ଷ୍ଟିଙ୍ଗ ଅପରେସନରେ ଫସିଲେ ଟିମ୍ ଇଣ୍ଡିଆର ମୁଖ୍ୟ ଚୟନକର୍ତା ଚେତନ ଶର୍ମା, ଖେଳାଳିଙ୍କୁ ନେଇ ଦେଲେ ଏହି ଚାଞ୍ଚଲ୍ୟକର ବୟାନ

 

ଓଡ଼ିଆ ଗସିପ ବ୍ୟୁରୋ: କ୍ରିକେଟ୍ ଇତିହାସରେ ସବୁଠୁ ବଡ଼ ଖୁଲାସା । ଷ୍ଟିଙ୍ଗ ଅପରେସନ୍ରେ ଫସିଲେ ମୁଖ୍ୟ ଚୟନକର୍ତା ଚେତନ ଶର୍ମା । କହିଛନ୍ତି ଭାରତୀୟ କ୍ରିକେଟରମାନେ ନିଜକୁ ଫିଟ୍ ରଖିବା ପାଇଁ ଇଞ୍ଜେକ୍ସନ୍ ନେଉଛନ୍ତି । ଯନ୍ତ୍ରଣା ଉପଶମ ପାଇଁ ଇଞ୍ଜେକ୍ସନ ନେଉଥିବା କହିଛନ୍ତି ଚେତନ ଶର୍ମା ।

ଆହତ ଥିବା ସତ୍ୱେ ଦଳର ଚୟନ ବେଳେ ଫିଟ୍ ରହିବାକୁ ଇଞ୍ଜେକ୍ସନ୍ ଉପରେ ନିର୍ଭର କରୁଛନ୍ତି । ଏକ ଘରୋଇ ଟିଭି ଚ୍ୟାନେଲ ପକ୍ଷରୁ କରାଯାଇଥିବା ଷ୍ଟିଙ୍ଗ ଅପରେସନ୍ ବେଳେ ଏପରି କିଛି ବିସ୍ଫୋରକ ବୟାନ ଦେଇଛନ୍ତି ଚେତନ ଶର୍ମା । ଭାରତୀୟ ଦଳର କିଛି ବଡ଼ ବଡ଼ କ୍ରିକେଟର ବି ଏପରି ଇଞ୍ଜେକ୍ସନ୍ ନେଇଛନ୍ତି ବୋଲି ଚେତନ ଶର୍ମା କହିଛନ୍ତି ।

ଅଧିକ ପଢ଼ନ୍ତୁ : ମହାଶିବରାତ୍ରୀ ପାଇଁ ପ୍ରଭୁ ଲିଙ୍ଗରାଜଙ୍କ ନୀତି ନିର୍ଘଣ୍ଟ; ଜାଣନ୍ତୁ କେତେବେଳେ ଉଠିବ ମହାଦୀପ ଏବଂ ହେବ ପ୍ରଭୁଙ୍କ ସାହାଣମେଲା ଦର୍ଶନ

ଖେଳାଳି ଚୟନ ପୂର୍ବରୁ କିଛି ଖେଳାଳି ୮୦ରୁ ୮୫ ପ୍ରତିଶତ ଶାରୀରିକ ଭାବେ ଅଯୋଗ୍ୟ ଥାନ୍ତି । ହେଲେ ସେହି ଖେଳାଳିମାନଙ୍କୁ ଦଳରେ ରଖିବା ପାଇଁ ଅନୁରୋଧ ଆସିଥାଏ । କିଛି ଷ୍ଟାର ଖେଳାଳି ସଂପୂର୍ଣ୍ଣ ଅସୁସ୍ଥ ଥିଲେ ମଧ୍ୟ ଏନ୍ସିଏ ସେମାନଙ୍କୁ ସବୁଜ ସଙ୍କେତ ଦେଇଥାଏ ।

କେବଳ ଏତିକି ନୁହେଁ ବିରାଟ କୋହଲୀ, ରୋହିତ ଶର୍ମା ଓ ସୌରଭ ଗାଙ୍ଗୁଲିଙ୍କ ଉପରେ ବଡ଼ ବଡ଼ କଥା କହିଛନ୍ତି ଚେତନ ଶର୍ମା । ୨୦୨୧ରେ ଟି-୨୦ ବିଶ୍ୱକପ୍ ପୂର୍ବରୁ କୋହଲୀ ଦଳର ନେତୃତ୍ୱ ଛାଡିବା ପାଇଁ ଚାହିଁଥିଲେ ।

ଅଧିକ ପଢ଼ନ୍ତୁ : ଭିଡ଼ିଓ ଭାଇରାଲ: ଛେଳି ଚରାଉଥିବା ଗାଁ ଝିଅର ବ୍ୟାଟିଂ ଦେଖି ଆଶ୍ଚର୍ଯ୍ୟ ହେଲେ ତେନ୍ଦୁଲକର; କହିଲେ ଏମିତି…

ଏସଂପର୍କରେ କୋହଲୀ ସାମ୍ବାଦିକ ସମ୍ମିଳନୀରେ ଯାହା କହିଥିଲେ ତାହାକୁ ଗାଙ୍ଗୁଲି ଗ୍ରହଣ କରିପାରିନଥିଲେ । ପରେ ନିଷ୍ପତିର ପୁନର୍ବିଚାର କରିବାକୁ କହିଥିଲେ ଗାଙ୍ଗୁଲି । କିନ୍ତୁ କୋହଲୀ ଅଗ୍ରାହ୍ୟ କରିଦେଇଥିଲେ । ଏହା ପରଠୁ କୋହଲୀ ଓ ଗାଙ୍ଗୁଲିଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିବା ଆଲୋଚନା ହୋଇଥିଲା ।

ରୋହିତ ଓ କୋହଲୀଙ୍କ ମଧ୍ୟରେ ବିବାଦ ନାହିଁ ଅହଂକାର ରହିଛି ବୋଲି କହିଛନ୍ତି ଚେତନ ଶର୍ମା । ଶୁବମନ ଗିଲଙ୍କୁ ଟି-୨୦ ଦଳରେ ସ୍ଥାନ ଦେବା ପାଇଁ ରୋହିତ ଓ କୋହଲୀଙ୍କ ଭଳି ଖେଳାଳିଙ୍କୁ ହଟାଇବାକୁ ପଡ଼ିଥିବା କହିଛନ୍ତି ଚେତନ ଶର୍ମା ।