ଯୌତୁକ ପାଇଁ ନବବଧୂଙ୍କୁ ହତ୍ୟା! ବିଷ ପିଆଇ ହତ୍ୟା କରିଥିବା ଅଭିଯୋଗ ଆଣିଲେ ପରିବାର ଲୋକେ 
 

Suspicious death of newlywed family alleged that she killed him by taking poison
 
 
ଯୌତୁକ ପାଇଁ ନବବଧୂଙ୍କୁ ହତ୍ୟା! 

ଓଡ଼ିଆ ଗସିପ୍ ବ୍ୟୁରୋ: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ତୋରସିଂହ ଗ୍ରାମର ଜଣେ ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟିଛି। ଯୌତୁକ ନିମନ୍ତେ ମାରିଦେଇ ଥିବା ମହିଳାଙ୍କ ମା ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗରୁ ଜଣାଯାଏ ବାଲୁଗାଁ ଥାନା ଅନ୍ତର୍ଗତ ଚାଷଙ୍ଗରା ଗ୍ରାମର ପୂଜା ଜେନା ନାମକ ଜଣେ ମହିଳା ତୋରସିଂ ଗ୍ରାମର ରାଜା ଭୋଳଙ୍କୁ ଦେଢ଼ ବର୍ଷ ତଳେ ପ୍ରେମ ବିବାହ କରିଥିଲେ । 

ଅଧିକ ପଢନ୍ତୁ : ହନ୍ତସନ୍ତ ହେବେ ଏହି ରାଶିର ଲୋକ, ୧୦ ବର୍ଷ ପରେ ପଡିଛି ରାଜଯୋଗ, ୩ ରାଶି ପାଇବେ ଲାଭ! 

କିନ୍ତୁ ଶଶୁର ଘର ଲୋକ ଯୌତୁକ ଦାବୀ କରି ପୂଜାଙ୍କୁ ନିର୍ଯ୍ୟାତନା ଦେବା ସହ ମାରପିଟ କରୁଥିଲେ। ତେବେ ଏ ନେଇ ଗତକାଲି ଜୀବନରୁ ମାରିଦେବାର ଷଡଯନ୍ତ୍ର କରୁଥିବା ଏବଂ ମାରଧର କରୁଥିବାର ପୂଜା ପରିବାର ଲୋକଙ୍କୁ ଜଣାଇଥିଲେ।

ଅଧିକ ପଢନ୍ତୁ :ଅନ୍ଧ କରିଦେଉଛି ଡାଇବେଟିସ୍‌, ତୁରନ୍ତ ଛାଡନ୍ତୁ ଏହି ୯ ଖାଦ୍ୟ, ଦୃଷ୍ଟିଶକ୍ତି ହ୍ରାସରୁ ବଞ୍ଚିଯିବେ!

ରାତି ୧୦ ଟାରେ ପୂଜାଙ୍କ ପରିବାର ଲୋକ ତୋରସିଂହ ଗ୍ରାମର ରାଜାଙ୍କ ଘରେ ପହଂଚିବାରେ ରାଜାଙ୍କ ପରିବାର ଲୋକ ପୂଜାର ମା, ଓ ସମ୍ପର୍କିୟ ମାନଂକୁ ଘରକୁ ଯିବାକୁ ଦେଇ ନଥିଲେ। ଆଜି ପୂଜାଙ୍କୁ ଶ୍ବଶୁର ଘର ଲୋକେ ଆମ୍ବୁଲାନ୍ସରେ ଗୁରୁତର ଅବସ୍ଥାରେ ଡାକ୍ତରଖାନାକୁ ନେଇଥିବା ବେଳେ ପରିବାର ଲୋକ ପୂଜାଙ୍କ ମୃତ୍ୟୁ ହୋଇଯାଇଥିବା ଜାଣିବାକୁ ପାଇଥିଲେ।

ଅଧିକ ପଢନ୍ତୁ: ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟକୁ ନେଇ ଏହି ରାଶିର ଲୋକେ ଚିନ୍ତାରେ ରହିବେ, ପଢନ୍ତୁ ଆଜିର ରାଶିଫଳ  

ଉକ୍ତ ଘଟଣା ସମ୍ପର୍କରେ ପୂଜାଙ୍କ ମା’ ଥାନାରେ ଅଭିଯୋଗ କଲା ପରେ ପୋଲିସ ପୂଜାଙ୍କ ସ୍ବାମୀ ଓ ଶାଶୁଙ୍କୁ ଅଟକ ରଖୀଥିବା ବେଳେ, ପୂଜା ବିଷ ପିଇ ଦେଇଥିବା ରାଜାଙ୍କ ପରିବାର ଲୋକ କହିଛନ୍ତି। ମୃତଶରୀରକୁ ବାଣପୁର ପୋଲିସ ଜବତ କରି ତଦନ୍ତ ଚାଲୁ ରଖୁଛି।

ଅଧିକ ପଢନ୍ତୁ : ଶାରୀରିକ ଅସୁସ୍ଥତା ପାଇଁ ଖର୍ଚ୍ଚାନ୍ତରେ ପଡ଼ିବା ସହ ପରିବାରରେ ଅଶାନ୍ତି ଲାଗି ରହିବ, ପଢନ୍ତୁ ଏ ସପ୍ତାହର ରାଶିଫଳ