ଆସୁଛି ବର୍ଷା, ଥରିବ ଓଡିଶା ! ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ହେବ ହାଲୁକା ବର୍ଷା, ଜାଣନ୍ତୁ କେବେ ?
 

Three-day rain spell likely from tomorrow
 
 
୨୩ଟି ଜିଲ୍ଲାରେ ତାପମାତ୍ରା ୨୦ଡିଗ୍ରୀ ତଳେ
 

ଓଡ଼ିଆ ଗସିପ୍ ବ୍ୟୁରୋ: ଆସନ୍ତାକାଲିଠୁ ଅର୍ଥାତ ୧ ତାରିଖ ବୁଧବାରରୁ  ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆଶଙ୍କା ରହିଛି। ବଙ୍ଗୋପସାଗରରୁ ପୂର୍ବାଳୀ ତରଙ୍ଗ ପ୍ରଭାବରେ ବର୍ଷା ହୋଇପାରେ। ପ୍ରଥମ ଦୁଇ ଦିନ ମୁଖ୍ୟତଃ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବାକୁ ଥିବା ବେଳେ ୩ ତାରିଖରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହୋଇପାରେ।

ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ପୁରୀ ଜିଲ୍ଲାରେ ୧ ତାରିଖ ଦିନ ହାଲୁକା ବର୍ଷା ହୋଇପାରେ। ସେହିପରି ୨ ତାରିଖ ଦିନ ଦକ୍ଷିଣ ଉପକୂଳ ଓଡ଼ିଶା, କନ୍ଧମାଳ, ରାୟଗଡ଼ା, ମାଲକାନଗିରି ଓ କୋରାପୁଟ ଆଦି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି। 

ଅଧିକ ପଢ଼ନ୍ତୁ: ରାହୁ ଗୋଚର ଫଳରେ ସୃଷ୍ଟି ହେବ ଭୟଙ୍କର ପରିସ୍ଥିତି, ଏହି ରାଶିରେ ଲୋକଙ୍କ ଉପରେ ୨୦୨୫ ପର୍ଯ୍ୟନ୍ତ ପଡିବ ପ୍ରଭାବ

୩ ତାରିଖ ଦିନ ଉପକୂଳ ଓଡ଼ିଶାର ବିଭିନ୍ନ ଜିଲ୍ଲା ସହ କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, କନ୍ଧମାଳ, ରାୟଗଡ଼ା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଆଦି ଜିଲ୍ଲାର କେତେକାଂଶରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହୁଛି। ଫଳରେ ରାଜ୍ୟରେ ଥଣ୍ଡା କମିବ ବୋଲି ପୂର୍ବାନୁମାନ କରାଯାଉଛି।

ଅଧିକ ପଢ଼ନ୍ତୁ: ଶନିଙ୍କ ଆର୍ଶିବାଦରୁ ଚମକିବ ୫ ରାଶିଙ୍କ ଭାଗ୍ୟ, ଆସୁଛି ଭଲ ସମୟ, କୋଟିପତି ହେବେ ଏହି ସବୁ ରାଶି!

ସେପଟେ ରାଜ୍ୟର ପାରଦସ୍ତର ଧୀରେଧୀରେ ଖସିବାରେ ଲାଗିଛି। ସୋମବାର ରାଜ୍ୟର ୨୩ଟି ଜିଲ୍ଲାରେ ତାପମାତ୍ରା ୨୦ଡିଗ୍ରୀ ତଳେ ରହିଥିବା ବେଳେ କନ୍ଧମାଳ ଜିଲ୍ଲାରେ ଜି. ଉଦୟଗିରିରେ ଚଳିତ ଅକ୍ଟୋବରର ସର୍ବନିମ୍ନ ରାତ୍ରି ତାପମାତ୍ରା ରେକର୍ଡ ହୋଇଛି। 

ଅଧିକ ପଢ଼ନ୍ତୁ: ଦିନକୁ ଦିନ କାହିଁକି ବଢୁଛି ଷ୍ଚ୍ରୋକ୍ ? କ’ଣ କଲେ କମ ରହିବ ଷ୍ଟ୍ରୋକ୍ ରିସ୍କ, ଜାଣନ୍ତୁ ସଂକ୍ଷେପରେ...

କନ୍ଧମାଳ ଜିଲ୍ଲା ଜି. ଉଦୟଗିରିରେ ସ‌ର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରି ରେକର୍ଡ ହୋଇଛି। ଏହାପଛକୁ ଦାରିଙ୍ଗବାଡ଼ିରେ ୧୩ ଡିଗ୍ରି, କୋରାପୁଟରେ ୧୩.୨, ଫୁଲବାଣୀରେ ୧୩.୫, କିରେଇରେ ୧୪.୮, ଭବାନୀପାଟଣାରେ ୧୫.୫, ଅନୁଗୁଳରେ ୧୬ ଓ କେନ୍ଦୁଝରରେ ୧୬.୮ ଡିଗ୍ରି ରାତି ତାପମାତ୍ରା ରେକର୍ଡ ହୋଇଛି।

ଅଧିକ ପଢ଼ନ୍ତୁ: ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କ ଗର୍ଭରେ ଟିଉସନ ସାରଙ୍କ ପିଲା, ତଦନ୍ତ ପରେ ବାନ୍ଧିଲା ପୋଲିସ