କାଳିଆର ରଥ ଟାଣୁ ଟାଣୁ ଘଟିଲା ଅଘଟଣ; ଚାଲିଗଲା ସେବକଙ୍କ ଜୀବନ

 

ଓଡ଼ିଆ ଗସିପ୍ ବ୍ୟୁରୋ: ଘଟଣା କୁହନ୍ତୁ କି ଅଘଟଣ । କାଳିଆର ସେବା କରୁ କରୁ କିନ୍ତୁ ଚାଲିଗଲା ଜୀବନ । ରଥ ଗଡ଼ୁଥିଲା ବଡ଼ଦାଣ୍ଡରେ । ଭକ୍ତଙ୍କ ଭିଡ଼ରେ ଭାଇ ଭଉଣୀକୁ ନେଇ ଯାତ୍ରା କରୁଥିଲେ ଜଗତର ନାଥ ।

ରଥ ଗଡ଼ୁଥାଏ, ହରିବୋଲ ହୁଳହୁଳି ପଡ଼ୁଥାଏ । ଜୟ ଜଗନ୍ନାଥ ଧ୍ୱନୀରେ ପ୍ରକମ୍ପିତ ହେଉଥାଏ ସାରା ବଡ଼ଦାଣ୍ଡ । କାଳିଆ ଶ୍ରୀମନ୍ଦିରକୁ ବାହୁଡ଼ୁଛନ୍ତି ବୋଲି କାହା ପାଦ ଯେମିତି ମାଟିରେ ଲାଗୁଥିଲା । ହେଲେ ସେ ଭିତରେ ଘଟିଗଲା ଏକ ବଡ଼ ଅଘଟଣ ।

ଅଧିକ ପଢ଼ନ୍ତୁ : ଚୌକି ପାଇଁ 'ସମାଜ'ରେ ବିଷର ବୀଜ, ସଭାପତି, ସମ୍ପାଦକ ଦୌଡ଼ରେ କିଏ?

ବାହୁଡ଼ା ଦିନ ଶ୍ରୀକ୍ଷେତ୍ରରେ ବଳଭଦ୍ରଙ୍କ ରଥ ଦଉଡ଼ି ଛିଡ଼ି ଗୁରୁତର ଥିବା ଭୋଇ ସେବକଙ୍କ ଆଜି ମୃତ୍ୟୁ ହୋଇଛି । ଭୁବନେଶ୍ବର ଏମସରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ମୃତ ଭୋଇ ସେବକ ହେଲେ ନକୁଳ ଭୋଇ । ସେ ବାହୁଡ଼ା ଦିନ ରଥଟଣା ବେଳେ ବଳଭଦ୍ରଙ୍କ ରଥ ଦଉଡ଼ି ଛିଡ଼ିଯିବାରୁ ଗୁରୁତର ହୋଇଥିଲେ ।

ଗୁରୁତର ଭୋଇ ସେବକ ନକୁଳ ଭୋଇଙ୍କୁ ପ୍ରଥମେ ପୁରୀ ହସ୍ପିଟାଲ ଓ ପରେ ଏମସ ICUରେ ଭର୍ତ୍ତି କରାଯାଇଥିଲା । ଯେଉଁଠି ତାଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି । ଅନ୍ୟପଟେ ମୃତକଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୧ ଲକ୍ଷ ଟଙ୍କା ସହାୟତା ରାଶି ଦିଆଯିବ ବୋଲି ଘୋଷଣା କରାଯାଇଛି । ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ସମସ୍ତ ଖର୍ଚ୍ଚ ବହନକରିବ ଶ୍ରୀମନ୍ଦିର ପ୍ରଶାସନ ।