ସାମାନ୍ୟ ଇଅରଫୋନ୍ ପାଇଁ ପଥରରେ ଛେଚି ହତ୍ୟା କରିଥିଲା ସାଙ୍ଗ, ଦଶମ ଶ୍ରେଣୀ ଛାତ୍ର ହତ୍ୟାକାଣ୍ଡ ଘଟଣା...
 

Student stoned to death by friends over earphone
 
 
ଦଶମ ଶ୍ରେଣୀ ଛାତ୍ର ହତ୍ୟାକାଣ୍ଡ ଘଟଣା...
 

ଓଡ଼ିଆ ଗସିପ୍ ବ୍ୟୁରୋ: ସାଙ୍ଗ ସାଜିଲେ ସଇତାନ । ସାମାନ୍ୟ ଇଅରଫୋନ୍ ପାଇଁ ପଥରରେ ଛେଚି ହତ୍ୟା କଲେ। ରାଉରକେଲାରେ ଘଟିଥିବା ଛାତ୍ର ହତ୍ୟାକାଣ୍ଡ ସୃଷ୍ଟି କରିଛି ଚାଞ୍ଚଲ୍ୟ । ବାଲୁଘାଟ ବସ୍ତିର ଦଶମ ଶ୍ରେଣୀର ଛାତ୍ର ରୁଦ୍ର ପାଢୀଙ୍କ ମୃତଦେହ ଗତକାଲି ହେକେଟ ରୋଡ ବୁଦା ମୁଳରୁ ଉଦ୍ଧାର କରାଯାଇଥିଲା । ତାଙ୍କୁ ହତ୍ୟା କରାଯାଇଥିବା ରଘୁନାଥପାଲି ଥାନାରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଥିଲା ପୁଲିସ ।

ଅଧିକ ପଢ଼ନ୍ତୁ: ଡାଇବେଟିସ ହେବା ପୂର୍ବରୁ ଶରୀରରେ ଦେଖା ଦିଏ ଏସବୁ ଲକ୍ଷଣ, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ

ଆଜି ଏହି ହତ୍ୟା କାଣ୍ଡରେ ସମୃକ୍ତ ଥିବା ନବମ ଶ୍ରେଣୀର ଦୁଇ ଛାତ୍ରଙ୍କୁ କୋର୍ଟ ଚାଲାଣ କରିବା ପରେ ବାଳ ସୁଧାର ଗୃହକୁ ପଠାଇଛି ପୁଲିସ । ହତ୍ୟାକାରୀଙ୍କ ନିକଟରୁ ହତ୍ୟାରେ ବ୍ୟବହୃତ ଦୁଇଟି ପଥର , ଦୁଇଟି ସାଇକେଲ, ଗୋଟିଏ ମୋବାଇଲ ଫୋନ ଜବତ କରାଯାଇଛି । ପରେ ହେକେଟ ରୋଡର ସ୍ଥିତ କ୍ରାଇମସ୍ପଟରେ ପହଞ୍ଚି ଅଧିକ ତଦନ୍ତ କରିଛି ପୁଲିସ ।

ଅଧିକ ପଢ଼ନ୍ତୁ: କାହିଁକି ହୁଏ ବ୍ଳଡ୍‌ କ୍ୟାନସର, ଏହା କେତେ ପ୍ରକାର ? ଜାଣନ୍ତୁ ଏହି ରୋଗର ଲକ୍ଷଣ କଣ...

ବ୍ଲ୍ୟୁଟୁଥ୍ ଇଅର ଫୋନକୁ କେନ୍ଦ୍ରକରି ତିନି ସାଙ୍ଗଙ୍କ ମଧ୍ୟରେ ବିବାଦ ଉପୁଜିଥିଲା । ପରେ ଦୁଇ ନାବାଳକ ମିଶି ଆଉ ଜଣେ ନାବଳକଙ୍କୁ ପଥରରେ ଛେଚି ହତ୍ୟା କରିଥିବା ଜଣାପଡିଛି । ସେପଟେ ଏକମାତ୍ର ପୁଅକୁ ହରାଇ ଭାଙ୍ଗି ପଡିଛି ପରିବାର । ମା’ , ବାପା, ଜେଜେ ମା’ ପୁଅକୁ ମନେ ପକାଇ ବାହୁନି ବାହୁନି କାନ୍ଦୁଛନ୍ତି । ରୁଦ୍ରର ମୃତ୍ୟୁ ଖବର ଶୁଣିବା ପରେ ସାହି ମଧ୍ୟ ଶୁନଶାନ ହୋଇପଡିଛି ।

ଅଧିକ ପଢ଼ନ୍ତୁ: ଓଏଏସ୍‌‌ ସ୍ତରରେ ଅଦଳ ବଦଳ କଲେ ରାଜ୍ୟ ସରକାର, ଜାଣନ୍ତୁ କେଉଁ ଅଧିକାରୀ କେଉଁଠି ପାଇଲେ ନିଯୁକ୍ତି