ମୋବାଇଲ ଫୋନ ଯୋଗୁଁ ବଳି ପଡିଲା ସ୍ତ୍ରୀ, ଏହି ସାମାନ୍ୟ କାରଣ ପାଇଁ ଠେଙ୍ଗାରେ ପିଟି ମାରିଦେଲା ସ୍ବାମୀ

husband kill his wife for losing her mobile
 
 
husband kill his wife for losing her mobile
ମୋବାଇଲ ଫୋନ ଯୋଗୁଁ ବଳି ପଡିଲା ସ୍ତ୍ରୀ

ଓଡ଼ିଆ ଗସିପ୍ ବ୍ୟୁରୋ: ଆଜି କାଲି ଦୁନିଆରେ ମୋବାଇଲ ଫୋନ ର ଚାହିଦା ଏତେ ମାତ୍ରାରେ ବଢି ଯାଇଛି ଯେ ମଣିଷ ଶେଯରୁ ଉଠିବାରୁ ଶେଯକୁ ଗଲା ପର୍ଯ୍ୟନ୍ତ ଗୋଟିଏ ମୁହୂର୍ତ୍ତ ମଧ୍ୟ ମୋବାଇଲ ଫୋନ କୁ ଛାଡି ନଥାନ୍ତି । ଏମିତି କି ଅନେକ ବ୍ୟକ୍ତି ବାଥରୁମ କୁ ମଧ୍ୟ ମୋବାଇଲ ନେଇକି ଯାଇଥାନ୍ତି, ଏହିଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲାର କୁଳିଅଣା ଥାନା ଅନ୍ତର୍ଗତ ତାରାଯୋଡ଼ି ଗ୍ରାମରେ ଦେଖିବାକୁ ମିଳିଛି। 

ଅଧିକ ପଢନ୍ତୁ :- କେବଳ ୨ ଚାମଚ ମେଥିର ସେବନ ପୁରୁଷଙ୍କ ଯୌନ ଇଚ୍ଛା ଦୁଇ ଗୁଣିତ କରିଥାଏ ଏବଂ ମହିଳାଙ୍କ ଏହି ଅଙ୍ଗ କୁ ଉନ୍ନତ କରିଥାଏ, ଜାଣନ୍ତୁ କିପରି...

ମୋବାଇଲ ଫୋନ ହଜାଇ ଦେବାରୁ ଠେଙ୍ଗାରେ ପିଟି ପିଟି ନିଜ ସ୍ତ୍ରୀକୁ ମାରିଦେଲା ସ୍ବାମୀ। ସ୍ବାମୀ ରାମଚନ୍ଦ୍ର ସିଂ ତାଙ୍କ ସ୍ତ୍ରୀ ମୁଗୁଲି ସିଂଙ୍କ ସହିତ ରବିବାର ରାତିରେ ମୋବାଇଲ ହଜାଇବାକୁ ନେଇ ପାଟି ତୁଣ୍ଡ ହୋଇଥିଲା। ଏହାକୁ ନେଇ ସ୍ୱାମୀ ଉତକ୍ଷିପ୍ତ ହୋଇ ପାଖରେ ଥିବା ଏକ ଠେଙ୍ଗାରେ ମାଡ ମାରିଥିଲେ, ଫଳରେ ସ୍ତ୍ରୀ ମୁଗୁଲିଙ୍କର ମୃତ୍ୟୁ ହୋଇଥିଲା। 

ଅଧିକ ପଢନ୍ତୁ :- କେବଳ ୧୮ ବର୍ଷର ଯୁବକ ପଢ଼ନ୍ତୁ; କେମିତି ରଖିବେ ଲିଙ୍ଗର ଯତ୍ନ

ତେବେ ସୋମବାର ସକାଳୁ କୁଳିଅଣା ପୁଲିସ ଖବର ପାଇ ଶବ ଜବତ କରିବା ସହିତ ଏକ ମାମଲା ରୁଜୁ କରିବା ସହିତ ସ୍ବାମୀ ରାମଚନ୍ଦ୍ରଙ୍କୁ ଥାନାରେ ଗିରଫ କରି ଅଧିକ ପଚରା ଉଚରା ଜାରି ରଖିଛି। ଅଧିକ ତଦନ୍ତ ପରେ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି। ତେବେ ସ୍ୱାମୀ ରାମଚନ୍ଦ୍ର ସିଂ ବନବିଭାଗର ସବୁଜ ବାହିନୀ(ଅସ୍ଥାୟୀ କର୍ମଚାରୀ) ଭାବେ କାର୍ଯ୍ୟକରନ୍ତି।