ମହଙ୍ଗା ପଡିଲା EVM ଭଙ୍ଗାରୁଜା, ଗିରଫ ହୋଇ ଜେଲ ଗଲେ ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ

Khurda BJP MLA candidate Prashant Jagdev arrested
 
ବନ୍ଧା ହେଲେ ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦେବ
 

ଓଡ଼ିଆ ଗସିପ୍ ବ୍ୟୁରୋ: ଗିରଫ ହେଲେ ପ୍ରଶାନ୍ତ ଜଗଦ୍ଦେବ। ମହଙ୍ଗା ପଡିଲା ବୁଥ୍ ଭିତରେ ପଶି ଇଭିଏମ ଭଙ୍ଗାରୁଜା କରିବା । ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦେବଙ୍କୁ ବାନ୍ଧିଲା ପୋଲିସ । 

ଅଧିକ ପଢନ୍ତୁ : ବ୍ଲଡ୍ ପ୍ରେସର ଭଳି ଗମ୍ଭୀର ରୋଗ ଥିବା ଲୋକମାନେ ଭୁଲରେ ବି ଖାଆନ୍ତୁନି ଏହି ସବୁ ଖାଦ୍ୟ, ନଚେତ୍...

ବୋଲଗଡ଼-ବେଗୁନିଆ ନିର୍ବାଚନ ମଣ୍ଡଳିର ରାଜସୁନାଖଳା ନିକଟ କାଉଁରିଆ ପାଟଣାର ୧୧୪ ନମ୍ବର ବୁଥରେ ପଶି ଭଙ୍ଗାରୁଜା ଘଟଣାରେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗିରଫ କରିଛି ପୋଲିସ। ଗିରଫ ପରେ ତାଙ୍କୁ ଖୋର୍ଦ୍ଧା ଜେଲକୁ ପଠାଇ ଦିଆଯାଇଛି।ପ୍ରିଜାଇଡିଂ ଅଫିସରଙ୍କ ଏତଲା ଆଧାରରେ ତାଙ୍କୁ ଗିରଫ କରିଛି ପୋଲିସ। 

ଅଧିକ ପଢନ୍ତୁ : ମାରାତ୍ମକ ରୋଗ ଲୋ’ ବ୍ଲଡପ୍ରେସର ରୁ ରକ୍ଷା ପାଇଁ ଖାଆନ୍ତୁ ଏହି ସବୁ ଖାଦ୍ୟ...

ଗତକାଲି ଗୁଣ୍ଡାଗିରିର ସବୁ ସୀମା ଟପିଥିଲେ ପ୍ରଶାନ୍ତ ଜଗଦ୍ଦେବ। ଭୋଟିଂ ସମୟରେ ଇଭିଏମ୍ ଭାଙ୍ଗି ଭୁବନେଶ୍ବର ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କ ଗାଡିରେ ଫେରାର ହେଉଥିବା ବେଳେ ପ୍ରଶାନ୍ତଙ୍କୁ ଗୋଡାଇ ଗୋଡ଼ାଇ ଧରିଥିଲା ପୋଲିସ। ହଠାତ ବୁଥ୍ ଭିତରେ ପଶି ଭୋଟରଙ୍କୁ ଖରାପ ବ୍ୟବହାର କରିବା ସହ ପ୍ରିଜାଇଡିଂ ଅଫିସର ଓ ପୋଲିଂ ଅଫିସରଙ୍କୁ ଆକ୍ରମଣ କରିଥିଲେ।

ଅଧିକ ପଢନ୍ତୁ : ଏହି ସବୁ ଖାଦ୍ୟ କିଡନୀ ପାଇଁ ଭାରି ଖରାପ; ଜାଣନ୍ତୁ ଏବଂ ସତର୍କ ରୁହନ୍ତୁ, ନଚେତ୍ ବଢ଼ିଯିବ କିଡନୀ ସମସ୍ୟା!