'ମୁଁ ବାପା ହେବି ଆଉ ମୋନା ହେବ ମାଆ'

 

ଓଡ଼ିଆ ଗସିପ୍ ବ୍ୟୁରୋ: ଝିଅ ଝିଅ ମଧ୍ୟରେ ମନ ମିଶିପାରେ, ହୃଦୟ ମିଶିପାରେ ହେଲେ ଦେହକୁ ଦେହେ ମିଶି ଶାରୀରିକ ସୁଖ ମିଳିଲେ ବି ସନ୍ତାନ ପ୍ରାପ୍ତିର କୌଣସି ସମ୍ଭବନା ନାହିଁ । ଏହା ପ୍ରକୃତି ବିରୋଧୀ ମଧ୍ୟ । ବିଧାତା ଏମିତି ନିୟମ କରିଛି ଯେ, ପୁଅ-ଝିଅଙ୍କ ଶାରୀରିକ ସମ୍ପର୍କ ରଖିଲେ ହିଁ ସନ୍ତାନ ପ୍ରାପ୍ତି ହୁଏ ।

ପୁଅକୁ ପୁଅ କି ଝିଅକୁ ଝିଅ ବିବାହ କରି ଶାରୀରିକ ସମ୍ପର୍କ ରଖିଲେ କୌଣସି ପ୍ରକାର ସନ୍ତାନପ୍ରାପ୍ତି ର ଅବକାଶ ନାହିଁ । ତଥାପି ସମଲିଙ୍ଗୀ ସମ୍ପର୍କରେ ରହି ବାପା ହେବାକୁ ଆଶା ରଖିଛନ୍ତି ଓଡ଼ିଆ ଆଥଲେଟ୍ ଦୌଡ଼ରାଣୀ ଦୂତୀ ଚାନ୍ଦ । ସବୁବେଳେ ସୋସିଆଲ ମିିଡିଆରେ ଚର୍ଚ୍ଚାରେ ରହୁଥିବା ଦୂତୀ ଏବେ ଏକ ଜାତୀୟ ମାସିକ ପତ୍ରିକାର ପ୍ରଚ୍ଛଦ ପୃଷ୍ଠାରେ ସ୍ଥାନିତ ହେବା ପରେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ।

ଏହି ଚର୍ଚ୍ଚା ସେହି ପୁରୁଣା ସମଲିଙ୍ଗି ସମ୍ପର୍କ କି ବ୍ୟକ୍ତିଗତ କାରଣକୁ ନେଇ ନୁହେଁ ବରଂ ଦୂତୀ ଆଗକୁ ବାପା ଏବଂ ତାଙ୍କ ଗାର୍ଲଫ୍ରେଣ୍ଡ  ବା ପାର୍ଟନର ମୋନାଲିସା ଦାସଙ୍କ ବାପା--ମାଆ ହେବାକୁ ଅଭିଳାସାକୁ ନେଇ ହେଉଛି ।

ଅଧିକ ପଢ଼ନ୍ତୁ : ମଝି ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା ମୋ ବସ୍

ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାକୁ ଆସିବା ପରେ ଦୂତୀ ଏକ ଆଞ୍ଚଳିକ ଟିଭି ଚ୍ୟାନେଲକୁ ନିଜ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଆଇଭିଏଫ କିମ୍ବା ପୋଷ୍ୟ ସନ୍ତାନ ଗ୍ରହଣ କରିବାକୁ ଇଚ୍ଛା ରଖିଛି। ସନ୍ତାନ ମୋତେ ବାପା ଓ ମୋନାଲିସାଙ୍କୁ ମା’ ଡାକିବ ।

ସେ ଆହୁରି ମଧ୍ୟ କହିଛନ୍ତି ଅନ୍ୟ ଝିଅଙ୍କ ସହ କଥା ହେଲେ ମୋନାଲିସା ଇର୍ଷା କରନ୍ତି । ଠାକୁରଙ୍କ ପାଖରେ ଆମେ ଦୁହେଁ ବିବାହ କରିସାରିଛୁ । ସମଲିଙ୍ଗୀ ସମ୍ପର୍କକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଛି । ସବୁ ସୁବିଧା ସୁଯୋଗ ପାଇଁ ସ୍ୱୀକୃତି ଦରକାର । ପ୍ରେମ ସମ୍ପର୍କ କେବେ ଲୁଚି ରୁହେନି । ୧୦୧୯ରୁ ପ୍ରେମ ସମ୍ପର୍କ ନେଇ ମୁହଁ ଖୋଲିଛି । ସମ୍ପର୍କକୁ ଲୋକ ଖରାପ ନଜରରେ ଦେଖୁଛନ୍ତି ।

ସୂଚନାନୁସାରେ , ଦୌଡରାଣୀ ଦୂତୀ ଚାନ୍ଦ ଦେଲେ ମଥାରେ ସିନ୍ଦୁର । ଭାରତରେ ସମଲିଙ୍ଗୀ ସମ୍ପର୍କକୁ ନେଇ କୋର୍ଟରେ ମାମଲା ଚାଲିଛି । ହେଲେ ଏକଥା ସତ ଦେଶରେ ସମଲିଙ୍ଗୀ ସମ୍ପର୍କ ରଖୁଥିବା ଲୋକେ ଏବେବି ସମାଲୋଚନାର ଶିକାର ହେଉଛନ୍ତି । ହେଲେ ଧିରେ ଧିରେ ସେମାନଙ୍କ ପ୍ରତି ଆଭିମୁଖ୍ୟ ବଦଳୁଛି । ଆଉ ସମଲିଙ୍ଗୀ ମାନେ ମଧ୍ୟ ନିଜ ସମ୍ପର୍କକୁ ବାହାରେ ଏବେ ସ୍ୱୀକାର କରିବା ଆରମ୍ଭ କଲେଣି ।

ଅଧିକ ପଢ଼ନ୍ତୁ : ଆଉ ଚଳିବନି ୨ହଜାର ଟଙ୍କିଆ ନୋଟ୍‌, ଏତିକି ତାରିଖ ସୁଦ୍ଧା ବ୍ୟାଙ୍କରେ ଫେରାଇଦେବାକୁ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶ

ଦୌଡରାଣୀ ଦୂତି ଚାନ୍ଦ ନିଜ ଖେଳ ପାଇଁ ଯେତିକି ପ୍ରଂଶସା ସାଉଁଟିଛନ୍ତି, ଓଡିଶାବାସୀଙ୍କ ଭଲପାଇବା ପାଇଛନ୍ତି, ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ବିବାଦ ଘେରକୁ ଆସିଛନ୍ତି । ବେଳେ ବେଳେ ସମାଲୋଚନାର ମଧ୍ୟ ଶିକାର ହୋଇଛନ୍ତି ଦୂତି ଚାନ୍ଦ ।

ବିଶେଷ କରି ତାଙ୍କ ପ୍ରେମ ସମ୍ପର୍କ ଅଧିକ ଚର୍ଚ୍ଚା ସୃଷ୍ଟି କରିଛି । ଆଉ ଏହାରି ଭିତରେ ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେ ଏହାର ମାଗାଜିନର କଭର ଷ୍ଟୋରୀରେ ଦୂତି ଓ ତାଙ୍କ ପ୍ରେମିକାଙ୍କୁ ସ୍ଥାନ ଦେଇଛି । ଚିତ୍ରରେ ଦୂତୀ ନିଜ ପ୍ରେମିକାଙ୍କ ମଥାରେ ସିନ୍ଦୁର ଦେଉଥିବାର ଦେଖିବାକୁ ମିଳିଛି ।