ନାବାଳିକା ଦୁଷ୍କର୍ମ ମାମଲାରେ ଦିଲ୍ଲୀ କ୍ୟାପିଟାଲ୍ସ କ୍ରିକେଟରଙ୍କୁ ୮ ବର୍ଷ ଜେଲ୍ ଦଣ୍ଡ ଶୁଣାଇଲେ କୋର୍ଟ
 

IPL Star Sandeep Lamichhane Sentenced To 8-Year Jail Term In Rape Case
 
 
ନାବାଳିକାଙ୍କୁ ହୋଟେଲରେ ଦୁଷ୍କର୍ମ IPL ଷ୍ଟାରଙ୍କୁ ୮ ବର୍ଷ ଜେଲ୍‌
 

ଓଡ଼ିଆ ଗସିପ୍ ବ୍ୟୁରୋ: ଦେଶ ପାଇଁ କ୍ରିକେଟ୍‌ ଖେଳି ଗର୍ବ ଓ ଗୌରବ ଆଣିଥିବା ଏହି ଖେଳାଳି ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL)ରେ ମଧ୍ୟ ନାଁ କମେଇଥିଲେ । ହେଲେ କଳା କାର୍‌ନାମା ସାମ୍ନାକୁ ଆସିବା ପରେ ବନ୍ଧା ହୋଇ ଜେଲ ଯାଇଥିବା IPL ଷ୍ଟାରଙ୍କୁ ସଜା ଶୁଣାଇଛନ୍ତି କୋର୍ଟ ।ଦୁଷ୍କର୍ମ ମାମଲାରେ ଫସିଥିବା କ୍ରିକେଟର ସନ୍ଦୀପ ଲାମିଛାନେଙ୍କୁ ୮ ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି ନେପାଳର ଏକ କୋର୍ଟ । ଏବେ ଜେଲ୍‌ ଭିତରେ ୮ ବର୍ଷର ସଜା କାଟିବେ । 

ଅଧିକ ପଢନ୍ତୁ :ସାବଧାନ୍ ରୁହନ୍ତୁ ଏହି ସବୁ ରାଶିର ଲୋକ, ନିଜ ବନ୍ଧୁ ହିଁ ଆପଣଙ୍କ ସହ ବିଶ୍ବାସଘାତକା କରି ପାରନ୍ତି! ପଢନ୍ତୁ ରାଶିଫଳ 

ସନ୍ଦୀପ ଲାମିଛାନଙ୍କ ବିରୋଧରେ କଣ ଥିଲା ଅଭିଯୋଗ?

ସୂଚନା ମୁତାବକ ବୁଧବାର ନେପାଳ କୋର୍ଟ ସନ୍ଦୀପ ଲାମିଛାନେଙ୍କୁ ଦଣ୍ଡିତ କରିଛନ୍ତି। ନିକଟରେ ଏହି କ୍ରିକେଟରଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଆସିଥିଲା । ସନ୍ଦୀପ ଲାମିଛାନେ ନେପାଳ କ୍ରିକେଟ୍ ଦଳର ଅଧିନାୟକତ ବି ଥିଲେ । ଗତ ବର୍ଷ ଡିସେମ୍ବରରେ ଜଣେ ନାବାଳିକା ସନ୍ଦୀପ ଲାମିଛାନେଙ୍କ ବିରୁଦ୍ଧରେ ଦୁଷ୍କର୍ମ ଅଭିଯୋଗ ଆଣିବା ସହିତ କୋର୍ଟଙ୍କ ଆଶ୍ରୟ ନେଇଥିଲେ ।

ଅଧିକ ପଢନ୍ତୁ :୫୦ ବର୍ଷ ପରେ ଏକାସାଙ୍ଗରେ ପଡି଼ଛି ୩ଟି ରାଜଯୋଗ, ନୂଆ ବର୍ଷରୁ ମାଲେମାଲ୍ ହେବେ ଏହି ୪ ରାଶି

ସନ୍ଦୀପ ଲାମିଛାନେ ନେପାଳର ଜଣେ ଭଲ କ୍ରିକେଟର ଥିଲେ । ଏହା ବ୍ୟତୀତ ସନ୍ଦୀପ ଲାମିଛାନେ ଏକମାତ୍ର ନେପାଳୀ କ୍ରିକେଟର ଯିଏକି ଆଇପିଏଲରେ ଖେଳିଛନ୍ତି। ୨୦୧୮ ସିଜିନରେ ସେ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଖେଳିଥିଲେ । 

ଅଧିକ ପଢନ୍ତୁ :୧୭ ବର୍ଷର ନାବାଳିକା ଝିଅ ବୟଫ୍ରେଣ୍ଡ ସହ ଯାଇଥିଲେ ବୁଲିବାକୁ, ୧୩ ଜଣ କଲେ ଦୁଷ୍କର୍ମ...

୨୦୨୨ ଅକ୍ଟୋବରରେ ସନ୍ଦୀପ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇଥିଲେ । କାଠମାଣ୍ଡୁର ଏକ ହୋଟେଲରେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ପରେ ତାଙ୍କୁ ଗିରଫ କରାଯାଇଥିଲା । ଆଉ ଗତ ବର୍ଷ ଅଗଷ୍ଟ ମାସରେ ତାଙ୍କୁ କୋର୍ଟରୁ ଜାମିନ ମିଳିଥିଲା । ଏବେ ପୁଣି ସେହି ମାମଲାର ବିଚାର ହେବା ସହିତ ତାଙ୍କୁ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ ।

ଅଧିକ ପଢନ୍ତୁ :ବୁଧଙ୍କ ନକ୍ଷେତ୍ର ପରିବର୍ତ୍ତନ, ଜାନୁଆରୀ ୨୦ରୁ ଫିଟିବ ଏହି ୩ ରାଶିଙ୍କ ଭାଗ୍ୟ!