ଜୁଲାଇରେ ଆସୁଛି ୧୫୦ ବର୍ଷର ସବୁଠୁ ବଡ଼ ସଙ୍କଟ ‘ସୁପର ଏଲନିନୋ’: ଓଡ଼ିଶାରେ ପଡିବ ମରୁଡ଼ି!, ଆଜି ୮ ଜିଲ୍ଲାକୁ ସତର୍କତା
ଓଡ଼ିଆ ଗସିପ ବ୍ୟୁରୋ (ସ୍ୱତନ୍ତ୍ର ପ୍ରତିନିଧି, ଭୁବନେଶ୍ୱର): ରାଜ୍ୟରେ ଗୋଟିଏ ପଟେ କାଳବୈଶାଖୀର ପ୍ରଭାବ ଜାରି ରହିଥିବା ବେଳେ ଅନ୍ୟପଟେ ଆଗକୁ ଆସୁଛି ଏକ ବଡ଼ ପ୍ରାକୃତିକ ବିପତ୍ତି । ଚଳିତ ବର୍ଷ ଜୁଲାଇ ମାସରେ ଦେଶ ସମେତ ଓଡ଼ିଶାରେ ‘ସୁପର ଏଲନିନୋ’ ସ୍ଥିତି ଉପୁଜିବାକୁ ଯାଉଛି, ଯାହାକୁ ନେଇ ଏବେଠାରୁ ଚିନ୍ତା ବଢ଼ିଗଲାଣି । ପାଣିପାଗ ବିଶେଷଜ୍ଞଙ୍କ ଅନୁଯାୟୀ, ପ୍ରାୟ ଦେଢ଼ ଶହ (୧୫୦) ବର୍ଷ ପରେ ଏଭଳି ଭୟଙ୍କର ସ୍ଥିତି ସୃଷ୍ଟି ହେବାକୁ ଯାଉଛି।
ଆଜି ୮ ଜିଲ୍ଲାକୁ ସତର୍କତା
ବର୍ତ୍ତମାନ ସାରା ରାଜ୍ୟରେ କାଳବୈଶାଖୀର ପ୍ରଭାବ ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆଜି ରାଜ୍ୟର ୮ଟି ଜିଲ୍ଲା ପାଇଁ ସତର୍କତା ଜାରି କରାଯାଇଛି। ବିଶେଷ କରି ସୁନ୍ଦରଗଡ଼, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ଝଡ଼ବର୍ଷାର ସମ୍ଭାବନା ରହିଛି।
ଅପରପକ୍ଷରେ, କାଳବୈଶାଖୀ ପ୍ରଭାବରେ ବାଲେଶର ସହରରେ ଅଦିନିଆ ତୁହାକୁ ତୁହା ବର୍ଷା ଓ ପ୍ରବଳ ପବନ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଛି। ସହରର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଛ ସବୁ ଉପୁଡ଼ି ପଡ଼ିଥିବା ଦେଖିବାକୁ ମିଳିଛି।
ଅଧିକ ନ୍ୟୁଜ ପାଇଁ ଏହି ଲିଙ୍କ ରେ କ୍ଲିକ କରନ୍ତୁ : ମୃତ୍ୟୁ ପୂର୍ବରୁ ଶରୀର ଦେଇଥାଏ ୭ଟି ସଙ୍କେତ, ଜାଣନ୍ତୁ ଶେଷ ମୁହୂର୍ତ୍ତରେ କେଉଁ ସବୁ ଲକ୍ଷଣ ଦେଖାଯାଏ...
କ’ଣ ଏହି ‘ସୁପର ଏଲନିନୋ’? କାହିଁକି ବଢୁଛି ଚିନ୍ତା?
ଜୁଲାଇ ମାସରେ ଆସୁଥିବା ଏହି ‘ସୁପର ଏଲନିନୋ’ ଯୋଗୁଁ ଓଡ଼ିଶା ସମେତ ସମଗ୍ର ଭାରତର ପାଣିପାଗରେ ବଡ଼ ଧରଣର ଅସ୍ବାଭାବିକ ପରିବର୍ତ୍ତନ ଦେଖାଦେବ। ଏହାର ପ୍ରଭାବରେ ବିଶ୍ୱ ଜଳବାୟୁ ସମ୍ପୂର୍ଣ୍ଣ ବିଗିଡ଼ିଯିବାର ଆଶଙ୍କା ରହିଛି। ସୁପର ଏଲନିନୋ ପ୍ରଭାବରେ ପାଣିପାଗରେ ଅହେତୁକ ତାରତମ୍ୟ ଆସିଥାଏ। ଏହା ଦ୍ୱାରା କେତେବେଳେ ଅତ୍ୟଧିକ ଖରା ତ ଆଉ କେତେବେଳେ ଅତିପ୍ରବଳ ବର୍ଷା ହେବାର ରେକର୍ଡ ରହିଛି।
ଓଡ଼ିଶା ଉପରେ ପଡ଼ିବ କି ପ୍ରଭାବ?
ପାଣିପାଗ ବିଶେଷଜ୍ଞଙ୍କ ମତରେ, ଏହି ସୁପର ଏଲନିନୋ ଯୋଗୁଁ ଓଡ଼ିଶା ସବୁଠାରୁ ଅଧିକ ପ୍ରଭାବିତ ହେବା ନେଇ ଆଶଙ୍କା କରାଯାଉଛି। ଏହାର ମୁଖ୍ୟ ପ୍ରଭାବଗୁଡ଼ିକ ହେଲା: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବା ଲୁ’ର ପ୍ରକୋପ ଅସହ୍ୟ ସ୍ତରକୁ ଚାଲିଯାଇପାରେ। ଏ ବର୍ଷ ଓଡ଼ିଶାକୁ ଆସୁଥିବା ମୌସୁମୀ ବାୟୁ ଦୁର୍ବଳ ହୋଇପାରେ, ଯାହାଫଳରେ ବର୍ଷା ପରିମାଣ କମିଯିବ। ମୌସୁମୀ ଦୁର୍ବଳ ହେବା କାରଣରୁ ରାଜ୍ୟରେ ଅନାବୃଷ୍ଟି ଏବଂ ଭୟଙ୍କର ମରୁଡ଼ି ସ୍ଥିତି ଉପୁଜିପାରେ, ଯାହା ଚାଷ କାର୍ଯ୍ୟକୁ ସମ୍ପୂର୍ଣ୍ଣ ଉଜାଡ଼ି ଦେବାର ସମ୍ଭାବନା ରହିଛି। ସୂଚନାଯୋଗ୍ୟ ଯେ, ପ୍ରାୟ ୧୫୦ ବର୍ଷ ପରେ ଏଭଳି ଏକ ବିରଳ ଓ ଭୟଙ୍କର ପାଣିପାଗ ସ୍ଥିତି ସୃଷ୍ଟି ହେଉଥିବାରୁ ସରକାର ଓ ପ୍ରଶାସନ ପାଇଁ ଏବେଠାରୁ ଏହା ଏକ ବଡ଼ ଚ୍ୟାଲେଞ୍ଜ ପାଲଟିଛି।