ବଢ଼ିଲା ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କରଙ୍କ ଅଡ଼ୁଆ; ବିଜୟଙ୍କ ନାଁରେ ମାମଲା ରୁଜୁ, ବାନ୍ଧବୀ ସୋମାଲିକାଙ୍କ ବୟାନ ରେକର୍ଡ

 

ଓଡ଼ିଆ ଗସିପ ବ୍ୟୁରୋ: ବଢ଼ିଲା ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କରଙ୍କ ଅଡ଼ୁଆ । ସୋମାଲିକା ଦାସଙ୍କ ଅଭିଯୋଗ ଆଧାରରେ ଏତଲା ରୁଜୁ କରିବାକୁ ପୁଲିସକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପୋଲିସ୍ ନିଷ୍କ୍ରିୟତା ଅଭିଯୋଗ ନେଇ ସୋମାଲିକା ଆବେଦନ ଦାୟର କରିଥିଲେ ।

ଏହି ଆବେଦନ ଶୁଣାଣି କରି ଜଗତସିଂହପୁର ଥାନା ଆଇଆଇସିଙ୍କୁ ଏତଲା ପଞ୍ଜିକରଣ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସାର୍ଟିଫାଏଡ କପି ସହିତ ସାନି ଅଭିଯୋଗ ଆବେଦନକାରୀ ଆଇଆଇସିଙ୍କ ନିକଟରେ ଦାଖଲ କରିବାକୁ କୋର୍ଟ କହିଛନ୍ତି ।

ଅଧିକ ପଢ଼ନ୍ତୁ : ଦୁର୍ଘଟଣା ପରେ ହସ୍ପିଟାଲରେ ପ୍ରେମିକା ମଥାରେ ସିନ୍ଦୂର ଦେଲା ପ୍ରେମିକ; କ୍ଷତାକ୍ତ ଅବସ୍ଥାରେ କରିନେଲେ ଜୀବନସାଥୀ

ବିଜୟ ଶଙ୍କର ବିବାହ ପ୍ରତିଶ୍ରୁତି ଦେଇ ଏଥିରୁ ପରେ ଓହରିଯାଇଥିବା ନେଇ ସୋମାଲିକା ଅଭିଯୋଗ କରିଥିଲେ । ଏନେଇ ମାମଲା ଚାଲୁ ରହିଛି । ଏନେଇ ଗତବର୍ଷ ମେ ମାସରେ ସୋମାଲିକା ଜଗତସିଂହପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ମାତ୍ର ପୋଲିସ୍ ଏହି ଏଫଆଇଆରକୁ ପଞ୍ଜିକରଣ କରି ନଥିଲା । ସୂଚନାଯୋଗ୍ୟ ଯେ, କୋର୍ଟଙ୍କ ନିର୍ଦ୍ଦେଶ ପରେ ବିଜୟ ଶଙ୍କର ଓ ସୋମାଲିକା ସବରେଜିଷ୍ଟ୍ରାର ତଥା ବିବାହ ପାଇଁ ଆବେଦନ କରିଥିଲେ । ହେଲେ ୯୦ ଦିନ ଭିତରେ ଏହି ବିବାହ ହୋଇପାରି ନଥିଲା, ଆଉ ଏଥିପାଇଁ ବିଜୟ ଶଙ୍କରଙ୍କୁ ଦାୟୀ କରିଆସୁଛନ୍ତି ସୋମାଲିକା ।

ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବିରୋଧରେ ଆଉ ଏକ ମାମଲା ଆଜି ରୁଜୁ ହୋଇସାରିଛି । ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ, ସୋମାଲିକାଙ୍କ ଏତଲା ଆଧାରରେ ଜଗତସିଂହପୁର ଥାନା ପୋଲିସ ମାମଲା ରୁଜୁ କରିଛି । ଫଳରେ ବିଧାୟକଙ୍କ ପାଇଁ ପୁଣି ଅଡୁଆ ବଢିଛି ।

ଅଧିକ ପଢ଼ନ୍ତୁ : ଗର୍ଭବତୀ ହେଲେ ପୁରୁଷ, ଛୁଆ ଜନ୍ମ କରିବେ ବାପା; ପୁରା କାହାଣୀ ପଢିଲେ ଆପଣ ବି ଚକିତ ହୋଇଯିବେ...

ସେହିପରି ବାନ୍ଧବୀ ସୋମାଲିକାଙ୍କ ମଧ୍ୟ ବୟାନ ରେକର୍ଡ କରାଯାଇଛି । ବିବାହର ପ୍ରତିଶ୍ରୁତି ଦେଇ କିପରି ବିଧାୟକ ଶାରିରୀକ ସମ୍ପର୍କ ରଖିଥିଲେ, କେମିତି ପ୍ରତାରଣା କରୁଥିଲେ ଓ ଧମକ ଦେଉଥିଲେ ସେ ନେଇ ସୋମାଲିକା ବୟାନ ରଖିଥିବା ଜଣାପଡ଼ିଛି ।

ପୂର୍ବରୁ ବିଜୟ ଶଙ୍କରଙ୍କ ବିରୋଧରେ ଜଗତସିଂହପୁର ଥାନାରେ ରୁଜୁ ହୋଇଥିବା ଏକ ମାମଲା ଏବେ ତଦନ୍ତାଧୀନ ରହିଛି । ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଜୟ ଶଙ୍କରଙ୍କ ବିରୋଧରେ ସାନି ମାମଲା ନେଇ ଏବେ ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ଏ ସମ୍ପର୍କରେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ କହିଛନ୍ତି ଯେ ଏଭଳି ଘଟଣା ସମ୍ପର୍କରେ ସେ ଅବଗତ ନାହାନ୍ତି । ଘଟଣା ସଂପର୍କରେ ଜାଣିବା ପରେ ଯାହା କିଛି ପ୍ରତିକ୍ରିୟା ରଖିବେ ।