ଟ୍ରକ- ଅଟୋ ମୁଁହାମୁହିଁ ଧକ୍କା: ଘଟଣାସ୍ଥଳରେ ହିଁ ଅକାଳରେ ଚାଲିଗଲା ୫ ଜୀବନ, ୩ ଗୁରୁତର

 

ଓଡ଼ିଆ ଗସିପ ବ୍ୟୁରୋ: ଆନ୍ଧ୍ର-ଓଡିଶା ସୀମାନ୍ତରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । କେରେଡା ଠାରୁ ୪ କିମି ଦୂରରେ ଟ୍ରକ ଓ ଅଟୋ ମଧ୍ୟରେ ମୁଁହାମୁହିଁ ଧକ୍କା ହୋଇଛି । ଏହି ଧକ୍କାରେ ଅଟୋରେ ଥିବା ୮ ଜଣଙ୍କ ମଧ୍ୟରୁ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି ।

ଗୁରୁତର ୩ ଜଣଙ୍କୁ ଉଦ୍ଧାର କରାଯାଇ ପାର୍ବତୀପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ରାୟଗଡାର ଅଧିଷ୍ଠାତ୍ରୀ ଦେବୀ ମାଆ ମଝିଘରିଆଣି ମନ୍ଦିର ଦର୍ଶନ ସାରି ନିଜ ଗାଁକୁ ଅଟୋ ସାହାଯ୍ୟରେ ଫେରୁଥିଲେ । ଅଟୋରେ ଥିବା ସମସ୍ତ ୮ ଜଣ ଆନ୍ଧ୍ରର କୋମରଡା ବ୍ଲକର ବାଙ୍ଗାରମମା ଗାଁର ବୋଲି ଜଣାପଡିଛି ।

ସେହିପରି ଆଉ ଏକ ଘଟଣାରେ କେନ୍ଦୁଝର ଜିଲ୍ଲା ରୁଗୁଡ଼ି ଥାନା ଅନ୍ତର୍ଗତ ବାରବାଙ୍କ ଠାରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଘଟଣା ସ୍ଥଳରେ ୩ ଜଣଙ୍କର ମୃତ୍ୟୁ ଘଟିଛି । ଗାଡ଼ିରେ ଥିବା ଆଉ ୨ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ଭର୍ତ୍ତି କରାଯାଇଛି ।

ଆହୁରି ପଢ଼ନ୍ତୁ : ଚଳନ୍ତା ଟ୍ରେନ୍‌‌ରୁ ଡେଇଁପଡ଼ିଲେ ଯୁବକ, ମୃତ୍ୟୁ ମୁହଁରୁ ଟାଣି ଆଣିଲେ ଆରପିଏଫ୍‌ କନଷ୍ଟେବଳ ସୂର୍ଯ୍ୟକାନ୍ତ ସାହୁ, ଦେଖନ୍ତୁ ଭିଡ଼ିଓ...

ଖବର ଅନୁଯାୟୀ, ବାରବାଙ୍କ ଠାରେ ଏକ ଟ୍ରଲରକୁ ଓଭର ଟେକ୍ କରୁଥିବା ଏକ ସ୍କର୍ପିଓ ଗାଡି ଅସାବଧାନତା ହେତୁ ଟ୍ରଲର ସହ ଧକ୍କା ହୋଇଥିଲା । ସ୍କର୍ପିଓ ଗାଡିଟି ଏତେ କ୍ଷୀପ୍ର ଥିଲା ଯେ ଧକ୍କା ଦେବା ଦ୍ଵାରା ସ୍କର୍ପିଓ ଗାଡିରେ ବସିଥିବା ୩ ଜଣ ବ୍ୟକ୍ତି ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଛନ୍ତି ।

ଖବରଲେଖା ହେବା ପର୍ଯ୍ୟନ୍ତ ମୃତକ ମାନଙ୍କର ପରିଚୟ ମିଳିନାହିଁ । ଖବର ପାଇ ଦୁର୍ଘଟଣା ସ୍ଥଳରେ ରୁଗୁଡ଼ି ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ଦୁର୍ଘଟଣା ପରେ ସେହି ରାସ୍ତାରେ ଗାଡ଼ି ମୋଟର ଚଳାଚଳ ପ୍ରଭାବିତ ହୋଇଛି ।