ଇଲିୟାନାଙ୍କ ପେଟରେ କାହା ପିଲା? ବିନା ବିବାହରେ ହେବେ ମାଆ, ସାମ୍ନାକୁ ଆସିଲେ ମିଷ୍ଟ୍ରୀ ମ୍ୟାନ୍ 

ନିଜ ରୋମାଣ୍ଟିକ୍ ଫଟୋ ସେୟାର କଲେ ଅଭିନେତ୍ରୀ ଇଲିୟାନା

 

ଓଡ଼ିଆ ଗସିପ୍ ବ୍ୟୁରୋ: ଅନୁରାଗ କଶ୍ୟପଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ବର୍ଫି’ରେ ନିଜ ଦମଦାର ଅଭିନୟ ପାଇଁ ବେଶ ପ୍ରସଂଶା ସାଉଁଥିବା ଅଭିନେତ୍ରୀ ଇଲିଆନା ଡ଼ି. କ୍ରୁଜ ନିକଟରେ ଯେତେବଳେ ଗର୍ଭବତୀ ଥିବା ନେଇ ଫ୍ୟାନ୍ସକୁ ସୂଚନା ଦେଇଥିଲେ ସେ ସମୟରେ ହିଁ ପିଲାର ବାପା କିଏ ବୋଲି ଚର୍ଚ୍ଚା ଲାଗିରହିଥିଲା ।  ତେବେ ବର୍ତ୍ତମାନ ଏହି ସସପେନ୍ସ ଉପରୁ ପରଦା ହଟାଇଛନ୍ତି ନିଜେ ଇଲିଆନା ।

ଅଧିକ ପଢ଼ନ୍ତୁ :  ଆଗାମୀ ୪୮ ଘଣ୍ଟାରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ  ସୃଷ୍ଟି ସମ୍ଭାବନା: ପ୍ରଭାବରେ ୧୯ ରୁ ୨୨ ତାରିଖ ଯାଏଁ ହୋଇପାରେ ପ୍ରବଳ ବର୍ଷା

ଇଲିଆନାଙ୍କ ଗର୍ଭଧାରଣକୁ ନେଇ ଦୀର୍ଘ ଦିନରୁ ଚର୍ଚ୍ଚା ଲାଗି ରହିଥିବା ବେଳେ ବିନା ବିବାହରେ ଅଭିନେତ୍ରୀ ମାଆ ହେବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ନିକଟରେ ଇଲିଆନା ତାଙ୍କ ପାର୍ଟନରଙ୍କ ସହ ଏକ ସୁନ୍ଦର ଫଟୋ ଓ କ୍ୟାପସନ ଲେଖି ଏହାକୁ ସୋସିଆଲ ମିଡ଼ିଆରେ ସେୟାର କରିଥିଲେ । କିନ୍ତୁ ଫଟୋଟି ବ୍ଲର ଥିବାରୁ ତାଙ୍କ ପ୍ରେମିକଙ୍କ ମୁହଁ ସ୍ପଷ୍ଟ ଦେଖାଯାଇନଥିଲା ।

ଅଧିକ ପଢ଼ନ୍ତୁ :  ସୂର୍ଯ୍ୟ ଗୋଚର ୨୦୨୩ (Surya Gochar 2023): ଆଜି ରାଶିରେ ପରିବର୍ତ୍ତନ କରିବେ ସୂର୍ଯ୍ୟ, ବୁଦ୍ଧାଦିତ୍ୟ ରାଜଯୋଗ ଫଳରେ ଲାଭବାନ ହେବ ଏହିସବୁ ରାଶି!

କିନ୍ତୁ ଏବେ ଅଭିନେତ୍ରୀ ନିଜେ ଏହି ମିଷ୍ଟ୍ରି ମ୍ୟାନଙ୍କ ଖୁଲାସା କରିଛନ୍ତି । ଇଲିଆନା ନିଜ ଇଣ୍ଟାଗ୍ରାମ ଷ୍ଟୋରୀରେ ନିଜ ପାର୍ଟନରଙ୍କ ସହ ‘ଡ଼େଟ ନାଇଟ’ର ଏକ ରୋମାଣ୍ଟିକ୍ ଫଟୋ ସେୟାର କରିଛନ୍ତି । ଇଲିଆନା ନିଜ ପ୍ରେମକାଙ୍କ ଫଟୋ ସେୟାର କରିଥିବା ବେଳେ ସେ କିଏ? କଣ କରନ୍ତି? ଉଭୟ ପରସ୍ପରକୁ ପ୍ରଥମେ କେଉଁଠାରେ ଭେଟିଥିଲେ ? ସେ ନେଇ କୌଣସି ଖୁଲାସା କରିନାହାନ୍ତି ।

ଅଧିକ ପଢ଼ନ୍ତୁ :  ଦୂର କରିବାକୁ ଚାହୁଁଛନ୍ତି କି ପିତୃ ଦୋଷ? ଆସନ୍ତାକାଲି ସୋମବତୀ ଅମାବାସ୍ୟାରେ କରନ୍ତୁ ଏହି କାମ...

ଅଭିନେତ୍ରୀ ସେୟାର କରିଥିବା ଏହି ଫଟୋରେ ସେ ଏକ ରେଡ଼ ଡ୍ରେସରେ ନଜର ଆସିଛନ୍ତି । ଇଲିଆନା ଗର୍ଭବତୀ ଥିବା ନେଇ ଘୋଷଣା କରିବା ପରେ ତାଙ୍କ ପିଲାର ବାପା କିଏ? ତାହା ଜଣାଇନଥିଲେ ଇଲିଆନା।

ଅଧିକ ପଢ଼ନ୍ତୁ :  ସସ୍ମିତାଙ୍କ ସଂସାର ଭାଙ୍ଗିଦେଲା କ୍ୟାନ୍ସର, ପାଞ୍ଚ ମାସରେ ପରେ ଆଖି ବୁଜିଲେ ପରିବାରର ୩ ସଦସ୍ୟ, ଆଉ ତା'ପରେ...