ମା’ ଛଟପଟ ହେଉଥିଲା, ଝିଅ ଆଖି ସାମ୍ନାରେ ଚାଲିଗଲା ମା'ର ଜୀବନ, ଟୟ ଟ୍ରେନରେ ଘଟିଲା ହୃଦୟ ବିଦାରକ ଘଟଣା

 

ଓଡ଼ିଆ ଗସିପ ବ୍ୟୁରୋ: ଝିଅ ଆଖି ସାମ୍ନାରେ ଚାଲିଗଲା ମା'ର ଜୀବନ ଆହାଃ କି ହୃଦୟ ବିଦାରକ ଦୃଶ୍ୟ । ଏମିତି ମରଣ ଯେମିତି କାହା ଜୀବନରେ ନ ଆସୁ । କାହିଁକି ନା କାନପୁରରେ ଏମିତି ଏକ ଘଟଣା ଘଟିଯାଇଛି ଯାହା ପାଇଁ ପୁରା ଇଲାକାରେ ଶୋକର ଛାୟା ଖେଳି ଯାଇଛି ।

କାନପୁର ପ୍ରାଣୀ ଉଦ୍ୟାନରେ ଶନିବାର ଛାତିଥରା ଘଟଣା ଘଟିଛି । ଉଦ୍ୟାନରେ ଥିବା ଟୟ ଟ୍ରେନରେ ଦଳିହୋଇ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି । ତେବେ ଏହି ଘଟଣା ଯେଭଳି ଘଟିଲା ତାହା ଅତି ହୃଦୟ ବିଦାରକ ଥିଲା ।

ଶନିବାର ଦ୍ୱିପହର ସମୟରେ ଏଠିକାର ପକ୍ଷୀଘରକୁ ବୁଲିବାକୁ ଆସିଥିଲେ କାନପୁର ଚକେରୀ ଅଞ୍ଚଳ ବାସିନ୍ଦା ସୁବୋଧ କୁମାର ଶର୍ମା, ତାଙ୍କ ପତ୍ନୀ ଅଞ୍ଜୁ ଶର୍ମା ଓ ଦୁଇ ଝିଅ ।

ଏଠି କ୍ଲିକ କରି ଅଧିକ ପଢ଼ନ୍ତୁ : ଓଡ଼ିଶାରେ 5 ଛାତ୍ରୀଙ୍କ ଉପରେ ମାଡିଗଲା କାର, ଭାଇରାଲ ହେଲା ଛାତିଥରା ଭିଡ଼ିଓ...

ଏଠି କ୍ଲିକ କରି ଅଧିକ ପଢ଼ନ୍ତୁ : ଶିକ୍ଷୟିତ୍ରୀଙ୍କ ସହ ୩ ଦ୍ୱାଦଶ ଛାତ୍ରଙ୍କ ଅଶ୍ଳୀଳ ଦୁର୍ବ୍ୟବହାର, ଇସାରା ନ ଦେବାରୁ ଛାତ୍ରମାନେ ସେମାନଙ୍କ ସହ କଲେ କନକନ କାଣ୍ଡ...

ଚିଡିଆଖାନା ବୁଲିବା ପରେ ସେମାନେ ପକ୍ଷୀଘର ବୁଲିବାକୁ ଯାଇଥିଲେ । ଏଠାରେ ବୁଲିବାକୁ ଟୟ ଟ୍ରେନରେ ଯିବାକୁୁ ହୁଏ । ପ୍ରଥମେ ସ୍ୱାମୀ ଓ ଦୁଇ ଝିଅ ଟ୍ରେନରେ ବସିଥିଲେ । ହେଲେ ଅଞ୍ଜୁ ଶର୍ମା ବସିବା ବେଳକୁ ଘଟିଥିଲା ଏହି ଅଘଟଣ ।

ଅଞ୍ଜୁ ଶର୍ମା ଟ୍ରେନରେ ପାଦ ରଖିବା ବେଳକୁ ହିଁ ଟ୍ରେନ ଛାଡିଦେଇଥିଲା । ଫଳରେ ଭାରସାମ୍ୟ ହରାଇ ୪୪ ବର୍ଷୀୟା ଅଞ୍ଜୁ ଟ୍ରେନ ଧାରଣା ଉପରେ ପଡିଯାଇଥିଲେ । ଫଳରେ ତାଙ୍କ ଉପରେ ଟ୍ରେନ ଚଢିଯାଇଥିଲା ।

ହେଲେ ଏସବୁ ଆଖି ସାମ୍ନାରେ ଦେଖି ଦୁଇ ଝିଅ ଚିତ୍କାର କରି ଟ୍ରେନ ରୋକିବାକୁ ଯେତେ କାକୁତି ମିନତି କରିଥିଲେ ହେଲେ ଟ୍ରେନ ରୋକି ନଥିଲା । ଫଳରେ ଅଞ୍ଜୁଙ୍କ ଦେହ ଟ୍ରେନ ତଳେ ଚାପି ହୋଇଯାଇଥିଲା । ଏହି ଘଟଣା ସେଠାରେ ଥିବା ଲୋକଙ୍କୁ ବିଚଳିତ କରିପକାଇଥିଲା ।

ତେବେ ଘଟଣା ପାଇଁ ଅଞ୍ଜୁଙ୍କ ପରିବାର ଟ୍ରେନ ଡ୍ରାଇଭରକୁ ଦାୟୀ କରିବ ସହ ତା’ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି । ମହିଳାଙ୍କ ମୃତ ଶରୀରକୁ ପୋଷ୍ଟମର୍ଟମ ପାଇଁ ପଠାଯିବା ସହ ପୋଲିସ ଏହି ଘଟଣାର ଛାନବିନ୍ କରୁଥିବା ଜଣାପଡିଛି ।

ସୂଚନା ମୁତାବକ, ଅଞ୍ଜୁ ଶର୍ମା ଜଣେ ପ୍ରାଇମେରୀ ଶିକ୍ଷୟିତ୍ରୀ । ସେ ପରିବାର ସହ ପିକନିକ୍ କରିବାକୁ ଯାଇଥିଲେ ।