'ମୋର ଗୋଟିଏ ୱିକ୍ ପଏଣ୍ଟ ରହିଛି ଏବଂ ତାହା ହେଉଛି କୌଣସି ହିରୋ ମତେ ଛୁଇଁଲେ ମୋର....', ଏପରି ବହୁତ ସିକ୍ରେଟ କଥା କହିଛନ୍ତି ଓଡ଼ିଆ ଆକ୍ଟ୍ରେସ କୁକିଜ୍ ସ୍ୱାଇଁ

 

ଓଡ଼ିଆ ଗସିପ୍ ବ୍ୟୁରୋ: ସେ ପିଲାବେଳୁ ପରଦା ପ୍ରେମରେ ପଡ଼ିଥିଲେ । ଆଉ କ୍ୟାମେରା ତାଙ୍କ ପ୍ରେମ । କ୍ୟାମେରା ପ୍ରେମରେ ପଡ଼ି ସେ ଅଭିନୟ ଜଗତରେ ପାଦ ଥାପି ସାଉଁଟିଛନ୍ତି ଅନେକ ସ୍ନେହ ପ୍ରେମ ଓ ଭଲ ପାଇବା । ଗୋଟିଏ ପରେ ଗୋଟିଏ ସକସେସ୍ ପ୍ରୋଜେକ୍ଟ ଦେଇ ସେ ବନିଯାଇଥିଲେ ସଭିଙ୍କ କୁଇନ୍ । ନା ତାଙ୍କର କୁକିଜ୍ ।

ହଁ ଆପଣ ଠିକ୍ ଅନୁମାନ କରିପାରୁଛନ୍ତି ଆମେ ସେଇ ନଟଖଟି ଚୁଲବୁଲୀ ଓଲିଉଡ୍ ନାୟିକା କୁକିଜ୍ ଙ୍କ ସମ୍ପର୍କରେ ଆଜି କିଛି ଜଣା ଅଜଣା କଥା ଜାଣିବା । ମାତ୍ର ୧୦ ବର୍ଷ ବୟସରୁ କଳାକାର ଜୀବନ ଆରମ୍ଭ କରିଥିବା କୁକିଜ୍ ୟା ଭିତରେ ଏତେ ବଡ଼ ହେଇଗଲେଣି ଯେ, ସଫଳତା ତାଙ୍କ ସାମ୍ନାରେ ଆସି ଲକ୍ ଲକ୍ କରୁଛି ।

ଅଧିକ ପଢ଼ନ୍ତୁ: 'ବନ୍ଧୁତା ଆଳରେ ମତେ ଡାକିଲେ ଆଉ ହୋଟେଲକୁ ନେଇ ମୋ ଇଜ୍ଜତ ଲୁଟିନେଲେ', କାନ୍ଦି କାନ୍ଦି ଏପରି ଅଭିଯୋଗ କଲେ ଅଭିନେତ୍ରୀ

କିନ୍ତୁ ଆପଣ ଜାଣନ୍ତି ଏହି ଚୁଲବୁଲି ନାୟିକାଙ୍କ ଗୋଟିଏ ୱିକ୍ ପଏଣ୍ଟ ରହିଛି ଏବଂ ତାହା ହେଉଛି ସେ କୋ ଆକ୍ଟରଙ୍କ ଟଚ୍ କୁ ପସନ୍ଦ କରନ୍ତି ନାହିଁ । ଏହା ତାଙ୍କୁ ଜମାରୁ ଭଲ ଲାଗେନି ବୋଲି ସେ ନିକଟରେ ଏକ ସାକ୍ଷାତକାର ଅବସରରେ କହିଛନ୍ତି । ସେ ଏହା ବି କହିଛନ୍ତି ଯେ, କୌଣସି ହିରୋ ତାଙ୍କୁ ଛୁଇଁଲେ ତାଙ୍କୁ ଟିକେ ଅସହଜ ମନେ ହୁଏ ।

ଅଧିକ ପଢ଼ନ୍ତୁ: କିଏ ଦେଲା ପ୍ରଶାନ୍ତ ଜଗଦ୍ଦେବଙ୍କୁ ପେଟ୍ରୋଲ ପମ୍ପ, ଦେଖନ୍ତୁ ବିଜେପି ସହ ଡିଲ ବେଳର ସାଙ୍ଘାତିକ ଭିଡିଓ...

ଭଜନରୁ କ୍ୟାରିଅର ଆରମ୍ଭ କରିଥିବା କୁକିଜ୍ ସ୍ୱାଇଁ ଟିକେ ନମକିନ୍ ଟିକେ ଖଟ୍ଟା ହୋଇଥିବା ବେଳେ ଛୋଟ ପରଦାରେ ସେ ସାଉଁଟିଛନ୍ତି ଅନେକ ପ୍ରଶଂସା । ଛୋଟ ବେଳେ ମୋର ଇଚ୍ଛା ନଥିଲା କିନ୍ତୁ ମୋ ମାଆଙ୍କ ଇଚ୍ଛା ଥିଲା ଯେ ମୁଁ ସିନେମା ଦୁନିଆକୁ ଯାଏ । ମୋର ଇଚ୍ଛା ନଥିଲା ହେଲେ ଶେଷରେ ମୁଁ ସେ କଳା ଲାଇନ୍ କୁ ଆସିଛି ।

ମୋ ଅଜା ଆଈ ମଧ୍ୟ ମୋତେ ଏ ଲାଇନ୍ କୁ ଆସେ ବୋଲି ଚାହୁଁଥିଲି । ଛୋଟ ବେଳେ ଇଛା ନଥିଲା କିନ୍ତୁ ଏବେ ଏ ଲାଇନକୁ ଆସିବା ପରଠାରୁ ଆଉ ପଛକୁ ଫେରିପାରୁନି ବୋଲି କହିଛନ୍ତି କୁଇନ ଓରଫ୍ କୁକିଜ୍ ସ୍ୱାଇଁ । ଫୁଲ୍ ଗଡ଼ବଡ଼ ସିରିଏଲରୁ ମୋତେ ଲୋକେ କୁଇନ୍ ଡାକିବା ଆରମ୍ଭ କରିଥିଲେ ।

ଅଧିକ ପଢ଼ନ୍ତୁ: ହୋଟେଲ ଭିତରେ ଚାଲିଥିଲା ଦେହ ବେପାର; ଅଚାନକ ପସିଗଲା ପୋଲିସ, ଆପତ୍ତିଜନକ ସାମଗ୍ରୀ ସହ ୧୩ ଯୁବତୀ ଉଦ୍ଧାର

କେତେଟା ହାତ ଗଣତି ଆଲବମ୍ କରିଥିବା ବେଳେ ଅନେକ ଅଫର ଛାଡ଼ିଥିବା କୁହନ୍ତି କୁକିଜ୍ । କେଉଁଠି ପେମେଣ୍ଟ ଇସ୍ୟୁ ତ କେଉଁଠି ଥିଲା ଅପୋଜିଟ୍ ଆକ୍ଟର ଇସ୍ୟୁ । ସବୁଠୁ ବଡ଼ କଥା ହେଲା କୁକିଜ୍ କହିଛନ୍ତି ଯେ, ସେ ଅପୋଜିଟ୍ ଆକ୍ଟରଙ୍କ ଟଚ୍ କୁ ପସନ୍ଦ କରନ୍ତନି ।

କାହିଁକି ପଚାରିଲେ ସେ କୁହନ୍ତି ଯେ, ମୋତେ ପିଲାବେଳୁ ହିଁ କେହି ମୋତେ ଟଚ୍ କରନ୍ତୁ ମୁଁ ପସନ୍ଦ କରୁ ନଥିଲି । ମୋତେ ଡର ଥିଲା ଫିଲ୍ମରେ କ୍ଲୋଜ ହୁଅନ୍ତି ଯାହା ମୋତେ ପସନ୍ଦ ନଥିଲା । ବାବୁସାନଙ୍କ ସହ ଫିଲ୍ମ ଅଫର ଥିଲା କିନ୍ତୁ କୌଣସି କାରଣରୁ ହୋଇ ପାରିନଥିବାରୁ ଟିକେ ଦୁଃଖ ଲାଗୁଛି ବୋଲି କୁହନ୍ତି କୁକିଜ୍ ସ୍ୱାଇଁ ।