ଏନିଭର୍ସରି ର ଦିନକ ପୂର୍ବରୁ ସମ୍ପର୍କରେ ପୂର୍ଣ୍ଣଛେଦ! ‘X’ରେ ଦୁଃଖ ବଖାଣିଲେ ସାଂସଦ ଅନୁଭବ
ଓଡ଼ିଆ ଗସିପ୍ ବ୍ୟୁରୋ: ଦୀର୍ଘ ଦିନ ଧରି ଲାଗି ରହିଥିବା ବର୍ଷା-ଅନୁଭବ କଳିରେ ପଡ଼ିଛି ପୂର୍ଣ୍ଣଛେଦ। ବିଧିବଦ୍ଧ ଭାବରେ ଅଲଗା ହୋଇଛନ୍ତି ଓଲିଉଡର ସୁପରହିଟ୍ ଯୋଡ଼ି ତଥା ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ।
ଏ ନେଇ ଏକ ଟ୍ୱିଟ୍ ମାଧ୍ୟମରେ ସୂଚନା ଦେଇଛନ୍ତି ଅଭିନେତା ଅନୁଭବ ମହାନ୍ତି।ବିବାହ ବିଚ୍ଛେଦ ପରେ ସେ ବେଶ ଖୁସି ସାବ୍ୟସ୍ତ କରିଛନ୍ତି। ଆଜି ତାଙ୍କ ବିବାହକୁ ୧୦ ବର୍ଷ ପୁରୁଥିବା ବେଳେ ବିବାହ ବାର୍ଷିକୀର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ୭ ତାରିଖରେ ଅନୁଭବଙ୍କ ଛାଡ଼ପତ୍ର ଆବେଦନକୁ ମଞ୍ଜୁରୀ ମିଳିଛି।
ଅଧିକ ପଢନ୍ତୁ :କିଡ଼ନୀ ସୁସ୍ଥ ରଖିବା ପାଇଁ ଖାଆନ୍ତୁ ଏହି ୫ଟି ଫଳ, ଗମ୍ଭୀର ରୋଗରୁ ବଞ୍ଚିଯିବେ...
ବୁଧବାର ବିଳମ୍ବିତ ରାତିରେ ଅଭିନେତା ଅନୁଭବ ମହାନ୍ତି ସୋସିଆଲ ମିଡିଆ ‘X’ରେ ନିଜ ଡିଭୋର୍ସ ମଞ୍ଜୁରିନାମାର ଏକ ଫଟୋ କପି ସହ ଲେଖିଛନ୍ତି ଯେ ‘ମୋ ପାଇଁ ଓ ପରିବାର ପାଇଁ ପ୍ରାର୍ଥନା କରିଥିବା ସମସ୍ତ ବ୍ୟକ୍ତିଙ୍କୁ ଧନ୍ୟବାଦ, ମୋ ବିବାହକୁ ୧୦ ବର୍ଷ ପୂରିବାର ଠିକ୍ ଗୋଟିଏ ଦିନ ପୂର୍ବରୁ ଏହି ଅର୍ଥହୀନ,ମୂଲ୍ୟହୀନ,ହୃଦୟହୀନ,ଯନ୍ତ୍ରଣା ଦାୟକ ଓ ମିଛ ବୈବାହିକ ଜିବନରୁ ମୁକ୍ତି ମିଳିଛି, ଆଜି ମୋ ଛାଡ଼ପତ୍ରକୁ ମଞ୍ଜୁରୀ ମିଳିଛି। ତାଙ୍କ(ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ) ପାଇଁ ପ୍ରାର୍ଥନା କରନ୍ତୁ।
ଅଧିକ ପଢନ୍ତୁ :୪ଟି ବଡ଼ ଗ୍ରହର ଗତି ପରିବର୍ତ୍ତନ, ଏହି ରାଶିର ଲୋକଙ୍କ ଉପରେ ପଡିବ ଗଭୀର ପ୍ରଭାବ!
ସୂଚନାଯୋଗ୍ୟ ଯେ, ୨୦୧୪ ଫେବୃଆରୀ ୮ ତାରିଖରେ ପ୍ରେମ ବନ୍ଧନରେ ବାନ୍ଧି ହୋଇଥିଲେ ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ପୂର୍ବରୁ ଅନୁଭବଙ୍କ ଛାଡ଼ପତ୍ର ଆବେଦନକୁ ପରିବାର କୋର୍ଟ ଖାରଜ କରିଦେଇଥିଲେ । ଏଥିସହିତ ଦୁହେଁ ଏକାଠି ରହିବା ନେଇ ବର୍ଷା କରିଥିବା ଆବେଦନକୁ ମଧ୍ୟ କୋର୍ଟ ଅଗ୍ରାହ୍ୟ କରିଦେଇଥିଲେ ।
ଅଧିକ ପଢନ୍ତୁ :ଆର୍ଥିକ ଚିନ୍ତା ଲାଗି ରହିବା ସହ ଏହି ରାଶି ଲୋକଙ୍କ ପ୍ରତ୍ୟେକ କାର୍ଯ୍ୟରେ ବାଧା ସୃଷ୍ଟି ହେବା! ପଢନ୍ତୁ ରାଶିଫଳ
ଏନେଇ ଅନୁଭବ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଅନୁଭବଙ୍କୁ ଛାଡ଼ପତ୍ର ଆବେଦନ ପାଇଁ ହାଇକୋର୍ଟ ଅନୁମତି ଦେବା ପରେ ବର୍ଷାଙ୍କୁ ନେଇ ଚାରିଆଡ଼େ ବେଶ୍ ଚର୍ଚ୍ଚା ହୋଇଥିଲା । ବର୍ଷା ବିବାହ ବିଚ୍ଛେଦରେ ପୂର୍ଣ୍ଣଚ୍ଛେଦ ଟାଣିବେ କି ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବେ ସେନେଇ ପ୍ରଶ୍ନ ଉଠିଥିଲା ।
ଅଧିକ ପଢନ୍ତୁ :ସ୍ବାସ୍ଥ୍ୟଜନିତ ସମସ୍ୟା ଉପୁଜିବା ସହ ଅତ୍ୟଧିକ ଖର୍ଚ୍ଚ ଚିନ୍ତାର କାରଣ ହେବ! ପଢନ୍ତୁ ଏ ସପ୍ତାହର ରାଶିଫଳ