ମୃତଦେହରୁ ତାଡ଼ି ନେଇଗଲେ କିଡନୀ ସହ ଆଖି ! ରାଜଧାନୀରୁ ନିଖୋଜ, ଓଲଟପୁରରୁ ମୃତଦେହ ଉଦ୍ଧାର...
ଓଡ଼ିଆ ଗସିପ୍ ବ୍ୟୁରୋ: ତଦେହରୁ ତାଡ଼ି ନେଇଗଲେ କିଡନୀ ସହ ଆଖି ! ରାଜଧାନୀରୁ ନିଖୋଜ ହୋଇଥିବା ବ୍ୟକ୍ତିଙ୍କ ମୃତଦେହ ୮ ଦିନ ପରେ ଠାବ ହୋଇଛି। କଟକ ଜିଲ୍ଲା ଓଲଟପୁର ଥାନା ଅନ୍ତର୍ଗତ ଇଚ୍ଛାପୁର ନିକଟସ୍ଥ ଧାନ ବିଲରୁ ତାଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର କରିଛି ଓଲଟପୁର ପୁଲିସ। ମୃତକ ଜଣକ ହେଉଛନ୍ତି ୟୁନିଟ ୧ ଅଞ୍ଚଳର କେଳୁଚରଣ ରାଉତରାୟ (୫୫)।
ଅଧିକ ପଢନ୍ତୁ :ଅନ୍ଧ କରିଦେଉଛି ଡାଇବେଟିସ୍, ତୁରନ୍ତ ଛାଡନ୍ତୁ ଏହି ୯ ଖାଦ୍ୟ, ଦୃଷ୍ଟିଶକ୍ତି ହ୍ରାସରୁ ବଞ୍ଚିଯିବେ!
ଶରୀରର ଛାତି ଠାରୁ ମୁହଁ ଯାଏଁ ନଷ୍ଟ ହୋଇଯାଇଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି। ମୃତଦେହର ପେଟରେ ସିଲାଇ ଭଳି ଦାଗ ରହିଥିବାରୁ ଅଙ୍ଗ ଚୋରି ହୋଇଥିବା ନେଇ ସାଙ୍ଘାତିକ ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଛି। ତାଙ୍କ ଶରୀରରୁ ଆଖି ଏବଂ କିଡନୀ କାଢ଼ି ନିଆଯାଇଥିବା କେଳୁଚରଣଙ୍କ ଭାଇ ଅଭିଯୋଗ କରିଛନ୍ତି । ଏନେଇ ସେ ଭୁବନେଶ୍ୱର କ୍ୟାପିଟାଲ୍ ଥାନାରେ ଏତଲା ଦେଇଛନ୍ତି ।
ଅଧିକ ପଢନ୍ତୁ :୩୦ବର୍ଷ ପରେ ଶନି ଗୋଚର, ବଦଳିବ ଏମାନଙ୍କ ଜୀବନ, ସୁଖ ଶାନ୍ତି ବଢ଼ିବା ସହ ବଢିବ ଧନ !
ଅଭିଯୋଗ ଅନୁଯାୟୀ, କେଳୁଚରଣ ତାଙ୍କ ପତ୍ନୀ ଓ ଦୁଇ ଝିଅଙ୍କ ସହିତ ୟୁନିଟ୍ ୧ ଅଞ୍ଚଳରେ ରହୁଥିଲେ। ଗତ ୯ ତାରିଖ ସନ୍ଧ୍ୟାରେ ସେ ୟୁନିଟ୍ ୧ ଷ୍ଟେଟ ବ୍ୟାଙ୍କ ନିକଟସ୍ଥ ବରଗଛ ଠାରୁ ନିଖୋଜ ହୋଇ ଯାଇଥିଲେ। ବିଳମ୍ୱିତ ସମୟ ପର୍ଯ୍ୟନ୍ତ ଘରକୁ ନ ଆସିବାରୁ ପରିବାର ଲୋକେ ଆଖପାଖରେ ଖୋଜାଖୋଜି କରିଥିଲେ। କେଳୁଚରଣଙ୍କ ଦେହ ଖରାପ ହେବାରୁ ସେ ଆମ୍ୱୁଲାନ୍ସ ଯୋଗେ ଡାକ୍ତରଖାନା ଯାଇଥିବା ସ୍ଥାନୀୟ ଲୋକଙ୍କ ଠାରୁ ପରିବାର ଲୋକେ ଜାଣିବାକୁ ପାଇଥିଲେ। ପ୍ରଥମେ କ୍ୟାପିଟାଲ ଡାକ୍ତରଖାନାରେ ଖୋଜାଖୋଜି ପରେ ନପାଇବାରୁ କଟକ ବଡ଼ ମେଡ଼ିକାଲକୁ ଯାଇଥିଲେ। ହେଲେ ସେଠାରେ ମଧ୍ୟ କେଳୁଚରଣଙ୍କର କୌଣସି ପତ୍ତା ମିଳିନଥିଲା। ପରିବାର ଲୋକେ ବିଭିନ୍ନ ବନ୍ଧୁବାନ୍ଧବ ଓ ସାଙ୍ଗସାଥୀଙ୍କ ଘରେ ମଧ୍ୟ କେଳୁଚରଣଙ୍କର ସନ୍ଧାନ ନପାଇବାରୁ ବଡ଼ଭାଇ ବିଭୁ ପ୍ରସାଦ ରାଉତରାୟ ଗୁରୁବାର କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ।
ଅଧିକ ପଢନ୍ତୁ : ୨୦୨୪ ରେ ଏହି ୫ ରାଶିର ଲୋକଙ୍କ ବଦଳିବ ଭାଗ୍ୟ, ବର୍ଷ ସାରା ଖାଲି ଟଙ୍କା ହିଁ ଟଙ୍କା!
ପୁଲିସ ତାଙ୍କ ଅଭିଯୋଗ ଆଧାରରେ ଏମ୍ଏମ୍ଆର୍ (ମ୍ୟାନ ମିସିଂ ରିପୋର୍ଟ) ପଞ୍ଜୀକରଣ କରି ତଦନ୍ତ କରୁଥିଲା। ହେଲେ ଶୁକ୍ରବାର ସକାଳୁ ଇଚ୍ଛାପୁର ପୋଲ ପାର୍ଶ୍ବରେ ଥିବା ବିଲ ଭିତରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ପଡ଼ିଥିବା ଖବରପାଇ ଓଲଟପୁର ପୁଲିସ ପହଞ୍ଚିଥିଲା। ପୁଲିସ ଠାରୁ ଖବରପାଇ ବଡ଼ଭାଇ ବିଭୁ ପ୍ରସାଦ ଘଟଣାସ୍ଥଳରେ ପହଞ୍ଚି ମୃତଦେହଟି କେଳୁଚରଣଙ୍କର ବୋଲି ଚିହ୍ନଟ କରିଥିଲେ। ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ତେବେ କେଳୁଚରଣଙ୍କର ମୁହଁଟି ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଥିବାରୁ ତାଙ୍କୁ ଏସିଡ଼ ମାଡ଼ କରାଯାଇଥିବା ପରିବାର ଲୋକେ ସନ୍ଦେହ କରୁଛନ୍ତି। ଏଥିସହିତ ତାଙ୍କ ପେଟରେ ସିଲାଇ ହୋଇଥିବା ଭଳି ଚିହ୍ନ ରହିଥିବାରୁ ଅଙ୍ଗ ଚୋରି ହୋଇଥିବା ନେଇ ଅଭିଯୋଗ କରିଛନ୍ତି।
ଅଧିକ ପଢନ୍ତୁ : ହନ୍ତସନ୍ତ ହେବେ ଏହି ରାଶିର ଲୋକ, ୧୦ ବର୍ଷ ପରେ ପଡିଛି ରାଜଯୋଗ, ୩ ରାଶି ପାଇବେ ଲାଭ!
ସବୁଠାରୁ ବଡ଼ କଥା ହେଉଛି କେଳୁଚରଣ ସେଠାକୁ କିପରି ଗଲେ ତାକୁ ନେଇ ପ୍ରଶ୍ନ ଉଠିଛି। କେଳୁଚରଣ ୯ ତାରିଖ ଦିନ ୧୦୮ ଆମ୍ୱୁଲାନ୍ସ ଯୋଗେ ଯାଇଥିବା ଅଭିଯୋଗ ହୋଇଥିବାରୁ କ୍ୟାପିଟାଲ ଥାନା ପୁଲିସ ସିସିଟିଭି ଫୁଟେଜ ସମେତ କ୍ୟାପିଟାଲ ଡାକ୍ତରଖାନା ରେଜିଷ୍ଟର ଯାଞ୍ଚ କରି ତଦନ୍ତ କରୁଛି। ଓଲଟପୁର ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କଟକ ବଡ଼ ମେଡ଼ିକାଲକୁ ପଠାଇଛି। ଆସନ୍ତାକାଲି ବ୍ୟବଚ୍ଛେଦ କରାଯିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ। ଶବ ବ୍ୟବଚ୍ଛଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ କହିଛି।
ଅଧିକ ପଢନ୍ତୁ :ଓଡ଼ିଶା ଉପରେ ରହିବ କି ବାତ୍ୟା ‘ମିଧିଲି’ର ପ୍ରଭାବ ? ଜାଣନ୍ତୁ କ'ଣ କହୁଛି IMD