ଲୁଟେରା ଘରେ ପଶିବା କ୍ଷଣି ମୋବାଇଲ ଫୋନ୍‌‌ ଥରି ଉଠିବ! ସଜାଗ ହେବେ ମାଲିକ
 

Mobile will vibrate owner will be alert after entering theft in house
 
ଲୁଟ୍‌‌ରୁ ମିଳିବ ତ୍ରାହି

ଓଡ଼ିଆ ଗସିପ୍ ବ୍ୟୁରୋ: ଏଣିକି ବନ୍ଦ ଘରେ ଚୋର ପଶିଲେ ମୋବାଇଲ୍‌‌ ଫୋନ୍‌‌ର ଆଲାର୍ମ ବାଜି ଉଠିବ। ସନ୍ଦିଗ୍ଧ ଘରେ ପଶିବା କ୍ଷଣି ଆପ୍ଲିକେସନ୍‌‌ ଅପଲୋଡ୍‌‌ ହୋଇଥିବା ମୋବାଇଲ ଫୋନ୍‌‌ ଥରି ଉଠିବ। ଫଳରେ ଘର ମାଲିକ ସତର୍କ ହେବା ସହ ଆଗୁଆ ସଜାଗ୍‌‌ ହେବେ। ଏଥିପାଇଁ ନୂଆ ଆପ୍ଲିକେସନ ଡିଭାଇସ୍‌‌ ଲଗାଇବା ପରିକଳ୍ପନା କରିଛି କମିସନରେଟ୍‌‌ ପୁଲିସ। 

ସହରରେ ଥିବା ଆପାର୍ଟମେଣ୍ଟଗୁଡ଼ିକରୁ ବଢ଼଼ୁଥିବା ଲୁଟ୍‌‌ପାଟ୍‌‌କୁ ରୋକିବାକୁ ଏହି ଯୋଜନାକୁ କାର୍ଯ୍ୟକ୍ଷମ କରିବା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି। ସହରର ଆପାର୍ଟମେଣ୍ଟର ସୋସାଇଟି ସହ ଆଲୋଚନା କରାଯାଇ ଖୁବ୍‌‌ଶୀଘ୍ର ଏହି ପଦକ୍ଷେପ ନିଆଯିବ ବୋଲି ପୁଲିସ କମିସନର୍‌‌ ସଞ୍ଜିବ ପଣ୍ଡା ସୂଚନା ଦେଇଛନ୍ତି।

ଅଧିକ ପଢନ୍ତୁ :୫ ବର୍ଷ ପରେ ଧନ ଶକ୍ତି ଯୋଗ, ଏହି ୩ଟି ରାଶିଙ୍କ ଉପରେ ହେବ ଧନ ବର୍ଷା!

ପୁଲିସ କମିସନରଙ୍କ କହିବା ଅନୁଯାୟୀ, ଏଭଳି ଏକ ଉଚ୍ଚଶକ୍ତିସମ୍ପନ୍ନ ହାଇ ଟେକ୍ନୋଲୋଜି ମେସିନ ଉପରେ ପୁଲିସ ଡେମୋ କରୁଛି। ଯେଉଁମାନେ ଘର ଛାଡ଼ି ବାହାରକୁ ଯାଉଛନ୍ତି ସେମାନେ ଏହି ମେସିନକୁ ଘରେ ଲଗାଇପାରିବେ। ଏହା ମେସିନ୍‌‌ ସହ ନିଜର ମୋବାଇଲ୍‌‌ ଫୋନ୍‌‌ରେ ଏକ ଆପ୍ଲିକେସନ ଡାଉନ୍‌‌ଲୋଡ଼ କରିବେ। ଫଳରେ ଆଲାର୍ମ ମେସିନ ସହ ମୋବାଇଲ୍‌‌ ଲିଙ୍କ୍‌‌ ରହିବ। 

ଘର ବନ୍ଦ ଥିବାବେଳେ କେହି ସନ୍ଦିଗ୍ଧ ଘର ଭିତରେ ପଶିଲେ, ମୋବାଇଲ ଫୋନ୍‌‌କୁ ଆଲାରାମ ବାଜିବା ସହ ଫୋନ୍‌‌ଟି ଥରି ଉଠିବ। ଘର ମାଲିକ ତୁରନ୍ତ ଅଗବତ ହୋଇ ସ୍ଥାନୀୟ ପୁଲିସ କିମ୍ବା ଆଖପାଖ ପଡ଼ୋଶୀଙ୍କ ସହାୟତା ନେଇପାରିବେ। ଫଳରେ ଲୁଟ୍‌‌ ହେବା ଆଗରୁ ଘର ମାଲିକ ଜାଣି ଆଗୁଆ ସତର୍କତା ଅବଲମ୍ବନ କରିବ। ଆପାର୍ଟମେଣ୍ଟବାସୀଙ୍କୁ ନେଇ ଏ ଯୋଜନା ଉପରେ ବିସ୍ତୁତ ଭାବେ ଆଲୋଚନା କରାଯିବ। 

କେମିତି କାମ କରିବ ଏହି ଯୋଜନା ଓ ଏହାର ରୂପରେଖ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ଏହି ଯୋଜନା ହାତକୁ ନିଆଯିବ। ଏହି ନୂଆ ଆପ୍ଲିକେସନ କାର୍ଯ୍ୟକ୍ଷମ ହେବା ପରେ ଆପାର୍ଟମେଣ୍ଟ ଲୁଟ୍‌‌ରୁ ତ୍ରାହିମିଳିବ ବୋଲି ଆଶା କରାଯାଇଛି।

ଅଧିକ ପଢନ୍ତୁ :ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତାରେ ରହିବା ସହ ଅଧିକ ଖର୍ଚ୍ଚାନ୍ତ ହେବେ! ପଢନ୍ତୁ ରାଶିଫଳ 

ସୂଚନାଯୋଗ୍ୟ ଯେ, ରାଜଧାନୀର ୩୦ଟି ଆପାର୍ଟମେଣ୍ଟର ୫୫ ଫ୍ଲାଟରୁ ଲୁଟ ହୋଇଥିବା ନେଇ ଅଭିଯୋଗ ହୋଇଛି। ଏହି ସବୁ ଆପାର୍ଟମେଣ୍ଟରୁ ୧୨ କୋଟିରୁ ଅଧିକ ଟଙ୍କା ଲୁଟ୍‌‌ ହୋଇଛି। ଏୟାରଫିଲ୍ଡର ସ୍ୱସ୍ତି ମନ୍‌‌ସନ୍‌‌, ପାହାଳ ଥାନା ଅଧୀନ କଲ୍ୟାଣି ହାଇଟ୍ସ, ଚନ୍ଦ୍ରଶେଖରପୁର ରୟାଲ ଗାର୍ଡେନ, ତୁଳସାଦେଈପୁର ସାଇ ନୀଳୟ, ଆରୁଆରେ ଏମ୍‌‌.ଜେ ଉଡ଼, ଇନ୍‌‌ଫୋସିଟିର ରାଜବଟିକା, ଭରତପୁରର ଶ୍ରୀକ୍ଷେତ୍ର ରେସିଡେନ୍ସି ଭଳି ବଡ଼ବଡ଼ ଆପାର୍ଟମେଣ୍ଟରେ ପଶି ଫ୍ଲାଟ୍‌‌ଗୁଡ଼ିକରୁ ଲୁଟେରା ଲୁଟ୍‌‌ପାଟ୍‌‌ କରିଛନ୍ତି। 

ଆପାର୍ଟମେଣ୍ଟର ଲୁଟ୍‌‌ର ଗୋଟିଏ କିମ୍ବା ଦୁଇଟି ମାମଲାର ପୁଲିସକୁ ସଫଳତା ମିଳିଥିବା ଅନେକ ମାମଲାରେ ପୁଲିସର ତଦନ୍ତ ଦିଗହରା ରହିଛି। କିଛି ଆପାର୍ଟମେଣ୍ଟରୁ ଚୋରି ସମୟର ଲୁଟେରାଙ୍କ ଫଟୋକୁ ନେଇ ପୋଷ୍ଟର୍‌‌ ପ୍ରସ୍ତୁତ କରି କିଛି ସ୍ଥାନରେ ଲଗାଇ ଚୁପ୍‌‌ ବସିଛି। ତେବେ ଏହାକୁ ରୋକିବା ପାଇଁ ଆଗକୁ ପାଦ ବଢ଼଼ାଇଛି କମିସନରେଟ୍‌‌ ପୁଲିସ।

ଅଧିକ ପଢନ୍ତୁ :ଆୟ ତୁଳନାରେ ବ୍ୟୟ ବଢ଼ିବା ସହ ଏହି ରାଶି ଲୋକ ମାନସିକ ଅଶାନ୍ତି ଭିତରେ ବୁଡ଼ି ରହିବେ! ପଢନ୍ତୁ ଏ ସପ୍ତାହର ରାଶିଫଳ