ଦେଖନ୍ତୁ ଭିଡ଼ିଓ: ମହିଳା ସାମ୍ବାଦିକାଙ୍କୁ ମାଡ଼ ମାମଲାରେ ଓଡ଼ିଆ ଫିଲ୍ମ ପ୍ରଯୋଜକ ଟୁଟୁ ନାୟକ ଗିରଫ
 

Odia Film Producer Tutu Nayak Arrested For Misbehaving With Woman Journalist
 
ଓଡ଼ିଆ ଫିଲ୍ମ ପ୍ରଯୋଜକ ଟୁଟୁ ନାୟକ ଗିରଫ
 

ଓଡ଼ିଆ ଗସିପ୍ ବ୍ୟୁରୋ: ମହଙ୍ଗା ପଡିଲା ସାମ୍ବାଦିକାଙ୍କୁ ଚାପୁଡ଼ା ମାରିବା । ଗିରଫ ହେଲେ ପ୍ରଯୋଜକ ଟୁଟୁ ନାୟକ । ପ୍ରଯୋଜକ ଟୁଟୁ ନାୟକଙ୍କୁ ଗିରଫ କଲା ଖାରବେଳନଗର ଥାନା ପୋଲିସ । 354,294,341,323 ଦଫାରେ ଟୁଟୁ ନାୟକଙ୍କୁ ଗିରଫ କରିଛି ପୋଲିସ ।

ଅଧିକ ପଢନ୍ତୁ : ୨୦୨୪ ରେ ଏହି ୫ ରାଶିର ଲୋକଙ୍କ ବଦଳିବ ଭାଗ୍ୟ, ବର୍ଷ ସାରା ଖାଲି ଟଙ୍କା ହିଁ ଟଙ୍କା!

ସୂଚନାଯୋଗ୍ୟ, ମହିଳା ସାମ୍ବାଦିକା ଦେବସ୍ମିତା ରାଉତ ଏକ ଚଳଚିତ୍ରର ପ୍ରିମିୟର୍‌ ଶୋ’ର ଖବର ସଂଗ୍ରହ ପାଇଁ ଯାଇଥିବା ବେଳେ ଟୁଟୁ ନାୟକ ହଠାତ୍ ତାଙ୍କ ଗାଲକୁ ଚାପୁଡ଼ା ମାରିଥିଲେ । ଏନେଇ ମହିଳା ସାମ୍ବାଦିକା ଜଣକ ଥାନାରେ ଅଭିଯୋଗ ମଧ୍ୟ କରିଥିଲେ । ତେବେ ଅଭିଯୋଗ ପରେ ଥାନାରେ ହାଜର ହୋଇଥିଲେ ପ୍ରଯୋଜକ ଟୁଟୁ ନାୟକ । ଏହାପରେ ଥାନାରେ ତାଙ୍କୁ ପଚରାଉଚରା କରିବା ପରେ ତାଙ୍କୁ ଗିରଫ କରାଯାଇଛି । 

ଅଧିକ ପଢନ୍ତୁ : ନଭେମ୍ବର ମାସରେ ସୂର୍ଯ୍ୟ ଗୋଚର, ଦୁର୍ଲଭ ସଂଯୋଗ ଫଳରେ ଏହି ରାଶିର ଲୋକଙ୍କ ର ବିପୁଳ ଧନଲାଭ!

ଝାରପଡ଼ା ଜେଲକୁ ଗଲେ ଟୁଟୁ । ଜାମିନ ଆବେଦନ ନେଇ ହେଲା ଶୁଣାଣି । ଆସନ୍ତା 6 ତାରିଖ ହେବ ପୁନଃ ଶୁଣାଣି ପାଇଁ ହେଲା ଧାର୍ଯ୍ୟ । 14 ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ ଟୁଟୁ ।ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି ପ୍ରତୀକ ସିଂହ ।

ଅଧିକ ପଢନ୍ତୁ : ଆଜିଠୁ ଆରମ୍ଭ ହେଲା ଗୃହ ଲକ୍ଷ୍ମୀ ଯୋଗ, ଏହି ୩ ରାଶିଙ୍କ ବଦଳିବ ଭାଗ୍ୟ, ବର୍ଷିବ ଧନ!

ଦେଖନ୍ତୁ ବିଡ଼ିଓ 

<a href=https://youtube.com/embed/fSseQ-Um47E?autoplay=1&mute=1><img src=https://img.youtube.com/vi/fSseQ-Um47E/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" title="YouTube video player" width="560">

ଏପଟେ ଘଟଣାରେ ନିଜ ଆଡୁ ମାମଲା ରୁଜୁ କରିଛନ୍ତି ରାଜ୍ୟ ମହିଳା କମିଶନ। ଭୁବନେଶ୍ବର ଡିସିପିଙ୍କୁ ରିପୋର୍ଟ ତଲବ କରିଛନ୍ତି। ୧୫ ଦିନ ଭିତରେ ମାମଲାର ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। 

ଅଧିକ ପଢନ୍ତୁ : ଚର୍ଚ୍ଚାରେ ୩ ରାଜ୍ୟରେ ୩ଜଣ ପ୍ରଭାବଶାଳୀ ତାମିଲ୍‍ ଅଧିକାରୀ, ଚାକିରି ଛାଡ଼ି ରାଜନୀତିକ ଅଧ୍ୟାୟରେ ରଖିଛନ୍ତି ପାଦ