ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକରେ ୧୨ ପ୍ରସ୍ତାବକୁ ମୋହର
 

Odisha Cabinet Approves 12 Key Proposals of 10 different Depts
 
୧୨ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟର ମୋହର
 

ଓଡ଼ିଆ ଗସିପ୍ ବ୍ୟୁରୋ: ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ୧୨ ପ୍ରସ୍ତାବ ଉପରେ ମୋହର ବାଜିଛି।

ରାଜ୍ୟର ମିଶନ ଶକ୍ତି ଅଧୀନରେ ଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ(ଏସଏଚଜି) ସଦସ୍ୟାଙ୍କୁ ୧ ହଜାର ଟଙ୍କା ଲେଖାଏଁ ମିଳିବ । ୟୁନିଫର୍ମ ପୋଷାକ ବାବଦରେ ୭୦ ଲକ୍ଷ ଏସଏଚଜି ସଦସ୍ୟାଙ୍କୁ ଏହି ଟଙ୍କା ମିଳିବ । ଏସଏଚଜି ଏକଜ୍ୟୁଟିଭ୍ ମାନଙ୍କୁ ବ୍ଲେଜର୍ ବାବଦରେ ଅଧିକ ୧୦୦୦ ଟଙ୍କା ମିଳିବ । ଅର୍ଥାତ୍ ସେମାନଙ୍କୁ ମିଳିବ ୨୦୦୦ ଟଙ୍କା । ରାଜ୍ୟ ସରକାରଙ୍କ ପକ୍ଷରୁ ଏଥିପାଇଁ ୭୩୦ କୋଟି ଟଙ୍କା ଖର୍ଚ୍ଚ ହେବ ।

ଅଧିକ ପଢନ୍ତୁ :ସମାନ ଗୋତ୍ରରେ ବିବାହ କଲେ କି ସମସ୍ୟା ଭୋଗିବେ? ଜାଣନ୍ତୁ ବିଜ୍ଞାନରେ ରହିଛି ଏହାର ଉତ୍ତର

ବୁଣାକରାଙ୍କୁ ଅଧିକ ସହାୟତା ଦେବାକୁ ଯୋଜନା କରାଯାଇଛି। ୨ହଜାରରୁ ୨ ହଜାର ୫୦୦ ଲେଖାଏଁ ସହାୟତା ପଇବେ ବୁଣାକାର । ୪୦ରୁ ୮୦ ବର୍ଷ ବୟସ୍କ ବୁଣାକାର ଓ କାରିଗରଙ୍କୁ ମାସିକ ୨ହଜାର ମିଳିବ। ୮୦ ବର୍ଷରୁ ଉର୍ଦ୍ଧ୍ବ ବୁଣାକାରଙ୍କୁ ୨୫୦୦ ଟଙ୍କା ମିଳିବ। ‘ନୂଆ-ଓ ଛତ୍ର ବୃତ୍ତି’କୁ ମଧ୍ୟ କ୍ୟାବିନେଟ ମଞ୍ଜୁରି ମିଳିଛି। 

ଅଧିକ ପଢନ୍ତୁ :କନ୍ୟା ରାଶିରେ ବର୍ଷେ ରହିବେ କେତୁ ଫଳରେ ଏହି ୩ ରାଶି ହେବେ ମାଲାମାଲ  

ବାର୍ଷିକ ଛାତ୍ରଙ୍କୁ ୯ ହଜାର ଓ ଛାତ୍ରୀଙ୍କୁ ୧୦ ହଜାର ଟଙ୍କାର ବୃତ୍ତି ମିଳିବ । ଏସସି/ଏସଟି ଓ ନିର୍ମାଣ ଶ୍ରମିକଙ୍କ ପୁଅଙ୍କୁ ୧୦ ହଜାର, ଝିଅଙ୍କୁ ୧୧ ହଜାର ମିଳିବ । ରାଜ୍ୟର ପ୍ରତି ପଞ୍ଚାୟତରେ ଆକାଉଣ୍ଟାଣ୍ଟ ଡାଟାଏଣ୍ଟ୍ରି ଅପରେଟର ରହିବେ । ମୋଟ ୭୧୪୨ଟି ଡାଟାଏଣ୍ଟ୍ରି ପଦବୀ ସୃଷ୍ଟି ପାଇଁ କ୍ୟାବିନେଟ ମଂଜୁରି ମିଳିଛି। ମୋଟ ପଦବୀରୁ ୭୦% OSSC ଦ୍ୱାରା ମନୋନୀତ କରାଯିବ । ବାକି ୩୦% ଗ୍ରାମ ରୋଜଗାର ସେବକଙ୍କୁ ମଧ୍ୟରୁ ମନୋନୟନ ହେବେ ।

ଆଇଟିଆଇ, ପଲିଟେକନିକ ଶିକ୍ଷାନୁଷ୍ଠାନରେ ହେବ ରିଷ୍ଟ୍ରକଚରିଂ । ଦୁଇଟି କ୍ୟାଡର ରୁଲର ସଂଶୋଧନକୁ ମିଳିଛି ମଞ୍ଜୁରି । ସେହିପରି ନିୟମିତ ହେବେ ବହୁଭାଷୀ ଶିକ୍ଷା ସହାୟକ । ୨୧୩ରୁ ୭୩ ଜଣଙ୍କ ବୟସ ସୀମା କୋହଳ କରାଯାଇଛି । ଅବଶିଷ୍ଟ ଶିକ୍ଷା ସହାୟକଙ୍କୁ ଯୋଗ୍ୟତା ହାସଲ ପାଇଁ ୩ ବର୍ଷ ସମୟ ଦିଆଯାଇଛି । ଶିକ୍ଷାଗତ ଯୋଗ୍ୟତା ଆଧାରରେ ହେବେ ନିୟମିତ ।

ଅଧିକ ପଢନ୍ତୁ :ଗଜଲକ୍ଷ୍ମୀ ରାଜଯୋଗ, ଆସୁଛି ଭଲ ସମୟ, ଏହି ୩ ରାଶି ହେବେ ମାଲେମାଲ୍

ପୁରୀରେ କୁଲତା ସମାଜର ଧର୍ମଶାଳା ନିର୍ମାଣକୁ ମିଳିଛି କ୍ୟାବିନେଟ ମଞ୍ଜୁରୀ । ବାଲୁଖଣ୍ଡରେ ୧ ଏକର ଜମି ଯୋଗାଇ ଦେବେ ରାଜ୍ୟ ସରକାର । ସେହିପରି ସଂସ୍କୃତି ବିଭାଗରେ ନୂଆ ପଦବୀକୁ ମିଳିଛି ଅନୁମୋଦନ । ସଂସ୍କୃତି ବିଭାଗରେ ଯୋଗ ଦେବେ ଉଚ୍ଚ ଶିକ୍ଷିତ ପ୍ରଫେସନାଲ୍ । ପୁରୁଣା ପଦବୀର ରିଷ୍ଟ୍ରକଚରିଂ ସହ ନୂଆ ପଦବୀକୁ ମଞ୍ଜୁରୀ ଦିଆଯାଇଛି ।

ରାଜ୍ୟର ସବୁ ଐତିହ୍ୟ ଓ କିର୍ତ୍ତୀରାଜିର ହେବେ ସୌନ୍ଦର୍ଯ୍ୟକରଣ । ୧୫୯ଟି ପ୍ରକଳ୍ପର ରୂପାନ୍ତରଣକୁ କ୍ୟାବିନେଟ ମଞ୍ଜୁରି ମିଳିଛି । ଏଥିପାଇଁ ୨ ହଜାର ୬୨ କୋଟି ୧୯ ଲକ୍ଷ ଟଙ୍କାର ଖର୍ଚ୍ଚ ଅଟକଳ ରଖାଯାଇଛି । ୨୦୨୬-୨୭ ସୁଦ୍ଧା ପ୍ରକଳ୍ପ ସଂପୂର୍ଣ୍ଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।

ଅଧିକ ପଢନ୍ତୁ :୫ ବର୍ଷ ପରେ ଧନ ଶକ୍ତି ଯୋଗ, ଏହି ୩ଟି ରାଶିଙ୍କ ଉପରେ ହେବ ଧନ ବର୍ଷା!