ରାଜ୍ୟସଭା ଉପନିର୍ବାଚନ ପାଇଁ ବାଜିଲା ବିଗୁଲ: ଜୁନ ୧୮ ତାରିଖରେ ଭୋଟିଂ
ଓଡ଼ିଆ ଗସିପ ବ୍ୟୁରୋ (ସ୍ୱତନ୍ତ୍ର ପ୍ରତିନିଧି, ଭୁବନେଶ୍ୱର): ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଦେବାଶିଷ ସାମନ୍ତରାୟ ଇସ୍ତଫା ଦେବା ପରେ ବିଜ୍ଞପ୍ତି ଜାରି ହୋଇଛି । ଆସନ୍ତା ଜୁନ ୧୮ ତାରିଖରେ ଭୋଟିଂ ହେବ । ଦେବାଶିଷଙ୍କ ଇସ୍ତଫା ପରେ ଖାଲିପଡିଥିଲା ଆସନ । ଏହି ଗୋଟିଏ ଆସନ ଲାଗି ଉପନିର୍ବାଚନ ଅନୁଷ୍ଠିତ ହେବ ।
ଏନେଇ ଜୁନ ୧ରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ । ତେବେ ଜୁନ ୮ ତାରିଖରେ ନାମାଙ୍କନ ଭରିବାର ଶେଷ ତାରିଖ ରହିଛି । ସୋମବାର ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ ଦେବାଶିଷ । ଏହା ପରେ ମଙ୍ଗଳବାର ବିଜେପି କାର୍ଯ୍ୟାଳୟରେ ସେ ବିଜେପିରେ ଯୋଗଦାନ କରିଥିଲେ ।
ଅଧିକ ନ୍ୟୁଜ ପଢ଼ନ୍ତୁ : ୭ ଦିନରେ କମାନ୍ତୁ ପେଟର ଚର୍ବି: ଆପଣାନ୍ତୁ ଏହି ସହଜ ଘରୋଇ ଟିପ୍ସ
ଇସ୍ତଫା ଦେବାର କାରଣରେ ସେ କହିଥିଲେ, ତାଙ୍କୁ ଦଳରେ ବ୍ୟବସ୍ଥିତ ଢଙ୍ଗରେ କୋଣଠେସା(ବା ହେୟଜ୍ଞାନ) କରାଯାଇଛି । ତେଣୁ ସେ ଏହି ନିଷ୍ପତ୍ତି ନେଇଥିବା କହିଥିଲେ ।
ସେପଟେ ରାଜ୍ୟ ସଭାକୁ ବିଜେପି କାହାକୁ ପଠାଇବ ସେନେଇ ଚର୍ଚ୍ଚା ଜୋର ଧରିଲାଣି । ଦେବାଶିଷଙ୍କୁ ଚେହେରା କରିବ ନା ଆଉ କାହାକୁ ତାହା ଏଯାଏ ସ୍ପଷ୍ଟ ହୋଇନି ।