ପୁଣି ଚର୍ଚ୍ଚାରେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ, ମୁଁ ଥାଉ ଥାଉ ସେ କାହାକୁ ବିବାହ କରିପାରିବେନି.... 
 

Trouble Mounts For BJD Tirtol Mla Bijaya Shankar Das
 
ପୁଣି ଚର୍ଚ୍ଚାରେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ
 

ଓଡ଼ିଆ ଗସିପ୍ ବ୍ୟୁରୋ: ବଢ଼ିଲା ତିର୍ତ୍ତୋଲର ବିଜେଡି ବିଧାୟକ ବିଜୟ ଶଙ୍କର ଦାସଙ୍କ ଅଡୁଆ । ମାମଲା କୋର୍ଟରେ ବିଚାରାଧୀନ ଥିବାବେଳେ ବିଧାୟକ କିପରି ଅନ୍ୟ ଜଣେ ଯୁବତୀଙ୍କ ସହ ବିବାହ ପାଇଁ ଆବେଦନ କରିଛନ୍ତି ସେନେଇ ସୋମାଲିକା ଅଭିଯୋଗ କରିଛନ୍ତି।

ସୂଚନା ଅନୁଯାୟୀ, ଆଜି ସବରେଜିଷ୍ଟ୍ରାର ଅଫିସରେ ପହଁଞ୍ଚି ବିଧାୟକଙ୍କ ବୟସକୁ ନେଇ ଅଭିଯୋଗ କରିଛନ୍ତି ସୋମାଲିକା। ବିଜୟ ଶଙ୍କର ଦାସ ଭିନ୍ନ ଭିନ୍ନ ଆବେଦନରେ ଭିନ୍ନ ବୟସ ଉଲ୍ଲେଖ ଥିବା ସେ ଦର୍ଶାଇଛନ୍ତି । ଏହାସହ କୋର୍ଟରେ ମାମଲା ବିଚାରାଧୀନ ରହିଥିବାବେଳେ ବିଧାୟକ କିପରି ଅନ୍ୟ ଜଣେ ଯୁବତୀଙ୍କୁ ବିବାହ ନେଇ ଆବେଦନ କରିଛନ୍ତି ସେନେଇ ଅଭିଯୋଗ କରିଛନ୍ତି ସୋମାଲିକା । 

ଅଧିକ ପଢ଼ନ୍ତୁ: ପ୍ରେମିକା ସହ ଶାରୀରିକ ସମ୍ପର୍କ ରଖୁଥିଲେ ଯୁବତୀ, ଦେଖିଦେବାରୁ ଦୁଇ ସାନ ଭଉଣୀଙ୍କୁ ହତ୍ୟା କଲା ବଡ ଭଉଣୀ 

ସେ କହିଛନ୍ତି, ‘ବିବାହ ମାମଲାକୁ ନେଇ ମୁଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି । ଏ ସଂପର୍କିତ କପି ସବ୍‌ ରେଜିଷ୍ଟ୍ରାରଙ୍କଠାରେ ଦାଖଲ କରିଛି । ମୋତେ ନ୍ୟାୟ ନମିଳିବା ଯାଏ ବିଜୟଙ୍କ ବାହାଘର ବନ୍ଦ ରହୁ । ହାଇକୋର୍ଟରୁ ମୋତେ ନ୍ୟାୟ ମିଳିବ ବୋଲି ଆଶା କରୁଛି ।’ ଗତ ମାସ ୨୧ ତାରିଖ ଦିନ ଆଉ ଜଣେ ଯୁବତୀଙ୍କୁ ବିବାହ କରିବା ଲାଗି ରେଜିଷ୍ଟର ଅଫିସରେ ଆବେଦନ କରିଥିଲେ ବିଜୟ ଶଙ୍କର । 

ତେବେ ଏ ଖବର ଗଣମାଧ୍ୟମକୁ ଆସିବା ପରେ ଏହାର ଜୋରଦାର ବିରୋଧ କରିଥିଲେ ସୋମାଲିକା । ତାଙ୍କୁ ନ୍ୟାୟ ନମିଳିବା ଯାଏଁ ବିଜୟ ଶଙ୍କରଙ୍କ ବିବାହକୁ ସେ ବିରୋଧ କରିବେ ବୋଲି କହିଥିଲେ । ପରେ ଗତକାଲି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ସୋମାଲିକା । ତେବେ ହାଇକୋର୍ଟରେ ମାମଲା ରୁଜୁ ହେବାପରେ ବିଜୟଶଙ୍କରଙ୍କ ବିବାହକୁ ନେଇ ଅନିଶ୍ଚିତତା ଦେଖାଦେଇଛି ।

ଅଧିକ ପଢ଼ନ୍ତୁ: ୧୭୮ ବର୍ଷ ପରେ ସୂର୍ଯ୍ୟ ପରାଗରେ ଦୁର୍ଲଭ ଯୋଗ, ୩ ରାଶିଙ୍କ ପାଇଁ ଶୁଭ ସମୟ, ଧନଲାଭ ସହ ବଢି଼ବ ବ୍ୟାଙ୍କ ବାଲାନ୍ସ,!

ପ୍ରକାଶ ଥାଉ କି, ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଓ ସୋମାଲିକାଙ୍କ ମଧ୍ୟରେ ଦୀର୍ଘ ଦିନ ହେବ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ବିବାହ କରିବା ନେଇ ସୋମାଲିକାଙ୍କୁ ପ୍ରତିଶୃତି ଦେଇଥିଲେ ବିଧାୟକ । ହେଲେ ବିବାହ ଦିନ ଠିକଣା ସ୍ଥଳରେ ପହଁଞ୍ଚିନଥିଲେ ବିଜୟ ଶଙ୍କର ଦାସ । ଏହାପରେ ସେ ସୋମାଲିକାଙ୍କୁ ବିବାହ କରିବେ ନାହିଁ ବୋଲି ରୋକଠୋକ୍ ମନା କରିଦେଇଥିଲେ । 

ଯାହାପରେ ଥାନାର ଦ୍ବାରସ୍ତ ହୋଇଥିଲେ ସୋମାଲିକା। କେବଳ ସେତିକି ନୁହେଁ,  ତିର୍ତ୍ତୋଲ ବିଧାୟକଙ୍କ ବିରୋଧରେ ସୋମାଲିକା ସେକ୍ସ ରାକେଟ ସହ ବହୁ ବିବାହିତ ନାରୀମାନଙ୍କ ସମ୍ପର୍କ ଥିବା ଭଳି ସଙ୍ଗୀନ ଅଭିଯୋଗ ଆଣିଥିଲେ। ଯାହାକୁ ନେଇ ରାଜ୍ୟ ରାଜନୀତିରେ ମଧ୍ୟ ଚର୍ଚ୍ଚା ଜୋର ଧରିଥିଲା। ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଓ ସୋମାଲିକାଙ୍କ ମାମଲାରେ ଏବେ କୋର୍ଟରେ ବିଚାରଧିନ ରହିଛି । ଏସବୁ ମାମଲାର ସମାଧାନ ନ ହେଉଣୁ ବିଧାୟକଙ୍କ ବିବାହ ଆଉ ଏକ ଅଡୁଆ ପରିସ୍ଥିତି ସୃଷ୍ଟି କରିପାରେ ବୋଲି ଚର୍ଚ୍ଚା ହେଉଛି।

ଅଧିକ ପଢ଼ନ୍ତୁ: ରାହୁ ଗୋଚର ଫଳରେ ସୃଷ୍ଟି ହେବ ଭୟଙ୍କର ପରିସ୍ଥିତି, ଏହି ରାଶିରେ ଲୋକଙ୍କ ଉପରେ ୨୦୨୫ ପର୍ଯ୍ୟନ୍ତ ପଡିବ ପ୍ରଭାବ