ଦେଖନ୍ତୁ ଭିଡ଼ିଓ: ଦିନେଶ କାର୍ତ୍ତିକଙ୍କ ଏହି ଭୁଲ୍ ପାଇଁ ଶେଷ ବଲ୍ ରେ ହାରିଗଲା RCB, ଏଥିପାଇଁ କାର୍ତ୍ତିକ ହୋଇପାରିବେନି ଧୋନି

 

ଓଡ଼ିଆ ଗସିପ ବ୍ୟୁରୋ: ଆଇପିଏଲ୍ 2023 ର 15 ତମ ମ୍ୟାଚ୍ ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ 1 ୱିକେଟ୍ ରେ ପରାସ୍ତ କରି ୨ ଗୁରୁତ୍ୱପୂର୍ଣ୍ଣ ପଏଣ୍ଟ ହାସଲ କରିଛି । ଏହି ବିଜୟ ସହିତ କେଏଲ ରାହୁଲଙ୍କ ଦଳ ପୁଣି ଥରେ ପଏଣ୍ଟ ଟେବୁଲରେ ଏକ ନମ୍ବର ହୋଇପାରିଛନ୍ତି ।

ତେବେ ଏହି ଉତ୍ତେଜନାପୂର୍ଣ୍ଣ ମ୍ୟାଚର ଶେଷ ବଲରେ କିଛି ଏପରି ଘଟିଲା ଯାହା ପରେ ଆରସିବି ପ୍ରଶଂସକ ଦୀନେଶ କାର୍ତ୍ତିକଙ୍କୁ ଟ୍ରୋଲ୍ କରିବା ସହ ଗାଳି ଦେବା ଆରମ୍ଭ କରିଛନ୍ତି । ବାସ୍ତବରେ, ଶେଷ ବଲରେ ଲକ୍ଷ୍ନୌ ଜିତିବା ପାଇଁ ମାତ୍ର 1 ରନ୍ ଆବଶ୍ୟକ ଥିଲା ଏବଂ ସମସ୍ତେ ଆଶା କରୁଥିଲେ ଯେ ସୁପର ଓଭର ଦେଖିବାକୁ ମିଳିବ ।

ଆହୁରି ପଢ଼ନ୍ତୁ: ସୁନ୍ଦରୀ ତରୁଣୀଙ୍କ ନିଶାରେ ଭୁବନେଶ୍ୱର, ବର୍ଷକରେ ଅଦୃଶ୍ୟ ସୁନ୍ଦରୀ ନେଲେଣି ଦେଢ଼କୋଟି

ବୋଲର୍ ହର୍ଷଲ ପଟେଲ ମଧ୍ୟ ଏହୀ ବଲ୍ ଆବେଶ ଖାନଙ୍କୁ ମିସ୍ କରେଇ ଦେଇଥିଲେ । ହେଲେ ୱିକେଟ୍ ପଛରେ ଠିଆ ହୋଇଥିବା ଦୀନେଶ କାର୍ତ୍ତିକ ବଲ୍ କୁ ଧରିବାରେ ଅସଫଳ ହୋଇଥିଲେ ଏବଂ ଭୁଲ୍ ଯୋଗୁଁ ଲକ୍ଷ୍ନୌକୁ ୧ ରନ୍ ଦୋୖଡିବାକୁ ସମୟ ଦେଇ ଦେଇଥିଲା । ଏହି କାରଣରୁ ଲକ୍ଷ୍ନୌ ଗୋଟିଏ ୱିକେଟ୍ ରେ ଷେଷ ବଲରେ ମ୍ୟାଚ୍ ଜିତି ନେଥିଲା ।

ଦେଖନ୍ତୁ ଭିଡ଼ିଓ: