ଅସୁସ୍ଥ ମା’କୁ ହସ୍ପିଟାଲକୁ ଆଣୁଥିବା ବେଳେ ଡାକିନେଲା ଯମ, ଚାଲିଗଲା ମା’ର ଜୀବନ, ପୁଅ ଗୁରୁତର
 

Woman Dies Son Critical In Road Accident In Boudh Of Odisha
 
 
ଦୁର୍ଘଟଣାରେ ମା’ ମୃତ ପୁଅ ଗୁରୁତର
 

ଓଡ଼ିଆ ଗସିପ୍ ବ୍ୟୁରୋ: ବୌଦ୍ଧ-କିଆକଟା ମହାନଦୀ ବ୍ରିଜ ଉପରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଅସୁସ୍ଥ ମାଆକୁ ବାଇକରେ ନେଇ ପୁଅ ମେଡିକାଲ ଆଣିବା ବେଳେ ଏହି ଦୁର୍ଘଟଣା ଘଟିଛି। 

ବାଇକକୁ ଏକ ଅଜଣା କାର୍ ପଛରୁ ଧକ୍କା ଦେଇ ଚମ୍ପଟ ମାରିଥିଲା। ମାଆ ଓ ପୁଅଙ୍କୁ ଉଦ୍ଧାର କରାଯାଇ ମେଡିକାଲ ନିଆଯାଇଥିଲା। ମେଡିକାଲରେ ମାଆକୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଗୁରୁତର ପୁଅକୁ ବୁର୍ଲାକୁ ସ୍ଥାନାନ୍ତର କରାଯାଇଛି। 

ଆଧିକ ପଢନ୍ତୁ : ହାର୍ଟଆଟାକ୍ ଆସିବା ପୂର୍ବରୁ ଶରୀରରେ ଦେଖାଦିଏ ଏହିସବୁ ଲକ୍ଷଣ, ଅଣଦେଖା କଲେ ଚାଲିଯିବ ଜୀବନ

ସୂଚନା ଅନୁଯାୟୀ ମା ଗୁରୁବାରୀଙ୍କ ଦେହ ଅସୁସ୍ଥ ଥିବାରୁ ପୁଅ ସୁଜିତ୍ ପ୍ରଧାନ ବୌଦ୍ଧ ହସ୍ପିଟାଲକୁ ଆଣୁଥିବା ସମୟରେ ଡାକିନେଲା ଯମ। ସଡ଼କ ଦୁର୍ଘଟଣାରେ ଚାଲିଗଲା ମାର ଜୀବନ, ପୁଅ ଗୁରୁତର ଅବସ୍ଥାରେ ବୁର୍ଲା ସ୍ଥାନାନ୍ତର। 

ବୌଦ୍ଧ-କିଆକଟା ବ୍ରିଜ ଉପରେ ବାଇକକୁ ପିଟିଲା ଟ୍ରକ। ଦୁର୍ଘଟଣାରେ ଚାଲିଗଲା କିଆକଟା ଥାନା ଅନ୍ତର୍ଗତ କାଦପଡା ଗ୍ରାମର ଗୁରୁବାରୀ ପ୍ରଧାନ। ଖବର ପାଇ ବୌଦ୍ଧ ଆଦର୍ଶ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଆଧିକ ପଢନ୍ତୁ : ଏହି ୫ଟି ଅଭ୍ୟାସ ବ୍ରେନ୍ ଷ୍ଟ୍ରୋ୍‌କ ହେବାର ଆଶଙ୍କାକୁ ବୃଦ୍ଧି କରି ଥାଏ, ଜାଣନ୍ତୁ ସେହି ଅଭ୍ୟାସ ବିଷୟରେ