ଖଲ୍ଲିକୋଟ ରାଜନୈତିକ ହିଂସାକୁ ନେଇ ଥାନା ପରିସରରେ ୧୪୪ ଧାରା ଲାଗୁ କଲା ଜିଲ୍ଲା ପ୍ରଶାସନ
 

section 144 has been enforced in the police station regarding the khallikot Political violence
 
 
ଖଲ୍ଲିକୋଟରେ ନିର୍ବାଚନୀ ହିଂସା ଗଡ଼ିଲା ମୁଣ୍ଡ 
 

ଓଡ଼ିଆ ଗସିପ୍ ବ୍ୟୁରୋ: ଖଲ୍ଲିକୋଟ ହିଂସାକୁ ନେଇ ୧୪୪ ଧାରା ଜାରି କରିଛି ଜିଲ୍ଲା ପ୍ରଶାସନ । ଥାନା ଆଗରେ ଉତ୍ତେଜନା ପରେ ୧୪୪ ଧାରା ଲାଗୁ ହୋଇଛି । ଥାନା ଠାରୁ ୧୦୦ ମିଟର ପରିଧି ମଧ୍ୟରେ କଟକଣା ଜାରି ହୋଇଛି । ଖଲ୍ଲିକୋଟ ଅଞ୍ଚଳରେ ନିର୍ବାଚନୀ ପୋଷ୍ଟର ମାରିବାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷରେ ଜଣଙ୍କର ମୃତ୍ୟୁ ହୋଇଥିବା ଯୋଗୁ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । 

ଏଣେ ପୋଲିସ ଆଉ କୈାଣସି ଅପ୍ରୀତିକର ପରିସ୍ଥିତି ଏଡାଇବା ପାଇଁ ତତ୍ପରତା ପ୍ରକାଶ କରିଛି । ହିଂସା ଘଟଣାରେ ସଂପୃକ୍ତ ଅଭିଯୋଗରେ ଏ ଯାଏଁ ୮ ଜଣଙ୍କୁ ଗିରଫ କରାଯାଇଥିବା ଗଞ୍ଜାମ ଏସପି ଜଗମୋହନ ମୀନା ସୂଚନା ଦେଇଛନ୍ତି। ଅନ୍ୟ ଅଭିଯୁକ୍ତଙ୍କୁ ଖୋଜା ଚାଲିଛି ବୋଲି ସେ କହିଛନ୍ତି।

ଅଧିକ ପଢନ୍ତୁ : କିଡନୀକୁ ସୁସ୍ଥ ରଖିବାକୁ ଚାହୁଁଛନ୍ତି କି ? ତେବେ ପ୍ରତିଦିନ ଖାଆନ୍ତୁ ଏହିସବୁ ଖାଦ୍ୟ

ସୂଚନ ଅନୁସାରେ, ଗତକାଲି ହିଂସାକାଣ୍ଡରେ ଗିରଫ ୮ ଅଭିଯୁକ୍ତଙ୍କୁ ନେଇ ପୋଲିସ ଥାନାରୁ ଯାଉଥିବାବେଳେ,ଉତ୍ୟକ୍ତ ଲୋକେ ପୋଲିସ ଗାଡିକୁ ଘେରିବା ସହ ଢେଲା ପଥର ଏବଂ ବୋତଲ ମାଡ କରିଛନ୍ତି । ଏଥିରେ ପୋଲିସ ଭ୍ୟାନ କାଚ ଭାଙ୍ଗି ଯାଇଛି । 

ଜବାବରେ ପୋଲିସ ମଧ୍ୟ ପାଲଟା ଲାଠିଚାର୍ଜ କରିଛି । ଯାହାକୁ ନେଇ ଉତେଜନା ମୂଳକ ସ୍ଥିତି ଦେଖିବାକୁ ମିଳିଛି । ଉତେଜନାକୁ ଦୃଷ୍ଟିରେ ରଖି ଖଲ୍ଲିକୋଟ ଥାନାର ଶହେ ମିଟର ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯାଇଛି ।

ଅଧିକ ପଢନ୍ତୁ : ବୁଧଙ୍କ ଗୋଚର, ଏହି ୨ଟି ରାଶି ପାଇଁ ଖରାପ ସମୟ! ଜାଣନ୍ତୁ ସେହି ରାଶି ବିଷୟରେ