ଆରପାରିରେ ଓଡ଼ିଆ ସଂଗୀତ ଜଗତର ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ସ୍ବରୂପ ନାୟକ
 

Music Director Swarup Nayak Passes Away
 
 
ସଂଗୀତ ନିର୍ଦ୍ଦେଶକ ସ୍ଵରୂପ ନାୟକଙ୍କ ପରଲୋକ
 

ଓଡ଼ିଆ ଗସିପ୍ ବ୍ୟୁରୋ: ସଂଗୀତ ନିର୍ଦ୍ଦେଶକ ସ୍ଵରୂପ ନାୟକଙ୍କ ପରଲୋକ ଘଟିଛି । ଦୀର୍ଘଦିନ ଧରି କ୍ୟାନସରରେ ପୀଡିତ ଥିଲେ ସ୍ଵରୂପ । ବହୁ ଓଡ଼ିଆ ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ସ୍ୱରୂପ । ଓଲିଉଡକୁ ତାଙ୍କର ଥିଲା ସ୍ଵତନ୍ତ୍ର ଅବଦାନ । 41 ଚଳଚ୍ଚିତ୍ରରେ ରହିଛି ତାଙ୍କର ଅବଦାନ । ୭୬ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି । 

ଅଧିକ ପଢ଼ନ୍ତୁ: ଶନିଙ୍କ ଆର୍ଶିବାଦରୁ ଚମକିବ ୫ ରାଶିଙ୍କ ଭାଗ୍ୟ, ଆସୁଛି ଭଲ ସମୟ, କୋଟିପତି ହେବେ ଏହି ସବୁ ରାଶି!

ସେ ଏକାଧାରରେ ଜଣେ ସଙ୍ଗୀତକାର, ଗୀତିକାର, ପ୍ରଚ୍ଛଦପଟ୍ଟ ଗାୟକ ଓ ଅଭିନେତା ଥିଲେ । ୧୯୪୭ ମସିହା ଫେବ୍ରୁଆରୀ ୮ ତାରିଖରେ ଜନ୍ମ ହୋଇଥିଲେ ସ୍ୱରୂପ ।ସେ ଏବେ ଯାଏଁ ୩୦ଟି ଚଳଚ୍ଚିତ୍ର ପାଇଁ ଗୀତ ଲେଖିଥିଲେ । ୬ଟି ଚଳଚ୍ଚିତ୍ରରେ ସେ ଅଭିନୟ କରିଛନ୍ତି। 

ଅଧିକ ପଢ଼ନ୍ତୁ: ୩୦ ବର୍ଷ ପରେ ଅଦ୍ଭୁତ ସଂଯୋଗ, ଶରଦ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ, ଏହି ୪ ରାଶି ହେବେ ମାଲାମାଲ୍  !

ସେହିପରି ୬ଟି ଚଳଚ୍ଚିତ୍ରରେ ଗୀତ ଗାଇ ଥିଲେ । ୧୯୬୨ ମସିହାରେ ରିଲିଜ ହୋଇଥିବା ‘ଜୟଦେବ’ ଚଳଚ୍ଚିତ୍ରରେ ସେ ଶିଶୁ କଳାକାର ଭାବେ ଅଭିନୟ କରିଥିଲେ । ୧୯୮୪ ମସିହାର ଓଡ଼ିଆ ଚଳଚ୍ଚିତ୍ର ‘ହୀରାଲୀଳା’ରେ ସେ ପ୍ରଥମେ ସଙ୍ଗୀତ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ ।

ଅଧିକ ପଢ଼ନ୍ତୁ: ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତାରେ ରହିବା ସହ ଅଧିକ ଖର୍ଚ୍ଚାନ୍ତ ହେବେ, ପଢନ୍ତୁ ଆଜିର ରାଶିଫଳ