ସୁପରଷ୍ଟାର ସନ୍ନି ଦେଓଲ ଉପରେ ଗମ୍ଭୀର ଆରୋପ ଲଗାଇଲେ ନିର୍ଦ୍ଦେଶକ ସୁନୀଲ ଦର୍ଶନ, କହିଲେ ଶୁଝୁନାହାନ୍ତି ସନ୍ନି...

Suneel Darshan said Sunny Deol owes me over Rs 77 lakh
 
 
ସନ୍ନି ଦେଓଲ ଉପରେ ଗମ୍ଭୀର ଆରୋପ ଲଗାଇଲେ ନିର୍ଦ୍ଦେଶକ ସୁନୀଲ ଦର୍ଶନ
 

ଓଡ଼ିଆ ଗସିପ୍ ବ୍ୟୁରୋ: ରିଲିଜ ହେବା ଦିନରୁ ବକ୍ସ ଅଫିସରେ ରାଜ୍ କରୁଛି ସନ୍ନି ଦେଓଲ ଅଭିନୀତ ‘ଗଦର-୨’ । ଅକ୍ଷ୍ର କୁମାରଙ୍କ ‘ଓଏମଜି-୨’କୁ ପଛରେ ପକାଇ ସୁପରହିଟ ସାବ୍ୟସ୍ତ ହୋଇଛି ଏହି ଚଳଚ୍ଚିତ୍ର । ବର୍ତ୍ତମାନ ସୁଦ୍ଧା ଏହି ସିନେମା ୪୫୦ କୋଟି ଟଙ୍କାରୁ ଅଧିକ ଆୟ କରି ସାରିଥିବା ବେଳେ ଆଗକୁ ଆହୁରି ଇନକମ୍ କରିବ ବୋଲି ଆଶା ରହିଛି । ତେବେ ଏତେ ବଡ଼ ସଫଳତା ପରେ ମଧ୍ୟ ସୁପରଷ୍ଟାର ସନ୍ନି ଦେଓଲ ଫିଲ୍ମ ପାଇଁ ଟଙ୍କା ନେଇଥିଲେ। ହେଲେ ଏବେ ଫେରାଉ ନାହାନ୍ତି ସନ୍ନି। ବଲିଉଡ ଅଭିନେତା ସନ୍ନି ଦେଓଲଙ୍କ ଉପରେ ଏଭଳି ଆରୋପ ଲଗାଇଲେ ନିର୍ଦ୍ଦେଶକ-ପ୍ରଯୋଜକ ସୁନୀଲ ଦର୍ଶନ। 

ସୁନୀଲ ଏବଂ ସନ୍ନି ଫିଲ୍ମ ‘ଅଜୟ’, ‘ଇନ୍ତେକାମ’ ଏବଂ ‘ଲୁଟେରେ’ରେ କାମ କରିଥିଲେ। ସେମାନଙ୍କର ଝଗଡା ୧୯୯୬ରେ ଆରମ୍ଭ ହୋଇଥିଲା ଏବଂ ଅନେକ ବର୍ଷ ବିିତିବା ପରେ ବି ଏହା ଜାରି ରହିଛି। ବର୍ତ୍ତମାନ, ଏକ ନୂତନ ସାକ୍ଷାତକାରରେ ସୁନୀଲ ଦର୍ଶନ, ସନ୍ନିଙ୍କ ଉପରେ ଠକେଇର ଆରୋପ ଲଗାଇଛନ୍ତି।

ଅଧିକ ପଢ଼ନ୍ତୁ: ଆଜିଠୁ ଦେଶରେ ପରିବର୍ତ୍ତନ ହେବ ଏହି ୫ଟି ନିୟମ, ସିଧା ଆପଣଙ୍କ ପକେଟ୍‌ ଉପରେ ପଡିବ ପ୍ରଭାବ 

ଏକ ସାକ୍ଷାତକାର ରେ ସୁନୀଲ ଦର୍ଶନ କହିଛନ୍ତି ଯେ “ସନ୍ନି ଦେଓଲ ନିଜର ଏକ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ବିତରଣ କମ୍ପାନି ଆରମ୍ଭ କରିବାକୁ ଯୋଜନା କରୁଥିବାବେଳେ ଫିଲ୍ମ ‘ଅଜୟ’ ପାଇଁ ଡିଷ୍ଟ୍ରିବ୍ୟୁସନ ରାଇଟ୍ସ ମାଗିଥିଲେ। ଏହା ସହ ସନ୍ନି ଦେଓଲ ମୋତେ ଲଣ୍ଡନରୁ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଓ ଟଙ୍କା ଆଣିବା ପାଇଁ ରାଜି କରାଇ ଦେଇଥିଲେ। ମୁଁ ତାଙ୍କୁ ଟଙ୍କା ଦେଇଥିଲେ ବି ସେ ପରେ ମୋତେ ଆଜି ଦେବି କାଲି ଦେବି କହି ଆଉ ଟଙ୍କା ଦେଇନଥିଲେ। କିଛି ମାସ ପରେ ବ୍ୟକ୍ତିଗତ ସମସ୍ୟା ଥିବା କହି ସେ ମୋତେ ଟଙ୍କା ଦେଇପାରୁନଥିବା କହିଥିଲେ।

ଅଧିକ ପଢ଼ନ୍ତୁ: ଏହି ୩ଟି ରାଶି ଉପରେ ସୂର୍ଯ୍ୟ-ଶନି-ରାହୁଙ୍କ ରହିବ ଘାତକ ଦୃଷ୍ଟି; ଖରାପ ହେବ ସ୍ବାସ୍ଥ୍ୟ, ଜାଣନ୍ତୁ ଏବଂ ସତର୍କ ରୁହନ୍ତୁ 

ପରେ ସେ କାମ କରୁଥିବା ଏକ ଫିଲ୍ମର ପ୍ରଯୋଜନାରେ ମୋର ସାହାଯ୍ୟ ମାଗିଥିଲେ। ସେ କହିଥିଲେ ଯେ ସେ ମୋ ସହ ଏକ ଫିଲ୍ମ କରିବେ ଏବଂ ଫିଲ୍ମ ସରିବା ପରେ ମୋଠାରୁ ନେଇଥିବା ଟଙ୍କା ଦେବେ। ହେଲେ ନା ସେ ଫିଲ୍ମ ସରିଲା, ନା ମୁଁ ଟଙ୍କା ପାଇଲି। ମୁଁ ଚାରି ବର୍ଷ ସନ୍ନି ଦେଓଲଙ୍କ ପଛରେ ଦୌଡିଥିଲେ ବି ମୋତେ ମୋ ଟଙ୍କା ମିଳିନଥିଲା। ଏଥିପାଇଁ ମୁଁ କୋର୍ଟର ଦ୍ବାରସ୍ତ ହେ‌ଲି।”

ଅଧିକ ପଢ଼ନ୍ତୁ: ବିଶ୍ୱରେ ପ୍ରଥମ ଥର ପାଇଁ ଆବିଷ୍କାର ହେଲା ଚମତ୍କାରୀ ଇଞ୍ଜେକ୍ସନ, ମାତ୍ର ୭ ମିନିଟରେ ହେବ କ୍ୟାନ୍ସର ଚିକିତ୍ସା

ସେ ଆହୁରି ମଧ୍ୟ କହିଛନ୍ତି, “କୋର୍ଟରେ ସନ୍ନି ମୋତେ ଦେବାକୁ ଟଙ୍କା ନାହିଁ ବୋଲି କହିଥିଲେ ଏବଂ ମୋ ସହ ଏକ ଫିଲ୍ମ କରିବାକୁ ପ୍ରତିଶୃତି ଦେଇଥିଲେ। ତା’ପରେ, ସେ ଫିଲ୍ମ ସ୍କ୍ରିପ୍ଟରେ ପରିବର୍ତ୍ତନ କରିବା ଓ ସମୟ ଦେଇପାରୁନି ବୋଲି ବାହାନା କରି ଫିଲ୍ମର ସୁଟିଂ ପୂରଣ କରିନଥିଲେ। ପ୍ରାୟ ୨୭ବର୍ଷ ବିତିଗଲାଣି, ହେଲେ ମୋତେ ମୋ ଟଙ୍କା ମିଳୁନି। ଅନ୍ୟର ଟଙ୍କା ନେଇ ସେ ନିଜର ସମ୍ପତ୍ତି ବଢ଼ାଉଛନ୍ତି। ହେଲେ ଦେବାକୁ ଇଚ୍ଛା କରୁନାହାନ୍ତି। ସନ୍ନିଙ୍କ ଉପରେ ମୋର ୭୭,୨୫,୦୦ଟଙ୍କା ବାକି ରହିଛି।”