ଘଣ୍ଟା ପ୍ରତି ୨୦୦କିଲୋମିଟର ବେଗରେ ଗାଡ଼ି ଚଳାଉଥିବାରୁ ରୋହିତଙ୍କର କଟିଲାଣି ୩ଥର ଚାଲାଣ
 

Rohit Sharma Caught Speeding At 215 kph In His Lamborghini
 
Rohit Sharma Caught Speeding At 215 kph In His Lamborghini
ରୋହିତଙ୍କର କଟିଲାଣି ୩ଥର ଚାଲାଣ
 

ଓଡ଼ିଆ ଗସିପ୍ ବ୍ୟୁରୋ: ଦ୍ରୁତ ଗତିରେ ଗାଡ଼ି ଚଳାଉଥିବାରୁ ଭାରତୀୟ କ୍ରିକେଟ୍ ଅଧିନାୟକ ରୋହିତ ଶର୍ମାଙ୍କ ଚାଲାଣ କଟିଛି।  ଘଣ୍ଟା ପ୍ରତି ୨୦୦କିଲୋମିଟର ବେଗରେ ଗାଡ଼ି ଚଳାଉଥିବାରୁ ୩ଥର ରୋହିତଙ୍କ ନାଁରେ ଚାଲାଣ କଟିଛି। ପୁଣେ-ମୁମ୍ବଇ ଏକ୍ସପ୍ରେସ୍‌ ୱେରେ ଅତ୍ୟନ୍ତ ଦ୍ରୁତ ଗତିରେ ଗାଡ଼ି ଚଳାଉଥିବା ବେଳେ ଏହି ଚାଲାଣ କଟିଛି।

ଅଧିକ ପଢ଼ନ୍ତୁ: ଘରେ ଛାଡିବା ବାହାନାରେ ଶାଳିକୁ ମଦ ପିଆଇ ୪ସାଙ୍ଗ ସହ ମିଶି ଭିଣେଇ କଲା ଦୁଷ୍କର୍ମ, ରାତିସାରା ଚେତାଶୂନ୍ୟ...

ଟ୍ରାଫିକ ଅଧିକାରୀଙ୍କ କହିବା ମୁତାବକ, ରୋହିତ ଶର୍ମା ଘଣ୍ଟା ପ୍ରତି ପ୍ରାୟ ୨୦୦ କିଲୋମିଟର ବେଗରେ ଗାଡ଼ି ଚଳାଉଥିଲେ। ଏହି ସମୟରେ ତାଙ୍କର ଘଣ୍ଟା ପ୍ରତି ବେଗ ବେଳେବେଳେ ୨୧୫ କିଲୋମିଟରରେ ମଧ୍ୟ ପହଞ୍ଚିଥିଲା। ଏତେ ଦ୍ରୁତ ଗତି ଯୋଗୁ ରୋହିତ ଶର୍ମାଙ୍କ ନାଁରେ ତିନୋଟି ଅନଲାଇନ୍ ଚାଲାଣ କଟିଛି। ବାରମ୍ବାର ଏଭଳି ହେଉଥିବାରୁ ଟ୍ରାଫିକ ପୁଲିସ ରୋହିତଙ୍କୁ ଟିମ୍ ବସରେ ପୁଲିସ ସୁରକ୍ଷା ସହିତ ଯିବାକୁ ପରାମର୍ଶ ଦେଇଥିବା ଜଣାପଡ଼ିଛି।

ଅଧିକ ପଢ଼ନ୍ତୁ: ୧୭୮ ବର୍ଷ ପରେ ସୂର୍ଯ୍ୟ ପରାଗରେ ଦୁର୍ଲଭ ଯୋଗ, ୩ ରାଶିଙ୍କ ପାଇଁ ଶୁଭ ସମୟ, ଧନଲାଭ ସହ ବଢି଼ବ ବ୍ୟାଙ୍କ ବାଲାନ୍ସ,!

ସୂଚନାଯୋଗ୍ୟ, ପୁଣେ-ମୁମ୍ବଇ ଏକ୍ସପ୍ରେସ୍ ୱେରେ ଗାଡ଼ି ଚଳାଇବାର ସର୍ବାଧିକ ବେଗ ଘଣ୍ଟା ପ୍ରତି ୧୦୦ କିଲୋମିଟର। ରାଜପଥର ବିଭିନ୍ନ ସ୍ଥାନରେ କ୍ୟାମେରା ଲଗାଯାଇଛି, ତେଣୁ ଗାଡ଼ି ଏହି ବେଗ ଅତିକ୍ରମ କଲା ମାତ୍ରେ ମାଲିକଙ୍କୁ ଚାଲାଣ ପଠାଇ ଦିଆଯାଏ।

ଅଧିକ ପଢ଼ନ୍ତୁ: ରାହୁ ଗୋଚର ଫଳରେ ସୃଷ୍ଟି ହେବ ଭୟଙ୍କର ପରିସ୍ଥିତି, ଏହି ରାଶିରେ ଲୋକଙ୍କ ଉପରେ ୨୦୨୫ ପର୍ଯ୍ୟନ୍ତ ପଡିବ ପ୍ରଭାବ