ତ୍ରିପୁରା ସୀମାରେ ଓଡ଼ିଆ ଯବାନ ‌ସହିଦ, କାନ୍ଦବୋବାଳିରେ ଫାଟିପଡୁଛି ଘର
 

Odia BSF jawan martyred in Tripura
 
ତ୍ରିପୁରା ସୀମାରେ ଓଡ଼ିଆ ଯବାନ ‌ସହିଦ

ଓଡ଼ିଆ ଗସିପ୍ ବ୍ୟୁରୋ: ଆସାମ ତ୍ରିପୁରାରେ କାର୍ଯ୍ୟରତ ଥିବା ଓଡ଼ିଆ ଯବାନ ସହିଦ ହୋଇଛନ୍ତି। ମୃତକ ହେଲେ କଳାହାଣ୍ଡି କେସିଙ୍ଗାର ବ୍ଲକ ବେଲଖଣ୍ଡିର ଈଶ୍ୱର ଦୋରା । ଏନେଇ ତ୍ରିପୁରା ବିଏସଏଫ କମାଣ୍ଡାଣ୍ଟ ପକ୍ଷରୁ ଘରକୁ ଖବର ଆସିବା ପରେ କାନ୍ଦବୋବାଳିରେ ଫାଟିପଡୁଛି ଘର।

ଅଧିକ ପଢନ୍ତୁ :ଅନ୍ଧ କରିଦେଉଛି ଡାଇବେଟିସ୍‌, ତୁରନ୍ତ ଛାଡନ୍ତୁ ଏହି ୯ ଖାଦ୍ୟ, ଦୃଷ୍ଟିଶକ୍ତି ହ୍ରାସରୁ ବଞ୍ଚିଯିବେ!

ମିଳିଥିବା ସୂଚନା ମୁତାବକ, କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅନ୍ତର୍ଗତ ବେଲଖଣ୍ଡି ଗାଁର ନିବାସୀ ଈଶ୍ୱର ଚନ୍ଦ୍ର ଦୋରା ୨୦୦୯ ମସିହାରେ ବିଏସଏଫରେ ଯୋଗ ଦେଇଥିଲେ। ସେ ଦୀର୍ଘ ୫ ବର୍ଷରୁ ଉର୍ଦ୍ଧ ସମୟ ହେଲା ବିଏସଏଫ କାର୍ଯ୍ୟରତ ଥିବା ବେଳେ ରାଜସ୍ତାନରେ ବର୍ତ୍ତମାନ ନିଯୁକ୍ତ ହୋଇ ତ୍ରିପୁରାକୁ ଡେପୁଟେସନରେ ଯାଇଥିଲେ। 

ଅଧିକ ପଢନ୍ତୁ : ୨୦୨୪ ରେ ଏହି ୫ ରାଶିର ଲୋକଙ୍କ ବଦଳିବ ଭାଗ୍ୟ, ବର୍ଷ ସାରା ଖାଲି ଟଙ୍କା ହିଁ ଟଙ୍କା!

ସେଠାରେ ଆଜି କାର୍ଯ୍ୟରତ ଥିବା ସମସ୍ୟାରେ ଗାଡି ଦୁର୍ଘଟଣାରେ ତାଙ୍କର ଦେହାନ୍ତ ହୋଇଥିବା କୁହାଯାଉଛି। ଏହି ଖବର ପ୍ରଚାର ପରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

ଅଧିକ ପଢନ୍ତୁ :୩୦ବର୍ଷ ପରେ ଶନି ଗୋଚର, ବଦଳିବ ଏମାନଙ୍କ ଜୀବନ, ସୁଖ ଶାନ୍ତି ବଢ଼ିବା ସହ ବଢିବ ଧନ !