ଭିଜିବ ରଙ୍ଗର ପର୍ବ ହୋଲି; ଆସନ୍ତାକାଲିଠୁ ୩ଦିନ ଯାଏ ଏସବୁ ଜିଲ୍ଲାରେ ବର୍ଷା ସମ୍ଭାବନା!

 

ଓଡ଼ିଆ ଗସିପ ବ୍ୟୁରୋ : କମିବ ତାତି, ପଶ୍ଚିମା ଝଡ଼ ଆଣିବ ବର୍ଷା । ଭିଜିପାରେ ରଙ୍ଗର ପର୍ବ ହୋଲି । ପଶ୍ଚିମା ଝଡ଼ ପ୍ରଭାବରେ ଆସନ୍ତାକାଲି ଓ ୮ ତାରିଖରେ କିଛି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ଦୁଇ ଦିନ ଆକାଶ ମେଘାଚ୍ଛନ୍ନ ରହିବା ସହ ହାଲୁକା ବର୍ଷା ହୋଇପାରେ ।

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୫ ସହରର ତାପମାତ୍ରା ୩୮ ଡିଗ୍ରୀ ପାର କରିଥିଲା । ୩୮ ଦଶମିକ ୮ ଡିଗ୍ରୀ ସହ ସବୁଠୁ ଉତ୍ତପ୍ତ ସହର ହୋଇଥିଲା ତାଳଚେର । ଏହା ପରେ ରହିଥିଲା ରାଜଧାନୀ ଭୁବନେଶ୍ୱର । ରାଜଧାନୀର ଦିନର ସର୍ବୋଚ୍ଚ ତାପମାତ୍ରା ୩୮ ଦଶମିକ ୪ ଡିଗ୍ରୀ ରେକର୍ଡ କରାଯାଇଛି ।

ଆହୁରି ପଢ଼ନ୍ତୁ : ଆସିଲା ଚିନ୍ମୟୀଙ୍କର ଶବ ବ୍ୟବଚ୍ଛେଦ ରିପୋର୍ଟ, ଜାଣନ୍ତୁ ତାଙ୍କ ମୃତ୍ୟୁର ରହସ୍ୟ...

ଅନୁଗୁଳରେ ୩୮ ଦଶମିକ ୧, ଝାରସୁଗୁଡ଼ା ଓ ଭଦ୍ରକରେ ୩୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଏବେ ରାଜ୍ୟରେ ପାଗ ଶୁଖିଲା ଓ ଖରାଟିଆ ରହୁଥିବା ବେଳେ ବାୟୁମଣ୍ଡଳର ଆଦ୍ରତା କମ୍ ରହିଛି ।

ତେବେ ଏହାରି ମଧ୍ୟରେ ଆଶ୍ବସ୍ତିକର ସୂଚନା ପ୍ରଦାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପଶ୍ଚିମା ଝଡ଼ ପ୍ରଭାବରେ ୭ ତାରିଖରୁ ପରବର୍ତ୍ତି ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରେ ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର କହିଛି । ବିଶେଷ କରି ପଶ୍ଚିମ ଓଡ଼ିଶାରେ ବର୍ଷା ସାଙ୍ଗକୁ ବିଜୁଳି ଘଡ଼ଘଡ଼ିର ମଧ୍ୟ ପ୍ରଭାବ ରହିବ ବୋଲି ସୂଚନା ଜାରି କରଯାଇଛି ।

ଆସନ୍ତା କାଲି ଅର୍ଥାତ ୭ତାରିଖରେ ଝାରସୁଗୁଡା, ସୁନ୍ଦରଗଡ, ସମ୍ବଲପୁର, ଦେବଗଡ, କେନ୍ଦୁଝର, ମୟୁରଭଞ୍ଜ, ନୂଆପଡା, ନବରଙ୍ଗପୁର ଏବଂ କଳାହାଣ୍ଡି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହଳୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।

ଆହୁରି ପଢ଼ନ୍ତୁ : କେବଳ ଜୀବନ୍ତ ମହିଳା ନୁହେଁ, ମୃତ ଶରୀର ସହିତ ମଧ୍ୟ ସମ୍ବନ୍ଧ ରଖନ୍ତି ଏହି ଆଗୋରୀ ବାବା! କାରଣ ବହୁତ ଅଜବ...

ସେହି ଭଳି ୮ ତାରିଖ ଅର୍ଥାତ ରଙ୍ଗର ପର୍ବ ହୋଲିରେ ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ଦେବଗଡ, ଅନୁଗୁଳ, ବରଗଡ, ନୂଆପଡା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର, ଏବଂ ମୟୁରଭଞ୍ଜ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ସମ୍ଭାବନା ରହିଛି ।