ସତ କହିଲା ଗୋପାଳ: ନବ ଦାସଙ୍କୁ ହତ୍ୟା କରିବାକୁ ସାଜିଥିଲା ଗୁଣ୍ଡା 

ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ମାମଲାରେ ବଡ଼ ଖୁଲାସା

 

ଓଡ଼ିଆ ଗସିପ୍ ବ୍ୟୁରୋ: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ମାମଲାରେ ବଡ଼ ଖୁଲାସା । ନବ ଦାସଙ୍କୁ ହତ୍ୟା କରିବାକୁ ଗୋପାଳ ଦାସ ସାଜିଥିଲା ଗୁଣ୍ଡା । ଜୀବନ ନେବା ପାଇଁ ଲଣ୍ଡା ହୋଇ ଇଷ୍ଟଦେବୀଙ୍କ ଆଗରେ ଫିଲ୍ମ ଷ୍ଟାଇଲରେ କରିଥିଲା ବଜ୍ର ଶପଥ । ଏକଥା ଅଜବ ଲାଗୁଥିଲେ ମଧ୍ୟ ସତ । ଖୋଦ୍‌ ତଦନ୍ତକାରୀ ସଂସ୍ଥା କ୍ରାଇମବ୍ରାଞ୍ଚ ଏହି ଚାଞ୍ଚଲ୍ୟକର ଖୁଲାସା କରିଛି ।

ଅଧିକ ପଢ଼ନ୍ତୁ: କାର୍‌ ଭିତରେ ଦେହଜୀବୀଙ୍କ ସହ ଧରାପଡ଼ିଲେ ପୋଲିସ୍‌ ବାବୁ

କ'ଣ କହୁଛି କ୍ରାଇମବ୍ରାଞ୍ଚ ?

୫ ଶହ ପୃଷ୍ଠାର ଚାର୍ଜସିଟ୍‌ରେ କ୍ରାଇମବ୍ରାଞ୍ଚ ଏଭଳି କିଛି ତଥ୍ୟ ଶେୟାର କରିଛି ଯାହା ପଢ଼ିଲେ ଲୋମ ଟାଙ୍କୁରି ଉଠିବ । କେଉଁ କାରଣରୁ ପ୍ରତିଶୋଧ ପରାୟଣ ହୋଇଥିଲା ଗୋପାଳ କେଜାଣି କିନ୍ତୁ ନବ ଦାସଙ୍କୁ ହତ୍ୟା କରିବାକୁ ଯୋଜନା ପରଠୁ ହିଁ ତା ମୁଣ୍ଡରେ କେବଳ ଗୋଟିଏ କଥା ଚାଲୁଥିବା ଜଣାପଡ଼ିଛି ।ନିଜ ଭାଇଙ୍କ ସହ ସମ୍ବଲପୁରର ଇଷ୍ଟଦେବୀ ମାଆ ସମଲେଶ୍ବରୀଙ୍କ ମନ୍ଦିରକୁ ଯାଇ ଶପଥ ନେଇଥିଲା ଗୋପାଳ।

କେମିତି ଗୁଣ୍ଡା ସାଜିଲା ଗୋପାଳ, ସର୍ଭିସ ପିସ୍ତଲରେ ଗୁଳି ଲୋଡ୍‌ କରି ବୁଲୁଥିଲା ? 

ଅଧିକ ପଢ଼ନ୍ତୁ: ରାଜ୍ୟରେ ଆଗକୁ ଆସୁଛି ବଡ଼ ବର୍ଷା: ସୃଷ୍ଟି ହେବ ଘନ ଘନ ଲଘୁଚାପ

ନିର୍ବାଚନ ବେଳେ ଦିନେ ନବ ଓ ତାଙ୍କ ସମର୍ଥକଙ୍କ ଗାଡ଼ିକୁ ଯାଞ୍ଚ କରିଥିଲେ ଗୋପାଳ । ଏହି ସମୟରେ ନବ ଦାସଙ୍କ ସମର୍ଥକ ତାଙ୍କୁ ଧମକାଇବା ସହ ଗାଳିଗୁଳଜ କରିଥିଲେ। ଫଳରେ ଗୋପାଳ ଗାଡ଼ି ଯାଞ୍ଚ ନକରି ସେଠୁ ଚାଲି ଯାଇଥିଲେ । ପରବର୍ତ୍ତୀ ସମୟରେ ନବଙ୍କ ସମର୍ଥକଙ୍କ ଦ୍ୱାରା ତାଙ୍କ ଜୀବନ ପ୍ରତି ବିପଦ ଥିବା ଭାବି ଏତେ ବଡ଼ କାଣ୍ଡ ଗୋପାଳ ଭିଆଇଥିବା ଚାର୍ଜସିଟ୍‌ରେ ଉଲ୍ଲେଖ ହୋଇଛି । ...