ଓଲିଉଡର ଅଭିନେତା ପିଣ୍ଟୁ ନନ୍ଦଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ, ଅର୍ଥ ସାଜିଛି ବାଧକ...

 

ଓଡ଼ିଆ ଗସିପ୍ ବ୍ୟୁରୋ: ଓଡିଆ ଚଳଚ୍ଚିତ୍ର ଜଗତର ଜଣେ ଜଣାଶୁଣା ଅଭିନେତା ପିଣ୍ଟୁ ନନ୍ଦଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ସଙ୍କଟାପନ୍ନ । ସେ ବର୍ତ୍ତମାନ ଲିଭର୍ ସିରୋସିସ ରୋଗରେ ପୀଡିତ ଅଛନ୍ତି ।

ଯେଉଁଥି ପାଇଁ ତୁରନ୍ତ ଉଚ୍ଚ ସ୍ତରୀୟ ଚିକିତ୍ସା ଆବଶ୍ୟକ । ତାଙ୍କୁ ଦିଲ୍ଲୀ ନେଇଯିବା ପାଇଁ ଡ଼ାକ୍ତର ମାନେ ପରାମର୍ଶ ଦେଇଛନ୍ତି । ଅଭିନେତା ପିଣ୍ଟୁ ନନ୍ଦଙ୍କ ଲିଭର ନଷ୍ଟ ହୋଇଥିବା କହିଛନ୍ତି ପିଣ୍ଟୁ ନନ୍ଦ ।

କ୍ରୋନିକ୍ ହେପାଟାଇଟିସରେ ପୀଡ଼ିତ ହୋଇ ଲିଭର ନଷ୍ଟ ହୋଇଛି । ଖୁବ୍ ଶୀଘ୍ର ଦିଲ୍ଲୀରେ ଲିଭର ପ୍ରତ୍ୟାରୋପଣ ହେବ । ଏଥିରେ ୫୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାଯାଇଛି ।

ଏଣେ ବନ୍ଧୁ ଓ ପରିବାରବର୍ଗ ଟଙ୍କା ଯୋଗାଡ଼ କରିବାରେ ଲାଗି ପଡ଼ିଥିବାର ସୂଚନା ମିଳିଛି । ଓଲିଉଡର ଲୋକପ୍ରିୟ ଅଭିନେତା ପିଣ୍ଟୁ ନନ୍ଦ ବହୁ ବର୍ଷ ହେବ ଓଡିଆ ସିନେମା ଜଗତରେ ସକ୍ରିୟ ଅଛନ୍ତି । ଦର୍ଶକ ପିଣ୍ଟୁ ନନ୍ଦଙ୍କୁ କେତେବେଳେ ଖଳନାୟକ, କେତେବେଳେ ସହନାୟକ ପୁଣି କେତେବେଳେ କମେଡିଆନ୍‌ ଚରିତ୍ରରେ ଦେଖିଛନ୍ତି ।

ଅଧିକ ପଢ଼ନ୍ତୁ : ପୁଣି ଇଜ୍ଜତ ଲୁଟି ଖାଇଲେ ମାନବ ରୂପି ରାକ୍ଷସ, ନାବାଳିକାଙ୍କୁ ୧୦ ମାସ ଧରି ଦୁଷ୍କର୍ମ କଲେ ଦୁର୍ବୃତ୍ତ

ପିଣ୍ଟୁ ବିଭିନ୍ନ ସମୟରେ ନାୟକ/ନାୟିକାଙ୍କ ଭାଇ, ଦାଦା ଭଳି ଚରିତ୍ରରେ ବି ନଜର ଆସିଛନ୍ତି । ପିଣ୍ଟୁ ଶତାଧିକ ଓଡ଼ିଆ ଛବିରେ ଅଭିନୟ କରିଛନ୍ତି । ତାଙ୍କ ଅଭିନୀତ କେତେକ ଉଲ୍ଲେଖନୀୟ ସିନେମା ହେଲା ଜୟ ଜଗନ୍ନାଥ, ବାହୁଡ଼ିବେ ମୋ ଜଗାବଳିଆ, ଆଇ ଲଭ୍ ମାଇଁ ଇଣ୍ଡିଆ, ସାଥୀରେ, ପ୍ରେମ ପାଇଁ ମହାଭାରତ, କଥା ଦେଲି ମଥା ଛୁଇଁ, ଲଭ୍ ମାଷ୍ଟର, ଦୋସ୍ତି, ପ୍ରେମ ଋତୁ ଆସିଲା ରେ, ହାତ ଧରି ଚାଲୁଥା, ରଙ୍ଗନମ୍ବର ଓ ‘ଲଭ୍‌ ଏକ୍ସପ୍ରେସ୍‌’ ଆଦି। ତାଙ୍କ ଅଭିନୀତ ଆଲବମ୍ ଏ ଗଉରା… ତାଙ୍କୁ ପ୍ରାରମ୍ଭିକ ସମୟରେ ସର୍ବାଧିକ ଲୋକପ୍ରିୟ କରିଥିଲା ।

ପିଣ୍ଟୁ ନନ୍ଦ ଓଲିଉଡର ଅଧିକାଂଶ ଆଗଧାଡ଼ିର ନି‌ର୍ଦେଶକଙ୍କ ସହ କାମ କରିଛନ୍ତି । ଏମାନଙ୍କ ଭିତରେ ସବ୍ୟସାଚୀ ମହାପାତ୍ର, ସଂଗ୍ରାମ ବିଶ୍ବାଳ, ହର ପଟ୍ଟନାୟକ, ବସନ୍ତ ସାହୁ, ହିମାଂଶୁ ପରିଜା, ସୁଧାଂଶୁମୋହନ ସାହୁ, ସଞ୍ଜୟ ନାୟକ, ଅଶୋକ ପତି, ସୁଶାନ୍ତ ମଣି, ଏସ କେ ମୁରଲୀଧରନ୍, ସୁଧାକର ବସନ୍ତ , ଦିଲୀପ ପଣ୍ଡା ଓ ତାପସ ସରଘରିଆ ପ୍ରମୁଖଙ୍କ ନାମ ରହିଛି ।