ଭାରତ ବାହାର କଲା କିଛି ଅଦ୍ଭୁତ କଥା, ଆସିଲା କରୋନା ଭୁତାଣୁର ପ୍ରଥମ ଫଟୋ

ଓଡ଼ିଆ ଗସିପ ବ୍ୟୁରୋ: ଆପଣମାନେ ମହାମାରୀ କରୋନା ଭୁତାଣୁ ବିଷୟରେ ଜାଣି ଭୟଭିତ ନିଶ୍ଚିନ୍ତ ଥିବେ । ଏହି ଭୁତାଣୁ କୁ ସୋସିଆଲ ମିଡ଼ିଆ ବା ଅନ୍ୟ କୋୖଣସି ଆପରେ ତାର ଗ୍ରାଫିକ ଫଟୋ ଦେଖିଥିବେ । ହେଲେ ଆପଣଙ୍କର ମନରେ ପ୍ରଶ୍ନ ନିଶ୍ଚିନ୍ତ ଆସୁଥିବା ଯେ ଏହି ଭାଇରସ ଦେଖିବାକୁ କେମିତିକା? ଏହାକୁ ନେଇ ମନରେ ନାନା ପ୍ରକାରର ପ୍ରଶ୍ନ ଏବେ ଉଙ୍କି ମାରୁଥିବା ବେଳେ ଏବେ କରୋନାର ପ୍ରଥମ ଫଟୋ ସାମ୍ନାକୁ ଆସିଛି ।
 

ଓଡ଼ିଆ ଗସିପ ବ୍ୟୁରୋ: ଆପଣମାନେ ମହାମାରୀ କରୋନା ଭୁତାଣୁ ବିଷୟରେ ଜାଣି ଭୟଭିତ ନିଶ୍ଚିନ୍ତ ଥିବେ । ଏହି ଭୁତାଣୁ କୁ ସୋସିଆଲ ମିଡ଼ିଆ ବା ଅନ୍ୟ କୋୖଣସି ଆପରେ ତାର ଗ୍ରାଫିକ ଫଟୋ ଦେଖିଥିବେ । ହେଲେ ଆପଣଙ୍କର ମନରେ ପ୍ରଶ୍ନ ନିଶ୍ଚିନ୍ତ ଆସୁଥିବା ଯେ ଏହି ଭାଇରସ ଦେଖିବାକୁ କେମିତିକା?

ଏହାକୁ ନେଇ ମନରେ ନାନା ପ୍ରକାରର ପ୍ରଶ୍ନ ଏବେ ଉଙ୍କି ମାରୁଥିବା ବେଳେ ଏବେ କରୋନାର ପ୍ରଥମ ଫଟୋ ସାମ୍ନାକୁ ଆସିଛି । ପରୀକ୍ଷା ବେଳେ ଭାରତର ପ୍ରଥମ କରୋନା ଆକ୍ରାନ୍ତଙ୍କ ଗଳାରୁ ସଂଗ୍ରହ କରାଯାଇଥିବା ସ୍ୱାବ୍‌ରୁ ମାଇକ୍ରୋସ୍କୋପ୍‌ ଜରିଆରେ ବର୍ତ୍ତମାନ ଏହାର ଫଟୋ ଉଠାଯାଇଛି ।

ସୂଚନାଯୋଗ୍ୟ ଯେ, ଏହି ଭାଇରସ୍‌ର ପ୍ରକୃତ ନାମ Severe acute respiratory syndrome coronavirus 2 (Sars-CoV-2) । ଯାହାକି ଏବେ ନୋଭେଲ୍‌ କରୋନା ଭାଇରସ୍‌ ନାମରେ ସାରା ଦୁନିଆ ଜାଣୁଛି ।

କେରଳରେ ଜାନୁଆରୀ ୩୦ରେ ଏହାକୁ ପ୍ରଥମେ ଚିହ୍ନଟ କରାଯାଇଥିଲା ।

ଏହି ମାଇକ୍ରୋସ୍କୋପି ଫଟୋଟି Indian Journal of Medical Research (IJMR) ର ସଦ୍ୟ ପ୍ରକାଶିତ ସଂସ୍କରଣରେ ପ୍ରକାଶିତ ହୋଇଛି ।

ଗତବର୍ଷ ନଭେମ୍ବରରେ ଚାଇନାର ଉହାନ୍‌ରେ ପ୍ରଥମେ ଚିହ୍ନଟ ହୋଇଥିବା ଏହି ଭାଇରସ୍‌ ସାରା ବିଶ୍ୱରେ ସହ ସହ ମୁଣ୍ଡ ନେବାରେ ଲାଗିଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ,ଭାରତରେ ବର୍ତ୍ତମାନ ସୁଦ୍ଧା ୨୦ ଜଣଙ୍କ ମୃତ୍ୟୁ ଘଟିଛି । ୮୮୭ ଜଣଙ୍କଠାରେ ବର୍ତ୍ତମାନ କରୋନା ପଜିଟିଭ୍‌ ରହିଥିବା ।