ଟଙ୍କା ଲୋଭରେ ଭକୁଆ ବନିଗଲେ ଗାଁ ଲୋକେ; ହରାଇ ବସିଲେ କୋଟିଏରୁ ଅଧିକ ଟଙ୍କା

ସାରା ଗାଁକୁ ଚୁନା ଲଗାଇଦେଇଛନ୍ତି ସାଇବର ଠକ

 

ଓଡ଼ିଆ ଗସିପ୍ ବ୍ୟୁରୋ: ଜଣେ କି ଦୁଇ ଜଣ ନୁହଁ। ସାରା ଗାଁକୁ ଚୁନା ଲଗାଇଦେଇଛନ୍ତି ସାଇବର ଠକ। ଏକ ମୋବାଇଲ ଆପ୍ ଜରିଆରେ କୋଟିଏରୁ ଅଧିକ ଟଙ୍କାର ଠକେଇ କରିଛନ୍ତି ଗାଁର ଶହ ଶହ ଯୁବକଙ୍କୁ। ଏଭଳି ଏକ ସାଂଘାତିକ ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ବଡ଼ରାମପଲ୍ଲୀ ଗାଁରୁ ।

ଅଧିକ ପଢ଼ନ୍ତୁ: ରାଜ୍ୟ କ୍ୟାବିନେଟ ବୈଠକରେ ୧୭ ପ୍ରସ୍ତାବକୁ ମୋହର, ମିଶନ ଶକ୍ତି ସ୍କୁଟର ଯାେଜନାକୁ ମିଳିଲା ଅନୁମୋଦନ

ପ୍ରଥମେ କୃଷ୍ଣଚନ୍ଦ୍ର ମହାକୁଡ଼ ନାମକ ଜଣେ ଯୁବକ ଏକ ଆପ୍‌ରେ ୪ ହଜାର ଟଙ୍କା ଡିପୋଜିଟ କରିଥିଲେ। ସେହି ଆପ୍‌ ମାଧ୍ୟମରେ ଦୈନିକ ୮ଶହ ଟଙ୍କା ୱାଲେଟ ଜରିଆରେ ପାଉଥିଲେ । ପରେ ସେହି ୱାଲେଟରୁ ନିଜ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଆସୁଥିଲା ।

ଏଭଳି ସହଜ ଉପାୟରେ ହଜାର ହଜାର ଟଙ୍କା ପାଉଥିବା ଦେଖି ଗାଁର ଅନ୍ୟ ଯୁବକ ବି ସଂପୃକ୍ତ ଆପ୍ ମାଧ୍ୟମରେ ୪ ହଜାରରୁ ୨୩ ହଜାର ପର୍ଯ୍ୟନ୍ତ ଡିପୋଜିଟ କରି ଦୈନିକ ଟଙ୍କା ରୋଜଗାର କରୁଥିଲେ ।

ଅଧିକ ପଢ଼ନ୍ତୁ : କଣ ଏହି ଖତରନାକ ଖପ୍ପର ଯୋଗ! ୩୦ ଦିନ ପର୍ଯ୍ୟନ୍ତ କାହିଁକି ରହିବେ ସାବଧାନ ଜାଣନ୍ତୁ

ତେବେ ଗତ ୧୪ ଜୁଲାଇରୁ ୧୭ ଜୁଲାଇ ପର୍ଯ୍ୟନ୍ତ ଥିବା ଅଫରକୁ ଦେଖି ୧୨ ଯୁବକ ଜଣପିଛା ୧ ଲକ୍ଷ ୧୨ ହଜାର ଟଙ୍କା ଡିପୋଜିଟ୍ କରିଥିଲେ l ଏଭଳି ଭାବେ ଗାଁର ଯୁବକଙ୍କ ସହ ଚାଷୀ ଓ ମଧ୍ୟମ ବର୍ଗର ଲୋକେ ପ୍ରାୟ କୋଟିଏ ଟଙ୍କା ଏହି ଆପ୍‌ ଜରିଆରେ ବିନିଯୋଗ କରିଥିବାବେଳେ ଏବେ ଆଉ ନା ୱାଲେଟକୁ ଟଙ୍କା ଆସୁଛି ନା ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଡିପୋଜିଟ୍ ହେଉଛି ।

ଅଧିକ ପଢ଼ନ୍ତୁ : ପାର୍ଟନର ନଥିଲେ ଟେନସନ ନାହିଁ; ସେକ୍ସର ଆନନ୍ଦ ଦେବ AI ସେକ୍ସ ରୋବଟ

ଏହାକୁ ନେଇ ଏବେ ଚିନ୍ତାରେ ଟଙ୍କା ବିନିଯୋଗ କରିଥିବା ଯୁବକ ମାନେ।