ଏ ସବୁ ଜିଲ୍ଲାକୁ ପାଣିପାଗ ବିଭାଗ ଜାରି କଲା ସତର୍କ ସୂଚନା, ୪ ଦିନ ପରେ ବଡ ବର୍ଷା! 
 

Odisha likely to witness rainfall after 4 days temperature will also decline
 
ଆସୁଛି ବର୍ଷା!

ଓଡ଼ିଆ ଗସିପ୍ ବ୍ୟୁରୋ: ରାଜ୍ୟରେ ଏବେ ଘନ କୁହୁଡି ସାଙ୍ଗକୁ ଶୀତର ଲହରୀ ଜାରି ରହିଛି। କିନ୍ତୁ ଏବେ ପାଗରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ।  ପାଗ ମୁଖ୍ୟତ ଶୁଖିଲା ରହିବା ସହ କୁହୁଡି଼ ଅନୁଭୂତ ହେବ ବୋଲି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ୧୦ ରୁ ରାଜ୍ୟରେ ହାଲୁକା ବର୍ଷା ନେଇ ପୂର୍ବାନୁମାନ କରାଯାଇଛି। 

ହେଲେ ବର୍ତମାନ ତାପମାତ୍ରା ବଢୁଛି । ଧୀରେ ଧୀରେ ଗରମ ହେବା ଆରମ୍ଭ ହେଲାଣି । ଦିନ ଦ୍ବିପ୍ରହରେ ବେଳକୁ ପାରଦ ସାମାନ୍ୟ ଠାରୁ ରହୁଛି ଅଧିକା । ସେହିପରି ରାତିରେ ବି ସ୍ୱାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ଅଧିକ ରହୁଛି ତାପମାତ୍ରା ।

ଅଧିକ ପଢନ୍ତୁ :ବାଥରୁମରେ ଅଧିକ ହାର୍ଟ ଆଟାକ୍ ହେବାର ପ୍ରକୃତ କାରଣ କଣ? ଜାଣିଲେ ହେବେ ଆଶ୍ଚର୍ଯ୍ୟ 

ଓଡିଶା ପାର୍ଶ୍ବବର୍ତ୍ତୀ ବଂଗୋପସାଗରରେ ଏକ ଗୁରୁଚାପ ସୃଷ୍ଟି ଯୋଗୁ ଶୁଷ୍କ ଜଳୀୟ ବାଷ୍ପ ବୋହୁ ପରିମାଣରେ ରାଜ୍ୟ ଭିତରକୁ ପ୍ରବେଶ କରୁଛି । ଏଣୁ କୁହୁଡ଼ି ଓ ତାପମାତ୍ରା ବୃଦ୍ଧି ଘଟୁଛି। ସୋମବାର ଭୁବନେଶ୍ୱର ରେ ୩୧.୭, କଟକରେ ୩୦℃ ତାପମାତ୍ରା ରହିଥିଲା ।

ପାଣିପାଗ ବିଭାଗ ଅନୁଯାୟୀ, ଫେବୃଆରୀ ୫ ଓ ୬ ତାରିଖ ସକାଳେ ପଞ୍ଜାବ, ହରିୟାଣା ଓ ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ଘନ କୁହୁଡି ପଡ଼ିବାର ସମ୍ଭାବନା ରହିଛି। ଫେବୃଆରୀ ୧୦ ତାରିଖରେ ଆଭ୍ୟନ୍ତରୀଣ ଜିଲ୍ଲାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ୧୧ରେ ସୁନ୍ଦରଗଡ , ବରଗଡ଼ , ସମ୍ବଲପୁର , ନୂଆପଡା , ବଲାଙ୍ଗୀର , କେନ୍ଦୁଝର ଆଦି ଜିଲ୍ଲା ଗୁଡିକରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

ଅଧିକ ପଢନ୍ତୁ :କିଡ଼ନୀ ସୁସ୍ଥ ରଖିବା ପାଇଁ ଖାଆନ୍ତୁ ଏହି ୫ଟି ଫଳ, ଗମ୍ଭୀର ରୋଗରୁ ବଞ୍ଚିଯିବେ...

ଆଗମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗରେ ବିଶେଷ ପରିବର୍ତ୍ତନ ନାହିଁ। ତେବେ ୧୦ ବେଳକୁ ପଶ୍ଚିମା ଝଡ଼ ପ୍ରଭାବରେ ବର୍ଷା ହେଲେ ତାପମାତ୍ରାରେ ଆସିପାରେ ପରିବର୍ତ୍ତନ ।
ସେହିପରି ଆଗମୀ ୨୪ ଘଂଟାରେ ଉପକୂଳ ଓ ପାର୍ଶ୍ବବର୍ତ୍ତୀ ଜିଲ୍ଲାରେ ଘନ କୁହୁଡ଼ି ଦେଖା ଯାଇପାରେ ଯାହାର ଦୃଶ୍ୟମାନ କ୍ଷମତା ୨୦୦ ରୁ ୫୦ ମିଟର ମଧ୍ୟରେ ରହିପାରେ।

ଆଭ୍ୟନ୍ତରୀଣ ଜିଲ୍ଲା ଓ ଉପକୂଳ ଜିଲ୍ଲାରେ ତାପମାତ୍ରା ଅଧିକ ରହୁଥିବା ବେଳେ ପାଣିପାଗ ବିଭାଗ ଅନୁଯାୟୀ ବର୍ତ୍ତମାନ ଅନୁଭୂତ ହେଉଥିବା ତାପମାତ୍ରା ସ୍ୱାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ଅଧିକ ରହିଛି । ଆଗାମୀ ଦିନରେ ମଧ୍ୟ ଶୀତର ପ୍ରଭାବ ବିଶେଷ ନଥିବାରୁ ଏପରି ତାପମାତ୍ରା ଦେଖିବାକୁ ମିଳିପାରେ ।

ଅଧିକ ପଢନ୍ତୁ :ନିଜ ଲୋକଙ୍କ ଠାରୁ ପ୍ରତାରିତ ହେବା ସହ ଏହି ରାଶି ଲୋକ ଧାର କରଜ କରି କାମ ଚଳାଇବେ! ପଢନ୍ତୁ ରାଶିଫଳ 

ତେବେ କେବଳ ତାପମାତ୍ରା ବୃଦ୍ଧି ନୁହେଁ ଏହା ସାଙ୍ଗକୁ କୁହୁଡ଼ି ପ୍ରଭାବ ମଧ୍ୟ ଜନ ଜୀବନ ଅସ୍ତବ୍ୟସ୍ତ କରୁଛି। ଗୁରୁଚାପ ଫଳରେ ଆଜି ସକାଳେ ଟ୍ଵିନ ସିଟି ସମେତ ଦକ୍ଷିଣ ଓଡ଼ିଶାର ଗଂଜାମ ଓ ନୟାଗଡ଼ ଆଦି ଜିଲ୍ଲାରେ କୁହୁଡ଼ି ଦେଖିବାକୁ ମିଳିଥିଲା। ଫଳରେ ଏସବୁ ସ୍ଥାନରେ ଦୃଶ୍ୟମାନ କ୍ଷମତା ୫୦ ରୁ ୬୦ ମିଟର ଥିଲା ସେହିପରି ଆଗମୀ କାଲି ସକାଳ ମଧ୍ୟରେ ବ୍ରହ୍ମପୁର , ଯାଜପୁର , ଟ୍ଵିନ ସିଟି ଆଦି ସ୍ଥାନରେ କୁହୁଡ଼ି ଦେଖିବାକୁ ମିଳିପାରେ ଯାହା ର ଦୃଶ୍ୟମାନ ୧୦୦ ମିଟର ମଧ୍ୟରେ ରହିବ।

ଅଧିକ ପଢନ୍ତୁ :ସ୍ବାସ୍ଥ୍ୟଜନିତ ସମସ୍ୟା ଉପୁଜିବା ସହ ଅତ୍ୟଧିକ ଖର୍ଚ୍ଚ ଚିନ୍ତାର କାରଣ ହେବ! ପଢନ୍ତୁ ଏ ସପ୍ତାହର ରାଶିଫଳ