କୋଟିପତି ଜଳଯୋଗାଣ ବିଭାଗର ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, କୋଟିଏ ଟଙ୍କାରୁ ଉର୍ଦ୍ଧ ସମ୍ପତ୍ତି ଠାବ

 

ଓଡ଼ିଆ ଗସିପ ବ୍ୟୁରୋ : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଜଳ ଯୋଗାଣ ସହକାରୀ ଯନ୍ତ୍ରୀ କିଶୋର ଚନ୍ଦ୍ର ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି ।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ଯନ୍ତ୍ରୀଙ୍କ ଅଫିସ ଓ ଭବାନୀପାଟଣା ସ୍ଥିତ ଘର ଯାଞ୍ଚ କରୁଛି ଭିଜିଲାନ୍ସ ଟିମ୍‌ । ଭିଜିଲାନ୍ସ ବିଭାଗ କିଶୋରଙ୍କ ଭବାନୀପାଟଣା ସହରର ଜଳେଶ୍ଵର ମନ୍ଦିର ରାସ୍ତାରେ ଥିବା ତିନି ମହଲା ବିଶିଷ୍ଟ ବାସଭବନ ସମେତ ସରକାରୀ କାର୍ଯ୍ୟାଳୟ ଓ ନର୍ଲା ଥାନା ବଳସପୁରରେ ଥିବା ପୈତୃକ ଘରେ ଏକ କାଳୀନ ଚଢ଼ାଉ କରିଛି ।

ଅଧିକ ପଢ଼ନ୍ତୁ : ଏହି ୫ ଜିଲ୍ଲାରେ ଆଜି ତାଣ୍ଡବ ରଚିବ ତୁହାକୁ ତୁହା ବର୍ଷା: ସତର୍କ ରହିବାକୁ ଜାରି ହେଲା ଆଲର୍ଟ

ଅଧିକ ପଢ଼ନ୍ତୁ : ଏହି ରାଶିର ବ୍ୟକ୍ତିମାନେ ଜାଣନ୍ତୁ କେଉଁଦିନ ହସ୍ତମୈଥୁନରୁ ଦୁରେଇ ରହିବେ

ଚଢ଼ାଉ ବେଳେ ବିଭିନ୍ନ ବ୍ୟାଙ୍କରେ କିଶୋରଙ୍କର ୧କୋଟି ୮୦ଲକ୍ଷ ଟଙ୍କା ଡିପୋଜିଟ୍‌ ଥିବା ଜଣାପଡ଼ିଛି । ଯାହାକୁ ଦେଖି ଭିଜିଲାନ୍ସ ଅଧିକାରୀ ତାଜୁବ ହୋଇଯାଇଛନ୍ତି । ଏଥି ସହିତ ତାଙ୍କ ଘରୁ ନଗଦ ୬ଲକ୍ଷ ଟଙ୍କା, ସୁନା ଗହଣା ଓ ଅନେକ ସ୍ଥାନରେ ଜମି କିଣିଥିବା ନେଇ ଭିଜିଲାନ୍ସ ଟିମ୍‌ ସୂଚନା ପାଇଛି ।

କୋରାପୁଟ ଓ ଜୟପୁର ଡିଭିଜନର ଭିଜିଲାନ୍ସର ୩୦ଜଣିଆ ଟିମ୍ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି । ବର୍ତ୍ତମାନ ଭିିଜିଲାନ୍ସ ଚଢାଉ ଚାଲିଥିବା କାରଣରୁ ଏ ନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।