ମାଆ ଓ ଝିଅଙ୍କ ପାଇଁ ଥିଲା ଜଗନ୍ନାଥଙ୍କ ଶେଷ ଦର୍ଶନ, ଟ୍ରଲର-କାର ମୁହାଁମୁହିଁ ଧକ୍କା, ମାଆ ଓ ଝିଅ ମୃତ
 

 

ଓଡ଼ିଆ ଗସିପ ବ୍ୟୁରୋ (ସ୍ୱତନ୍ତ୍ର ପ୍ରତିନିଧି): କିଏ ଜାଣିଥିଲା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ସେମାନଙ୍କର ଶେଷ ଦର୍ଶନ ପାଲଟିବ । କାହିଁକି ନା ସଡ଼କ ଦୁର୍ଘଟଣାରେ ଆଜି ଚାଲିଯାଇଛି ମାଆ ଓ ଝିଅଙ୍କ ଜୀବନ । ଏମିତି ଏକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ପ୍ରଧାନୀଗୁଡା ନିକଟ ରଜାମାଟୁ ଛକରେ । ଏହି ଚାତିଥରା ଘଟଣା ଏବେ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳାଇଛି ।

ସୂଚନା ମୁତାବକ, ଆଜି ସକାଳେ ଟ୍ରଲର-କାର ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ଦୁଇ ମହିଳାଙ୍କ ଜୀବନ ଯାଇଥିବା ବେଳେ ତିନି ଗୁରୁତର ଅଛନ୍ତି । ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ପ୍ରଧାନୀଗୁଡା ନିକଟ ରଜାମାଟୁ ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ।

ଅଧିକ ପଢ଼ନ୍ତୁ : ଇବୋଲା ଭାଇରସ ନେଲା ୮୦ ଜୀବନ, ୨୪୬ଟି ସନ୍ଦିଗ୍ଧ ମାମଲା ଚିହ୍ନଟ, ଭୟଙ୍କର ପ୍ରକୋପ ପରେ ଏମର୍ଜେନ୍ସୀ ଘୋଷଣା

ନବରଙ୍ଗପୁରରୁ କଳାହାଣ୍ଡି ଅଭିମୁଖେ ଯାଉଥିବା ପାଇପ ବୋଝେଇ ଟ୍ରଲର ଓ ପୁରୀରୁ ଦର୍ଶନ ସାରି ବିଶାଖାପାଟଣା ଫେରୁଥିବା କାର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା ।

କାରରେ ଥିବା ଦୁଇ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ପାପଡାହାଣ୍ଡି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଖବର ପାଇ ପାପଡାହାଣ୍ଡି ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରିବା ସହ ତଦନ୍ତ ଜାରି ରଖିଛନ୍ତି ।