ବିଧାନସଭାରେ ବିରୋଧୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଜବାବ, ସ୍ପଷ୍ଟ କରି କହିଲେ ଶ୍ରଦ୍ଧା ମୋ ଫିଜିଓଥେରାପିଷ୍ଟ 
 

Odisha CM Naveen Patnaik breaks silence on Shradha Issue
 
ମୁଖ୍ୟମନ୍ତ୍ରୀ କହିଲେ ଶ୍ରଦ୍ଧା ମୋ ଫିଜିଓଥେରାପିଷ୍ଟ 
 

ଓଡ଼ିଆ ଗସିପ୍ ବ୍ୟୁରୋ: ବିଧାନସଭାରେ ପୁଣି ବିରୋଧୀଙ୍କୁ କଡ଼ା ଜବାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଶ୍ରଦ୍ଧାଙ୍କୁ ନେଇ ବିରୋଧୀ ଉଠାଇଥିବା ପ୍ରଶ୍ନର ଆଜି ଗୃହରେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ । ଶ୍ରଦ୍ଧା ମୋ ଫିଜିଓଥେରାପିଷ୍ଟ ବୋଲି ବିଧାନସଭାରେ ବିବୃତି ରଖି ସ୍ପଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ।

ଅଧିକ ପଢ଼ନ୍ତୁ: ଜାଣିବାକୁ ଚାହୁଁଛନ୍ତି କି କେମିତି କଟିବ ଆପଣଙ୍କ ଏହି ସପ୍ତାହ, ପଢନ୍ତୁ ଏ ସପ୍ତାହର ରାଶିଫଳ…

ମୋ ଦିବଂଗତ ଭଉଣୀ ଗୀତା ମେହେଟ୍ଟା ତାଙ୍କୁ ପଠାଇଥିଲେ । ମୋ ଚିକିତ୍ସା ପାଇଁ ମୋ ଭଉଣୀ ଶ୍ରଦ୍ଧାକୁ ପଠାଇଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଶ୍ରଦ୍ଧାକୁ କୌଣସି ସରକାରୀ ବାସଭବନ ଦିଆଯାଇ ନାହିଁ। ବିରୋଧୀ ଅପପ୍ରଚାର କରୁଛନ୍ତି। 

ଅଧିକ ପଢ଼ନ୍ତୁ: ଇସ୍ତଫା ଦେଲେ ସୌମ୍ୟରଂଜନ ପଟ୍ଟନାୟକ, ତନୟା ପଟ୍ଟନାୟକ ହେଲେ ସମ୍ବାଦର ନୂଆ ସଂପାଦକ

ଅଯଥା ପ୍ରସଙ୍ଗରେ ଗୃହର ମୂଲ୍ୟବାନ ସମୟ ନଷ୍ଟ କରା ନ ଯାଉ। ଜନସ୍ବାର୍ଥ ଆଲୋଚନା ପାଇଁ ଗୃହର ମୂଲ୍ୟବାନ ସମୟ ବ୍ୟବହାର କରାଯାଉ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏଥିସହ ବିଧାସଭାର ମୌସୁମୀ ଅଧିବେଶନ ସରିଛି। ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍ ସହ ୧୩ ବିଲ୍ ପାରିତ ହୋଇଛି ।

ଅଧିକ ପଢ଼ନ୍ତୁ: ପାଗ ବଦଳୁଛି, ବର୍ଷାରେ ଶକ୍ତି ବଢ଼ାନ୍ତୁ, ରୋଗ ସହ ଲଢ଼ନ୍ତୁ, ଜାଣନ୍ତୁ କେମିତି ବଢ଼ାଇବେ ରୋଗ ପ୍ରତିରୋଧକ ଶକ୍ତି