ଚକା ଫାଟି ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍‌, ଗାଡିରେ ଥିଲେ ୫୦ରୁ ଅଧିକ ଯାତ୍ରୀ...

 

ଓଡ଼ିଆ ଗସିପ ବ୍ୟୁରୋ: ଚକା ଫାଟିବାରୁ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି । କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ କୋଟଗଡ ବ୍ଲକ ଗେଟାବୋଲି ନିକଟରେ ଭାରସାମ୍ୟ ହରାଇ ଓଲଟିଲା ସାଲୁଙ୍କି ନାମକ ଏକ ଘରୋଇ ବସ ।

ବସର ପଛ ଚକ ଫାଟିଯିବାରୁ ବସଟି ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ ବରଗଛରେ ପିଟି ହୋଇ ଓଲଟି ଯାଇଥିଲା । ଫଳରେ ବସରେ ଥିବା ୪୦ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି ।

ଅଧିକ ପଢ଼ନ୍ତୁ : ଆଜିର ରାଶିଫଳ: ଏହି ରାଶି ଥିବା ବ୍ୟକ୍ତି ବିଶେଷଙ୍କ ଦିନଟା ଅଯଥା ଝାମେଲା ଯୋଗୁ ମାନସିକ ଶାନ୍ତିରେ ବାଧା ସୃଷ୍ଟି କରିପାରିବ...

ଖବର ପାଇ ପୋଲିସ ଟିମ ଏବଂ ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରିବା ସହ ଆମ୍ବୁଲାନ୍ସ ଯୋଗେ କୋଟଗଡ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ଥାନାନ୍ତର କରାଯାଉଥିବା ଜଣାପଡ଼ିଛି । ଆଜି ଅପରାହ୍ନରେ ଏହି ଦୁଃଖଦାୟକ ଘଟଣା ଘଟିଥିବା ଜଣାପଡିଛି । ବସରେ ୫୦ରୁ ଅଧିକ ଯାତ୍ରୀ ଥିବା ସୂଚନା ମିଳିଛି ।