ବଦଳିଲେ ଜିଲ୍ଲା ସଭାପତି, ୩ ନେତାଙ୍କୁ ଗୁରୁ ଦାୟିତ୍ୱ ଦେଲା ବିଜେଡି (BJD) 
 

CM Naveen Patnaik appointed two district presidents and-one state general secretary of bjd
 
 
CM Naveen Patnaik appointed two district presidents and-one state general secretary of bjd
ବଦଳିଲେ ଜିଲ୍ଲା ସଭାପତି

ଓଡ଼ିଆ ଗସିପ୍ ବ୍ୟୁରୋ: ନିର୍ବାଚନ ପୂର୍ବରୁ ଶାସକ ବିଜେଡି ତା’ର ସଂଗଠନକୁ ସୁଦୃଢ଼ କରିବା ପ୍ରକ୍ରିୟା ଆରମ୍ଭ କରିଦେଇଛି । ନିକଟରେ ଦଳ ପଞ୍ଚାୟତ, ବ୍ଲକ, ଜିଲ୍ଲା, ରାଜ୍ୟ ସ୍ତରରେ ନୂଆ ନେତାଙ୍କୁ ନିଯୁକ୍ତି ଦେଇଥିଲା । ଏହା ମଧ୍ୟରେ ପୁଣି ବିଜେଡି ସୁପ୍ରିମୋ ଦୁଇଟି ଜିଲ୍ଲାର ସଭାପତିଙ୍କୁ ପରିବର୍ତ୍ତନ କରିଛନ୍ତି ।

ଅଧିକ ପଢ଼ନ୍ତୁ: ଡାଇବେଟିସ ହେବା ପୂର୍ବରୁ ଶରୀରରେ ଦେଖା ଦିଏ ଏସବୁ ଲକ୍ଷଣ, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ

ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଦୁଇ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କରାଯାଇ ଥିବା ବେଳେ ଜଣେ ରାଜ୍ୟ ସାଧାରଣ ସମ୍ପାଦକଙ୍କୁ ନିଯୁକ୍ତି ମିଳିଛି । ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ହସ୍ତଖତ ସମ୍ବଳିତ ପ୍ରେସ୍‌ ବିଜ୍ଞପ୍ତିରେ କୁହାଯାଇଛି ଯେ ସିଦ୍ଧାର୍ଥ ଦାସଙ୍କୁ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ କରାଯାଇଛି ।

ଅଧିକ ପଢ଼ନ୍ତୁ: କାହିଁକି ହୁଏ ବ୍ଳଡ୍‌ କ୍ୟାନସର, ଏହା କେତେ ପ୍ରକାର ? ଜାଣନ୍ତୁ ଏହି ରୋଗର ଲକ୍ଷଣ କଣ...

ସେହିପରି ଗତ ଜୁନ ମାସରେ ମନ୍ତ୍ରୀପଦରୁ ଇସ୍ତଫା ଦେଇଥିବା ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀଙ୍କୁ ଦଳ ସମ୍ବଲପୁର ଜିଲ୍ଲା ସଭାପତି ଭାବେ ନିଯୁକ୍ତି ଦେଇଛି । ଏବଂ ସେହିପରି ମାଲକାନଗିରି ଜିଲ୍ଲା ସଭାପତି ଦାୟିତ୍ୱରେ ଥିବା ପୂର୍ଣ୍ଣ ଚନ୍ଦ୍ର ବାକାଙ୍କ ସ୍ଥାନରେ ପୂର୍ବତନ ବିଧାୟକ ମାନସ ମାଡ଼କାମୀଙ୍କୁ ନିଯୁକ୍ତି ଦିଆଯାଇଛି ।

ଅଧିକ ପଢ଼ନ୍ତୁ: ଲିଭର ସୁସ୍ଥ ରହିଲେ ମିଳିବ ଅନେକ ରୋଗରୁ ରକ୍ଷା, ଜାଣନ୍ତୁ ଲିଭରକୁ ସଫା କରିବାର ୭ଟି ଉପାୟ