ସୁନ୍ଦରୀ ରଶ୍ମିକା ଆଉ ସାରାଙ୍କ ପରେ ‘ଡ଼ିପ୍ ଫେକ’ର ଶିକାର ହେଲେ ଦୂତି ଚାନ୍ଦ, ଭାଇରାଲ ହେଉଛି ଫଟୋ
 

Dutee Chand deep fake photo is going viral on social media
 
‘ଡ଼ିପ୍ ଫେକ’ର ଶିକାର ହେଲେ ଦୂତି ଚାନ୍ଦ
 

ଓଡ଼ିଆ ଗସିପ୍ ବ୍ୟୁରୋ:ସୁନ୍ଦରୀ ରଶ୍ମିକା ଆଉ ସାରାଙ୍କ ପରେ ‘ଡ଼ିପ୍ ଫେକ’ର ଶିକାର ହେଲେ ଦୌଡ଼ରାଣୀ ଦୂତି ଚାନ୍ଦ । ନିକଟରେ ଦୂତି ଏକ ଫଟୋ ସୋସିଆଲ ମିଡିଆ ‘ଏକ୍ସ’ରେ  ପୋଷ୍ଟ କରିଥିଲେ। ଯାହାର ସମାନ ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। 

ଅଧିକ ପଢନ୍ତୁ :କିଡନୀ ରୋଗୀ ସାବଧାନ! ଖାଉଛନ୍ତି କି ଏହି ଖାଦ୍ୟ? କିଡନୀକୁ ସୁସ୍ଥ ରଖିବା ପାଇଁ ଏସବୁ ଖାଦ୍ୟରୁ ଦୂରେଇ ରୁହନ୍ତୁ...

ଦୂତି ଚାନ୍ଦଙ୍କ ସ୍ଥାନରେ ତାମିଲର ଜଣେ ହିରୋଇନ କାଶ୍ମିରା ପରେଦେଶୀଙ୍କ ଫଟୋ ଭାଇରାଲ ହେଉଛି। ତେବେ ଡିପ ଫେକକୁ ନେଇ ଦୌଡ଼ରାଣୀ ଦୂତି ଚାନ୍ଦ କିିଛି ସୂଚନା ଦେଇ ନ ଥିବା ବେଳେ ଏହି ଫୋଟଟି ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି ।

ଡିପ ଫେକକୁ ନେଇ ସାରା ଦେଶରେ ଏବେ ଚର୍ଚ୍ଚା ଜୋର ଧରିଛି । ଡିପ ଫେକଏପରି ଏକ ଟେକନୋଲୋଜି, ଯେଉଁଥିରେ ଭିଡ଼ିଓ କିମ୍ବା ଫଟୋ ଏକଦମ ଅସଲି ଲାଗିଥାଏ । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା  ଏଆଇ ଦ୍ୱାରା ଏହା ପ୍ରସ୍ତୁତ କରାଯାଏ । ଏଭଳି ଭିଡ଼ିଓରେ ଅସଲି ଓ ନକଲି ମଧ୍ୟରେ ତଫାତ ଜାଣିବା ନିହାତି କଷ୍ଟକର ବ୍ୟାପାର । 

ଅଧିକ ପଢନ୍ତୁ :ବୁଧଙ୍କ ବକ୍ରୀ ଚଳନ: ବର୍ଷର ଶେଷ ମାସରେ ଚମକିବ ଏହି ୪ ରାଶିଙ୍କ ଭାଗ୍ୟ, ଜାଣନ୍ତୁ କେମିତି କଟିବ ଡିସେମ୍ବର ମାସ 

ତେବେ ଏହା ଅସମ୍ଭବ ନୁହେଁ । ଏହି ଟେକ୍ନୋଲୋଜି ଦ୍ୱାରା ସ୍ୱର ମିଶା ଯାଇ ପାରୁଛି । ଦୁଇଟି ଶରୀର ମଧ୍ୟରେ ତାରତମ୍ୟ ଜାଣି ହେଉନାହିଁ । ଏନକୋଡର ଓ ଡିକୋଡରର ମିଶ୍ରଣରେ ତିଆରି ହୁଏ ଡିପ ଫେକ ଭିଡ଼ିଓ । ଜେନେରେଟିଭ ଆଡଭର୍ସିଆଲ ନେଟୱର୍କ ଦ୍ୱାରା ଉଭୟକୁ ମିଶ୍ରଣ କରାଯାଏ । ଏନକୋଡର ନେଟୱର୍କରେ ଅସଲି ଭିଡ଼ିଓର ଚେହେରାକୁ ଅନୁଶୀଳନ କରାଯାଇ, ଡିକୋଡରକୁ ତଥ୍ୟ ପ୍ରଦାନ କରେ । ସେହି ତଥ୍ୟ ଆଧାରରେ ଭିଡ଼ିଓ ପ୍ରସ୍ତୁତ କରାଯାଏ ।

ଅଧିକ ପଢନ୍ତୁ :ବ୍ରେନକୁ ଭିତରୁ ଦୁର୍ବଳ କରୁଛି ଏହି ୫ଟି ଖରାପ ଅଭ୍ୟାସ, ଆଜି ହି ଛାଡ଼ନ୍ତୁ, ନଚେତ୍ ହେବ ଏହି ଗମ୍ଭୀର ରୋଗ

ନିକଟରେ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୋସିଆଲ ମିଡିଆ ପ୍ଲାଟଫର୍ମ ପ୍ରତିନିଧି ମାନଙ୍କ ସହ ଏକ ବୈଠକ କରିଥିଲେ। କେନ୍ଦ୍ର ପ୍ରଯୁକ୍ତିବିଦ୍ୟା ରାଷ୍ଟ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ସୂଚନା ଦେଇ କହିଥିଲେ ଯେ, ଡିପ୍‌ଫେକ୍‌ କଣ୍ଟେଣ୍ଟ୍‌’ ଉପରେ କାର୍ଯ୍ୟାନୁଷ୍ଠାନ ସୁନିଶ୍ଚିତ କରିବା ଲାଗି ଏହି ଅଫିସର୍‌ ନିଯୁକ୍ତ ହେବେ।  

‘ଏମ୍‌ଇଆଇଟିୱାଇ’ ଓ ଭାରତ ସରକାର ଜଣେ ‘ରୁଲ୍‌ ସେଭେନ୍‌ ଅଫିସର୍‌’ ମନୋନୀତ କରି ନିଯୁକ୍ତି ଦେବେ। ସେ ଅଫିସର୍‌ ଏକ ପ୍ଲାଟ୍‌ଫର୍ମ ପ୍ରସ୍ତୁତି କରିବେ, ଯେଉଁଥିରେ ସାମାଜିକ ଗଣମାଧ୍ୟମ ସବୁ ଉଲ୍ଲଂଘନ କରୁଥିବା ଆଇନ ବିଷୟରେ ନାଗରିକମାନେ ସହଜରେ ଅଭିଯୋଗ କରି ଭାରତ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିପାରିବେ। ସେହି ସୂଚନା ଆଧାରରେ ‘ରୁଲ୍‌ ସେଭେନ୍‌ ଅଫିସର୍‌’ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।

ଅଧିକ ପଢନ୍ତୁ : ଶନି ଗୋଚର: ୨୦୨୪ ରେ ଏହି ୪ ରାଶିର ଲୋକଙ୍କ ବଦଳିବ ଭାଗ୍ୟ, ବର୍ଷ ସାରା ଖାଲି ଟଙ୍କା ହିଁ ଟଙ୍କା!