନାଂ ମୁଁ କଦଳୀ ଖାଅନି ନ୍ୟାୟରେ ପ୍ରେସମିଟ କରି ବିଜେପି ନେତା ନିଜ ଦେହରେ ଲାଗିଥିବା ଅଳିଆ ସଫା କରୁଥିବା କହିଛନ୍ତି ରାଜନୈତିକ ବିଶେଷଜ୍ଞ ।