ବିଶ୍ୱ କପରୁ ହାରିଲା ପରେ ଟିମ୍ ଇଣ୍ଡିଆରେ ODI ଓ T20କୁ ନେଇ ହେବ ଏହି ବଡ଼ ପରିବର୍ତ୍ତନ, ଜାଣନ୍ତୁ କିଏ ସମ୍ଭାଳିବ ଅଧିନାୟକ ପଦ?

 

ଓଡ଼ିଆ ଗସିପ ବ୍ୟୁରୋ: ଟିମ୍ ଇଣ୍ଡିଆର ସୂଚନା ମୁତାବକ, ଚେତନ ଶର୍ମାଙ୍କ ନେତୃତ୍ୱାଧୀନ ଚୟନ କମିଟିର ପ୍ରଦର୍ଶନରେ ବିସିସିଆଇ ଖୁସି ନୁହେଁ । ସେମାନଙ୍କର କାର୍ଯ୍ୟଦକ୍ଷତା ମଧ୍ୟ ସମୀକ୍ଷା କରାଯିବ । ରିପୋର୍ଟ ଅନୁଯାୟୀ, ଚେତନ ଶର୍ମାଙ୍କ ଛୁଟି ସ୍ଥିର ହୋଇସାରିଛି । ତେବେ ଏହି ସମୀକ୍ଷା ବୈଠକ ପାଇଁ ଚୟନ କମିଟିର ସଭାପତିଙ୍କୁ ଡକାଯାଉଛି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ ।

ଟି-୨୦ ବିଶ୍ୱକପ ୨୦୨୨ (T20 World Cup 2022) ରେ ଭାରତୀୟ ଦଳର ପ୍ରଦର୍ଶନ ଖାସ୍ ନଥିଲା । ସେମିଫାଇନାଲରେ ହାରିଯିବା ପରେ ଟିମ୍ ଇଣ୍ଡିଆ (Team India) ଏହି ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଥିଲା । ଏହି ପରାଜୟ ପରେ ଆଗାମୀ ଦିନରେ ଭାରତୀୟ କ୍ରିକେଟ (Indian Cricket) ରେ ବଡ଼ ପରିବର୍ତ୍ତନ ହୋଇପାରେ ।

ବାସ୍ତବରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ସୀମିତ ଓଭର କ୍ରିକେଟରେ ଦୁଇ ଜଣ ଅଲଗା ଅଲଗା ଅଧିନାୟକ କରିବା ଉପରେ ବିଚାର କରୁଛି । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଜାନୁଆରୀରେ ଶ୍ରୀଲଙ୍କା ବିପକ୍ଷରେ ସମ୍ଭାବ୍ୟ ଘରୋଇ ସିରିଜରୁ ଏହି ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଛି ।

ଅର୍ଥାତ୍ ଭାରତ ଶ୍ରୀଲଙ୍କା ବିପକ୍ଷରେ ଏକ ଦିବସୀୟ (ODI) ଓ ଟି-20 ସିରିଜରେ ୨ ଅଲଗା ଅଲଗା ଅଧିନାୟକଙ୍କୁ ମୈଦାନରେ ଓହ୍ଲାଇପାରେ । ଏହି ପରିସ୍ଥିତିରେ ରୋହିତ ଶର୍ମା (Rohit Sharma) ଏକଦିବସୀୟ ଦଳର ନେତୃତ୍ୱ ନେବେବେଳେ ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ଟି-20 ଦଳର ନେତୃତ୍ୱ ନେଇପାରନ୍ତି ।

ଏହି ଲିଙ୍କ କ୍ଲିକ କରି ଅଧିକ ପଢନ୍ତୁ : ଭାରି ପଡିଲା ପରକୀୟା ପ୍ରିତି ସମ୍ପର୍କ, ଓଡ଼ିଶାରେ ଦିଲ୍ଲୀ ଷ୍ଟାଇଲରେ ଗଡ଼ିଲା ମୁଣ୍ଡ!

ଏହି ଲିଙ୍କ କ୍ଲିକ କରି ଅଧିକ ପଢନ୍ତୁ : ନାବାଳିକା ଝିଅ ଚିଲେଇ ଚିଲେଇ ଚିତ୍କାର କରୁଥାଏ 'ବାପା ମୁଁ ତୁମ ଝିଅ ମତେ ଛାଡିଦିଅ', ହେଲେ ବାପା, ଭାଇ ଏବଂ ପରିବାରର ଅନ୍ୟ ଦୁଇ ସଦସ୍ୟ ଝୁଣି ଖାଇଲେ ତାର ଦେହ...

ଏଠାରେ କହି ରଖୁଛୁ ଯେ, ଭାରତୀୟ ଦଳକୁ ଶ୍ରୀଲଙ୍କା ବିପକ୍ଷରେ ତିନୋଟି ଏକ ଦିବସୀୟ (ODI) ଓ ସମାନ ସଂଖ୍ୟକ ଟି-20 ମ୍ୟାଚ୍ ଖେଳିବାର ଅଛି । ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ଇନସାଇଡ୍ ସ୍ପୋର୍ଟକୁ କହିଛନ୍ତି ଯେ, ଏହା ନିଶ୍ଚିତ କରିବାକୁ ବହୁତ ଶୀଘ୍ରତା ହେବ କିନ୍ତୁ ହଁ ଆମେ ବିଚାର କରୁଛୁ ଯେ ଏକ ଦିବସୀୟ (ODI) ଓ T20 ଦଳ ପାଇଁ ପୃଥକ ଅଧିନାୟକ ନିଯୁକ୍ତ କରିବା ଠିକ୍ ହେବ କି ନାହିଁ? ଏପରି ହେବାରୁ ଏହା ଜଣେ ଖେଳାଳିଙ୍କର କାର୍ଯ୍ୟଭାରକୁ ହ୍ରାସ କରିପାରେ । ଆମକୁ ଟି-20 ପାଇଁ ଏକ ନୂତନ ଆଭିମୁଖ୍ୟ ଆବଶ୍ୟକ । ଏହାସହ ୨୦୨୩ରେ ଭାରତରେ ଅନୁଷ୍ଠିତ ହେବାକୁ ଥିବା ODI ବିଶ୍ୱକପକୁ ଧ୍ୟାନରେ ରଖି ଏହି ଯୋଜନା ଜାନୁଆରୀରୁ ଆରମ୍ଭ ହୋଇପାରେ । ଆମେ ବସି ଚୂଡ଼ାନ୍ତ ନିଷ୍ପତ୍ତି ନେବୁ ।

ସୀମିତ ଓଭର୍ସ କ୍ରିକେଟ୍ ପାଇଁ ଅଲଗା ଅଲଗା ଅଧିନାୟକ ନିଯୁକ୍ତ କରିବା ସ୍ପଷ୍ଟ ଅର୍ଥ ହେଉଛି ଯେ ରୋହିତ ଶର୍ମାଙ୍କୁ ତାଙ୍କ ଟି-20 ଅଧିନାୟକତ୍ୱ ହରାଇବାକୁ ପଡିବ । ଏ ସମ୍ପର୍କରେ ବିସିସିଆଇ ଅଧିକାରୀ କହିଛନ୍ତି ଯେ, ଅଧିନାୟକତ୍ୱ ହରାଇବା କଥା ନୁହେଁ । ଏହା ରୋହିତଙ୍କ ଭବିଷ୍ୟତ ଓ କାର୍ଯ୍ୟ ଭାର ହ୍ରାସ କରିବା ବିଷୟରେ । ଦେଖନ୍ତୁ, ଏହି ଲୋକମାନେ ଯୁବ ହେଉନାହାଁନ୍ତି, ଆମେ ଭାବୁଛୁ ଟି-20 ଦଳକୁ ଏକ ନୂଆ ଆଭିମୁଖ୍ୟ ଓ ଯୁବ ଉତ୍ସାହର ଆବଶ୍ୟକତା ରହିଛି ।

ରିପୋର୍ଟ ଅନୁଯାୟୀ, ବିସିସିଆଇ କୋଚ୍ ରାହୁଲ ଦ୍ରାବିଡ, ଅଧିନାୟକ ରୋହିତ ଶର୍ମା ଏବଂ ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କୁ ଏକ ବୈଠକ ପାଇଁ ଡାକିପାରେ । ବିସିସିଆଇ ସଚିବଙ୍କ ଦ୍ୱାରା ଏହି ବୈଠକ ଡକାଯିବ ।

ବିସିସିଆଇର ଜଣେ ଅଧିକାରୀ କହିଛନ୍ତି ଯେ, ଆମେ ସେମାନଙ୍କୁ ଏକ ବୈଠକ ପାଇଁ ଡାକୁଛୁ । ସେମିଫାଇନାଲରେ ଯାହା ହୋଇଛି, ତାହା ଦେଖି ଆମେ ଆଚମ୍ଭିତ ଥଲୁ, ନିଶ୍ଚିତ ଭାବରେ ଏକ ପରିବର୍ତ୍ତନ ଆବଶ୍ୟକ । କିନ୍ତୁ ସେମାନଙ୍କ ପକ୍ଷ ଶୁଣିବା ବିନା କୌଣସି ନିଷ୍ପତ୍ତି ନିଆଯିବ ନାହିଁ । ରୋହିତ, ରାହୁଲ, ବିରାଟଙ୍କ ଇନପୁଟ ନିଆଯିବ ଓ ଭାରତୀୟ ଟି-20 ଦଳ ପାଇଁ ଭବିଷ୍ୟତର ରଣନୀତି ସ୍ଥିର ହେବ ।