କ୍ରାଇମବ୍ରାଞ୍ଚ ଅଜବ ତଦନ୍ତ: ଉଠିଲା ପ୍ରଶ୍ନ; ପରୀ କେସରେ ପୋଖରୀ ଶୁଖାଇଥିଲେ ତ ନବ ଦାସଙ୍କ କେସରେ ପାଇଖାନା ଟାଙ୍କି !

 

ଓଡ଼ିଆ ଗସିପ ବ୍ୟୁରୋ: କ୍ରାଇମବ୍ରାଞ୍ଚ ଅଜବ ତଦନ୍ତ ପ୍ରକ୍ରିୟାକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଥିବା ବେଳେ ବର୍ତ୍ତମାନ ଚର୍ଚ୍ଚା ଚାଲିଛି ପରୀ କେସରେ ପୋଖରୀ ଶୁଖାଯାଇଥିଲା; ନବ ଦାସଙ୍କ କେସରେ ପାଇଖାନା ଟାଙ୍କି !

ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାରେ ବେଳକୁ ବେଳ ତଦନ୍ତ ଭିନ୍ନ ମୋଡ ନେଇଥିବା ଦେଖିବାକୁ ମିଳିଛି । କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ କରୁଥିବା ସମୟରେ ତଦନ୍ତର ଦିଗକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି ।

ଗୋପାଳର ହାତ ଲେଖା ଚିଠିର ଗୁଡ଼ାଏ ଖଣ୍ଡ ଝାରସୁଗୁଡା ବିମାନ ବନ୍ଦର ଥାନା ପରିସର ପାଇଖାନା ଟାଙ୍କିରୁ ଉଦ୍ଧାର କରାଯିବା ପରେ ଘଟଣାକୁ ନେଇ ଅନେକ ପ୍ରଶ୍ନ ଉଠିଛି । ଗୋପାଳ ଗୁଳିମାଡ କରିବା ପରେ ପୋଲିସ ଗୋପାଳକୁ ଗିରଫ କରିଥିଲା । ଥାନାରେ ରଖି ପଚରା ଉଚରା କରିଥିଲା । ଗୋପାଳ ଠାରୁ ଜୀବନ୍ତ ଗୁଳି ଉଦ୍ଧାର ହୋଇଥିବା ସୂଚନା ମିଳିଥିଲା ।

ଅଧିକ ପଢ଼ନ୍ତୁ : ଗ୍ରାମ୍ୟ ବ୍ୟାଙ୍କ ଶାଖାରୁ ବଡ଼ ଧରଣର ଲୁଟ: ନଗଦ ୫ ଲକ୍ଷ ଟଙ୍କା ସହ କୋଟିଏ ଟଙ୍କାର ସୁନା ଅଳଙ୍କାର ଲୁଟିନେଲେ...

ତେବେ ଗୋପାଳ କେବେ କାଗଜରେ ଲେଖିଲା ଓ କଣ ଲେଖିଲା ତାକୁ କିପରି ପାଇଖାନା ଟାଙ୍କିରେ ପକାଇଲା । ୩ ଦିନ ପରେ ପୋଲିସ ଖବର ପାଇବା ପରେ ପାଇଖାନା ଟାଙ୍କିରୁ ଭିଜା କାଗଜ ଉଦ୍ଧାର କରିଲା । ସେହି କାଗଜରେ ଅସ୍ପଷ୍ଟ ଲେଖା ଇଂରାଜୀ ଏବଂ ଓଡ଼ିଆ ଭାଷାରେ ଲେଖା ଯାଇଥିବା ବେଳେ କଣ ଲେଖାଯାଇଛି ତାହା ପଢିବା ମୁସ୍କିଲ ।

ଗୋପାଳକୁ ହତ୍ୟା କରି ଆତ୍ମହତ୍ୟାର ରୁପ ଦେବେ । ବିଗତ ଦିନରେ ଯେତେ ଘଟଣା ହୋଇଛି ସବୁ ଚାପି ଦିଆଯାଇଛି । ଠିକ ସେହିପରି ଭାବରେ ଏହି ଘଟଣାକୁ ଚାପି ଦେବେ । ରାଜ୍ୟ ପୋଲିସ ଉପରେ ଭରଷା ନାହିଁ ବୋଲି କହିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ।

ବିଜେଡି ନେତା ଶଶୀଭୂଷଣ ବେହେରା କହିଛନ୍ତି ଯେ, ନବ ଦାସଙ୍କ ହତ୍ୟାରେ ତାଙ୍କ ପରିବାର ଆଖିରୁ ଲୁହ ଶୁଖି ନଥିବା ବେଳେ ଏହାକୁ ନେଇ ରାଜନୀତି କରିବା ଶୋଭନୀୟ ନୁହେଁ ।